ଭୁବନେଶ୍ବର: ପ୍ରଦେଶ କଂଗ୍ରେସରେ ନୂଆ ସଭାପତି ପଦକୁ ନେଇ ଚାଲିଥିବା ବିବାଦ ଭିନ୍ନ ମୋଡ ନେଇଛି । ଏନେଇ ରାଜ୍ୟ ସଭାପତି ବଦଳିବେ ନାହିଁ ବୋଲି ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ସ୍ପଷ୍ଟ କରିଛନ୍ତି ।
ସେ କହିଛନ୍ତି, ଯଦି କାହାର କିଛି ମତ ରଖିବାର ଅଛି ସେମାନେ ଆମ ଆଗରେ ରଖିପାରିବେ କିନ୍ତୁ ବର୍ତ୍ତମାନ ପିସିସି ସଭାପତି ଭାବରେ ନିରଞ୍ଜନ ପଟ୍ଟନାୟକ ହିଁ ରହିବେ ।
ଗତ କିଛିଦିନ ଧରି ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ନୂଆ ସଭାପତି କରିବାକୁ ଦାବି କରାଯାଉଛି । ଏହାକୁ ନେଇ ନିରଞ୍ଜନ ବିରୋଧୀମାନେ ଏକାଠି ହୋଇ ଦିଲ୍ଲୀ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ଏଭଳି ସ୍ଥିତିରେ ଚରମ ବାଣୀ ଶୁଣାଇଛନ୍ତି ଓଡିଶା ପ୍ରଭାରୀ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ