ଭୁବନେଶ୍ବର: ଆର୍ଟିଓ ଅଫିସକୁ ଯେପରି କୌଣସି ଦଲାଲ ପ୍ରବେଶ ନ କରନ୍ତି, ସେ ନେଇ ସଜାଗ ରହିବାକୁ ଚିଠି ଲେଖିଛନ୍ତି ପରିବହନ କମିଶନର । ଏନେଇ ଜାରି ହୋଇଛି ନିର୍ଦ୍ଦେଶାବଳୀ । ଦଲାଲଙ୍କ ପ୍ରବେଶରେ କଟକଣା ନେଇ ନୋଟିସ ଡିସପ୍ଲେ କରାଯିବ। ଅଫିସ କିମ୍ବା ଟେଷ୍ଟିଂ ଟ୍ରକରେ କୌଣସି ଦଲାଲ ଯଦି ଥାଆନ୍ତି, ଏପରିକି ବାହାରେ ବୁଲୁଥିବାର ନଜର ଆସିଲେ ତୁରନ୍ତ ସ୍ଥାନୀୟ ପୋଲିସକୁ ସୂଚନା ଦେବାକୁ କୁହାଯାଇଛି।
![no entry for brokers, rto office in odisha, no entry for brokers in rto offices, bhubaneswar, ଭୁବନେଶ୍ବର, ଆରଟିଓ ଅଫିସ, ଓଡିଶା ଆରଟିଓ ଅଫିସ, ଦଲାଲକୁ ନା, ଆରଟିଓ ଅଫିସରେ ଦଲାଲକୁ ନା](https://etvbharatimages.akamaized.net/etvbharat/prod-images/od-bbs-5-lettertorto-avo-7205239_28092019144508_2809f_1569662108_701.jpg)
ଏଥିସହ ଅଫିସର କୌଣସି କର୍ମକର୍ତ୍ତା ଯେପରି ଦଲାଲଙ୍କ ସହିତ କୌଣସି ସଂସ୍ପର୍ଶରେ ନ ଆସନ୍ତି, ସେ ନେଇ ସମସ୍ତଙ୍କୁ ଅବଗତ କରିବାକୁ କୁହାଯାଇଛି। କର୍ମଚାରୀଙ୍କ ପାଇଁ ତିନି ପ୍ରକାରର ପରିଚୟପତ୍ର କରାଯିବ। ସରକାରୀ କର୍ମଚାରୀଙ୍କ ପାଇଁ ବ୍ଲୁ ବ୍ୟାଣ୍ଡ, ସର୍ଭିସ ପ୍ରଦାନକାରୀଙ୍କ ପାଇଁ ଗ୍ରୀନ, ସ୍ମାର୍ଟ ଚିପ ଲିମିଟେଡ କର୍ମଚାରୀଙ୍କ ପାଇଁ ୟେଲୋ ବ୍ୟାଣ୍ଡର ପରିଚୟପତ୍ର ରହିବ।
![no entry for brokers, rto office in odisha, no entry for brokers in rto offices, bhubaneswar, ଭୁବନେଶ୍ବର, ଆରଟିଓ ଅଫିସ, ଓଡିଶା ଆରଟିଓ ଅଫିସ, ଦଲାଲକୁ ନା, ଆରଟିଓ ଅଫିସରେ ଦଲାଲକୁ ନା](https://etvbharatimages.akamaized.net/etvbharat/prod-images/od-bbs-5-lettertorto-avo-7205239_28092019144508_2809f_1569662108_64.jpg)
ସେହିପରି ରେଟ ଚାର୍ଟ ଯେପରିକି ସର୍ଭିସ ଚାର୍ଜ ଓ ଫି ନେଇ ଏକ ବଡ ସାଇନ ବୋର୍ଡ ଲଗାଯିବ। ଆବଶ୍ୟକ ମୁତାବକ ସିସିଟିଭି ମଧ୍ୟ ଲଗାଯିବା ନେଇ ସୂଚନା ଦିଆଯାଇଛି । ଏଥିସହ ଇ-କିଓସ୍କୋ ଖୋଲାଯାଇ ସାଧାରଣ ଲୋକଙ୍କୁ ସେବା ଯୋଗାଇ ଦେବାକୁ କୁହାଯାଇଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ