ETV Bharat / city

ଅନ୍ୟ ରାଜ୍ୟରୁ ଓଡିଶା ଆସୁଛନ୍ତି କି ? ଆଉ ଦରକାର ପଡିବନି କୋଭିଡ ନେଗେଟିଭ ରିପୋର୍ଟ... - କୋଭିଡ ନେଗେଟିଭ ରିପୋର୍ଟ

ବାହାର ରାଜ୍ୟରୁ ଓଡ଼ିଶା ଆସିବା ପାଇଁ ହଟିଲା କୋରୋନା କଟକଣା । ଓଡ଼ିଶା ଆସିବାକୁ ହେଲେ ଏବେ ଆଉ ଦେଖାଇବାକୁ ପଡିବନି କୋଭିଡ ନେଗେଟିଭ ରିପୋର୍ଟ । ରାଜ୍ୟରେ କୋରୋନା ସଂକ୍ରମଣ କମିବା ପରେ କଟକଣା ହଟାଇବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

ବାହାରୁ ଓଡିଶାକୁ ଆସୁଥିଲେ ଆଉ ଦରକାର ପଡିବନି କୋଭିଡ ନେଗେଟିଭ ରିପୋର୍ଟ

author img

By

Published : Aug 4, 2021, 2:21 PM IST

ଭୁବନେଶ୍ବର: ଅନ୍ୟ ରାଜ୍ୟରୁ ଓଡିଶାକୁ ଆସୁଛନ୍ତି କି ? ଆପଣଙ୍କ ପାଇଁ ଖୁସି ଖବର । ଏଣିକି ବାହାରୁ ଆସୁଥିବା ଯାତ୍ରୀଙ୍କୁ ଆଉ ଦେଖାଇବାକୁ ପଡିବନି କୋଭିଡ ନେଗେଟିଭ ରିପୋର୍ଟ । ଆଜିଠୁ ବାହାର ଯାତ୍ରୀଙ୍କ ପାଇଁ ଥିବା କଟକଣାକୁ ରାଜ୍ୟ ସରକାର ହଟାଇ ଦେଇଛନ୍ତି । ରାଜ୍ୟରେ କୋରୋନା ସଂକ୍ରମଣ କମିବା ପରେ କଟକଣା ହଟାଇବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ବାହାରୁ ଓଡିଶାକୁ ଆସୁଥିଲେ ଆଉ ଦରକାର ପଡିବନି କୋଭିଡ ନେଗେଟିଭ ରିପୋର୍ଟ
ବାହାରୁ ଓଡିଶାକୁ ଆସୁଥିଲେ ଆଉ ଦରକାର ପଡିବନି କୋଭିଡ ନେଗେଟିଭ ରିପୋର୍ଟ

ଏହା ସହିତ ଆଣ୍ଟିଜେନ ଓ RTPCR ନେଗେଟିଭ ରିପୋର୍ଟ ମଧ୍ୟ ଦେଖାଇବାକୁ ପଡ଼ିବ ନାହିଁ । ଏନେଇ ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦ୍ବିତୀୟ ଲହରରେ ସଂକ୍ରମଣ ବଢ଼ିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ବାହାରୁ ଆସୁଥିବା ଯାତ୍ରୀଙ୍କ ଉପରେ କଟକଣା ଲଗାଇଥିଲେ । ଓଡ଼ିଶା ଆସୁଥିଲେ ଯାତ୍ରୀଙ୍କୁ ଆଣ୍ଟିଜେନ ଓ ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡୁଥିଲା । ରିପୋର୍ଟ ପଜିଟିଭ ଥିଲେ ଯାତ୍ରୀମାନେ ଓଡ଼ିଶା ଆସିପାରୁନଥିଲେ । ଏବେ ସଂକ୍ରମଣ କମ ହେବା ସହ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ସରକାର ଏହି କଟକଣା ହଟାଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.