ETV Bharat / city

ଦିଲ୍ଲୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ରୁଟିନ ଚେକ୍‌ଅପ ପାଇଁ ଦିଲ୍ଲୀ ଆସିଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ନିରଞ୍ଜନ । ହେଲେ କଂଗ୍ରେସ ହାଇକମାଣ୍ଡଙ୍କୁ ନିରଞ୍ଜନ ଭେଟିବେ କି ନାହିଁ ଏ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଅଧିକ ପଢନ୍ତୁ...

author img

By

Published : Oct 18, 2021, 7:44 PM IST

ରାଜଧାନୀ ଦିଲ୍ଲୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ନୂଆଦିଲ୍ଲୀ: ରାଜ୍ୟ କଂଗ୍ରେସର କନ୍ଦଳ ଚରମରେ ଥିବାବେଳେ ରାଜଧାନୀ ଦିଲ୍ଲୀରେ ପହଁଞ୍ଚିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ ରୁଟିନ ଚେକ୍‌ଅପ ପାଇଁ ଦିଲ୍ଲୀ ଆସିଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ନିରଞ୍ଜନ । ହେଲେ କଂଗ୍ରେସ ହାଇକମାଣ୍ଡଙ୍କୁ ନିରଞ୍ଜନ ଭେଟିବେ କି ନାହିଁ, ଏ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

  • I am in Delhi for a routine health checkup. Thank you all for your wishes.

    — Niranjan Patnaik (@NPatnaikOdisha) October 18, 2021 " class="align-text-top noRightClick twitterSection" data=" ">

ନିରଞ୍ଜନ ପଟ୍ଟନାୟଙ୍କ ବିରୋଧରେ ଏବେ ରାଜ୍ୟ କଂଗ୍ରେସରେ ବିଦ୍ରୋହର ସ୍ବର ତେଜିବାକୁ ଲାଗିଛି । ଏହାକୁ ନେଇ ଦଳରେ ସୃଷ୍ଟି ହୋଇଛି ଫାଟ । ନେତୃତ୍ବ ପରିବର୍ତ୍ତନ ସହ ନିରଞ୍ଜନଙ୍କୁ ପିସିସି ସଭାପଦି ପଦରୁ ହଟାଇବାକୁ ଦାବି ଜୋର ଧରିଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କ୍ରମାଗତ ନିରଞ୍ଜନଙ୍କୁ ଟାର୍ଗେଟ କରିଆସୁଛନ୍ତି ।

ନିକଟରେ ଦିଲ୍ଲୀ ଗସ୍ତ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଭକ୍ତ ଦାସ । ଏହାପରେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେଇସାରିଥିବା ଚର୍ଚ୍ଚା ହୋଇଥିଲା । ନିଜେ ମଧ୍ୟ ନିରଞ୍ଜନ କହିଥିଲେ କି ପିସିସି ପଦ ସ୍ଥାୟୀ ନୁହେଁ । ପରେ କଂଗ୍ରେସ ହାଇକମାଣ୍ଡଙ୍କୁ ଏକ ଗୋପନ ଚିଠି ଲେଖିଥିଲେ ନିରଞ୍ଜନ ।

ଦଳରେ ଦାନା ବାନ୍ଧିଥିବା ବିବାଦ ଝଡର ରୂପ ନେବା ସମୟରେ ଯୁବ କଂଗ୍ରେସର ଅସନ୍ତୋଷ ନିଆଁ ବଢିଥିଲା । ଏହାକୁ ନେଇ କଂଗ୍ରେସ ଭବନରେ କିଛି ଗୋଷ୍ଠୀ ଭଙ୍ଗାରୁଜା କରି ନିରଞ୍ଜନଙ୍କ ଫଟୋକୁ କାଢିଦେଇଥିଲେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ । ଦଳୀୟ କନ୍ଦଳ ମଧ୍ୟରେ ନିରଞ୍ଜନଙ୍କ ଦିଲ୍ଲୀ ଗସ୍ତ ଚର୍ଚ୍ଚାକୁ ଆହୁରି ବଳ ଦେଇଛି । ରୁଟିନ ଚେକ୍‌ଅପ କରି କଂଗ୍ରେସ ହାଇକମାଣ୍ଡଙ୍କୁ ନିରଞ୍ଜନ ଭେଟିବେ କି ନାହିଁ ସସପେନ୍ସ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.