ETV Bharat / city

ଏଥର ରାଜଧାନୀ ଦେଖିବନି ମହର୍ଷି କଲେଜ ଡେୟାର ଡେଭିଲ୍ସଙ୍କ ଶୋ’ - ମହର୍ଷି କଲେଜ ଡେୟାର ଡେଭିଲ୍ସ

ରାଜ୍ୟସ୍ତରୀୟ ସ୍ବାଧିନତା ଦିବସରେ ଏଥର ଭୁବନେଶ୍ବର ମହର୍ଷି କଲେଜ ଡେୟାର ଡେଭିଲ୍ସ ଟିମକୁ ନିଜର ଶୋ ପ୍ରଦର୍ଶନ କରିବାକୁ ସୁଯୋଗ ମିଳିନି । ସ୍ଥାନାଭାବ କାରଣ ଦର୍ଶାଇ ସେମାନଙ୍କୁ ଶୋ’ରୁ ବଞ୍ଚିତ କରାଯାଇଛି । ତେଣୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 14, 2019, 4:10 PM IST

Updated : Aug 14, 2019, 5:48 PM IST

ଭୁବନେଶ୍ବର: 73ତମ ସ୍ବଧୀନତା ଦିବସ ପାଇଁ ରାଜଧାନୀ ଭୁବନେଶ୍ବର ହୋଇଯାଇଛି ପ୍ରସ୍ତୁତ । ଏଥର ଗାନ୍ଧିମାର୍ଗରେ ନୁହେଁ ପ୍ରଦର୍ଶନୀ ପଡିଆରେ ପାଳନ କରାଯିବ ସ୍ବାଧୀନତା ଦିବସ । ଏଥିପାଇଁ ସମସ୍ତଙ୍କ ମନରେ ଉତ୍ସାହ କିନ୍ତୁ ମନ ମଉଳି ଯାଇଛି ଭୁବନେଶ୍ବର ମହର୍ଷି କଲେଜ ଡେୟାର ଡେଭିଲ୍ସ ଟିମର । କାରଣ ଏଥର ସେମାନେ ଆଉ କରି ପାରିବେନି ନିଜର ଡେୟାର ଡେଭିଲ୍ସ ଶୋ ପ୍ରଦର୍ଶନ । ପ୍ରଦର୍ଶନୀ ପଡିଆରେ ସ୍ଥାନ କମ ଥିବାରୁ ସେଠାରେ ସେମାନଙ୍କ ଶୋ ପ୍ରଦର୍ଶନ କରିବା ସମ୍ଭବପର ହୋଇ ପାରିନାହିଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

2012 ମସିହାରୁ କ୍ରମାଗତ ଭାବେ ବାଇକ ମଡେଲରେ ଭାରତୀୟ ବାୟୁସେନାର ବିଭିନ୍ନ ବିମାନ ଯଥା, ସୁଖୋଇ, ମିଗ ଓ ମିରାଜ ଇତ୍ୟାଦିର ପ୍ରଦର୍ଶନ କରୁଥିବା ଏହି ଟିମ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ପାଲଟୁଥିଲା । ବେଶ ପ୍ରଶଂସା ସାଉଁଟୁଥିଲା ମହର୍ଷି କଲେଜ ଛାତ୍ରଛାତ୍ରୀଙ୍କ ଏହି ଡେୟାର ଡେଭିଲ୍ସ ଟିମ । କିନ୍ତୁ ସ୍ଥାନ ପରିବର୍ତ୍ତନ ନେଇ ସରକାରଙ୍କ ଘୋଷଣା ପରେ ମନ ଦୁଃଖ କରିଛନ୍ତି ଟିମର ସଦସ୍ୟ । କାରଣ ଏହି ସବୁ ଶୋ ପାଇଁ ତାଙ୍କୁ ଦରକାର ସମାନ୍ତରାଳ ଥିବା ଅଧା କିଲୋମିଟର ରାସ୍ତା ଯାହା ପ୍ରଦର୍ଶନୀ ପଡିଆରେ ଉପଲବ୍ଧ ହୋଇ ପାରୁନାହିଁ । ତଥାପି କିନ୍ତୁ କମିନାହିଁ ଡେୟାର ଡେଭିଲ୍ସଙ୍କ ମନୋବଳ । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନ ହେଉ ପଛକେ ସ୍ବାଧୀନତା ଦିବସ ଅବସରରେ ନିଜ କଲେଜ ପଡିଆରେ ଚଳିତ ଥର ପ୍ରଦର୍ଶନ କରିବ ଏହି ଟିମ ।

ତେବେ ସ୍ଥାନ ପରିବର୍ତ୍ତନ ହେବା ନେଇ ଛାତ୍ରଛାତ୍ରୀ ତଥା ଡେୟାର ଡେଭିଲ୍ସ ମୁଖ୍ୟ କହିଛନ୍ତି ଯେ ଏହି ଶୋ କୁ ସରକାର ବନ୍ଦ କରନ୍ତୁ ନାହିଁ । 8 ବର୍ଷ ଧରି ଚାଲିଥିବା ଏହି ପ୍ରଦର୍ଶନ ସଭିଁଙ୍କ ମନରେ ଉତ୍ସାହ ଭରିଥାଏ । ତେଣୁ ସେମାନେ ସରକାରଙ୍କୁ ପୁଣି ଥରେ ଆରମ୍ଭ କରିବା ନେଇ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଦିନ ଥିଲା ଯୋଉ ଗାନ୍ଧି ମାର୍ଗ ରେ ଏହି ଝିଅ ଙ୍କ ଶୋ କରୁଥିଲା କମାଲ, ଆଜି ମାର୍ଗ ଖାଁ ଖାଁ

Body:ଦିନ ଥିଲା ଯୋଉ ଗାନ୍ଧି ମାର୍ଗ ରେ ଏହି ଝିଅ ଙ୍କ ଶୋ କରୁଥିଲା କମାଲ, ଆଜି ମାର୍ଗ ଖାଁ ଖାଁ

ଭିଓ1
ପ୍ରସ୍ତୁତି ବି ଶେଷ ପର୍ୟ୍ୟୟ ରେ ଗୋଟିଏ ଦିନ ପରେ ଭୁବନେଶ୍ୱର ରେ ବି ଉଡିବ ତ୍ରିରଙ୍ଗା। ଏଥି ପାଇଁ ସବୁ ପ୍ରକାର ର ପ୍ରସ୍ତୁତି ଶେଷ। କିନ୍ତୁ ଏଥର ଗାନ୍ଧୀ ମାର୍ଗ ରେ ନୁହେଁ ପ୍ରଦର୍ଶନୀ ପଡିଆ ରେ ଉଡିବ ତ୍ରିରଙ୍ଗା। ସାରା ଦେଶ ଯେତେବେଳେ ସ୍ଵାଧୀନତା ଦିବସ ର ଖୁସି ମାନଇବ ସେ ସମୟ ରେ ଦୁଃଖ କରିଛି ଭୁବନେଶ୍ୱର ର ଡେୟାର ଡେଭିଲସ ଟିମ। ହେଲେ ଭାଂଗି ନି ମନ ବୋଳ , ଏଥର ର ବି ବାଇକ ସହ ନିଆଁ ଭିତରେ ଦେଖାଇବେ ନିଜର ଜଲବା। ସ୍ଥାନ ବଦଳି ଯାଇଛି ସିନା ତାଙ୍କ ମନ ରୁ କାମିନି ଦେଶ ଭକ୍ତ ର ପରିଭାଷା।
ଭିଓ
ନିଜର ବାଇଟ ଶୋ କୁ ନେଇ ଏମାନେ ଭୁବନେଶ୍ୱର ରେ ବେଶ ଜଣା ଶୁଣା ଟିମ ଏହି ଟିମ ପାଇଁ ଦରକାର ଲମ୍ବା ଓ ଚଉଡା ରାସ୍ତା କିନ୍ତୁ ଯାଗା ବଦଳି ଯିବା ପରେ ଆଉ ସୁବିଧା ହେଉ ନାହିଁ। ଯାହା ଫଳ ରେ ସେମାନେ ଭୁବନେଶ୍ୱର ସ୍ତିତ ମହର୍ଷି କଲେଜ ରେ ନିଜର ଅଭ୍ୟସା ଆରମ୍ଭ କରି ଦେଛନ୍ତି। ନିଆଁ ଭିତରୁ ଗାଡି ଚଳାଇବା ସହ ପେଟ ଉପରୁ ଗାଡି ଚଳାଇବା ସବୁ ଶୋ ପାଇଁ ସେମାନେ ପ୍ରସ୍ତୁତ। ହେଲେ ବାଇକ ଆମ ଭାରତ ର ଇତିହାସ ର ଗାଥା ଯେମିତି କି ସୁଖଇ , ରାକେଟ , ଆଦି ଜିନିଷ ତାଙ୍କର ମୁଖ୍ୟ ଆକର୍ଷଣ ଷ୍ଟଣ୍ଟ କୁ ଆଉ ଦେଖି ପାରିବେନି ରାଜଧାନୀ ବାସୀ।

ବାଇଟ ଡେୟାର ଡେଭିଲସ ର ସଦସ୍ୟା

ବାଇଟ ଡେୟାର ଡେଭିଲସ ର ସଦସ୍ୟ

ବାଇଟ ଡେୟାର ଡେଭିଲସ ର ସଦସ୍ୟ

ବାଇଟ ଡେୟାର ଡେଭିଲସ ର ମୁଖ୍ୟ ମିହିର ସେରେନ

ଫାଇନାଲ ଭିଓ
ସରକାର ସିନା ଜାଗା ବଦଳାଇ ଦେଲେ ହେଲେ ଏ ଛାତ୍ରଛାତ୍ରୀ ଙ୍କ ଯେସ ଦେଖିଲେ ଲାଗୁଛି ଏ ମାନେ କୌଣସି ସ୍ତର ରେ କମ ନୁହଁନ୍ତି। ସେଥି ପାଇ ତ କାଦୁଅ ବର୍ଷା ରେ ନିଜର ଶତ ପ୍ରତିଶତ ଦେବା ରେ ଲାଗିପଡିଛନ୍ତି ଏମାନେ

ବି.ଦ୍ର ଆମେ ଆଗରୁ ଏମାଙ୍କ ଉପରେ ଷ୍ଟୋରୀ କରିଥିଲେ ଯାହା ଗାନ୍ଧୀ ମାର୍ଗ ଅଭ୍ୟସ କରୁଥିଲେ ତା ଲିଙ୍କ ଓ ଭିଯୁଆଲ ମୁ wrap ରେ ଦେଉଛି।

Conclusion:
Last Updated : Aug 14, 2019, 5:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.