ETV Bharat / city

Corona Guidelines: କେନ୍ଦ୍ରର ନିର୍ଦ୍ଦେଶ ପରେ ସ୍ଥିତି ଦେଖି ଜାରି ହେବ ଅତରିକ୍ତ କଟକଣା - କେନ୍ଦ୍ରର ନିର୍ଦ୍ଦେଶ ପରେ ଜାରି ହେବ କୋରୋନା କଟକଣା

ରାଜ୍ୟରେ କମୁଛି ସଂକ୍ରମଣ । କିନ୍ତୁ କେନ୍ଦ୍ରର ନିର୍ଦ୍ଦେଶ ପରେ ସ୍ଥିତି ଦେଖି ଅତିରିକ୍ତ କଟକଣା ଜାରି ରହିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଧିକ ପଢନ୍ତୁ

Corona Infection: କେନ୍ଦ୍ରର ନିର୍ଦ୍ଦେଶ ପରେ ସ୍ଥିତି ଦେଖି ଜାରି ହେବ ଅତରିକ୍ତ କଟକଣା

author img

By

Published : Feb 17, 2022, 12:59 PM IST

ଭୁବନେଶ୍ବର: କେନ୍ଦ୍ରର କୋଭିଡ଼ କଟକଣା କୋହଳ ନିର୍ଦ୍ଦେଶ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । କୋଭିଡ଼ ସ୍ଥିତି ଦେଖି କିଛି ରାଜ୍ୟରେ ଅତିରିକ୍ତ କଟକଣା ଲଗାଯାଇଛି । କେନ୍ଦ୍ରର ନିର୍ଦ୍ଦେଶ ଉପରେ ସରକାର ଭାବିଚିନ୍ତି ନିଷ୍ପତ୍ତି ନେବେ । ନିର୍ଦ୍ଦିଷ୍ଟ ସଂଖ୍ୟକ ଲୋକଙ୍କୁ ନେଇ ନିର୍ବାଚନ ପ୍ରଚାର ପାଇଁ ସରକାର କହିଥିବା ସେ ସୂଚନା ଦେଇଛନ୍ତି ।

Corona Infection: କେନ୍ଦ୍ରର ନିର୍ଦ୍ଦେଶ ପରେ ସ୍ଥିତି ଦେଖି ଜାରି ହେବ ଅତରିକ୍ତ କଟକଣା

ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ନିଜ ରାଜ୍ୟର ସ୍ଥାନୀୟ କୋଭିଡ଼ ସ୍ଥିତିକୁ ଦୃଷ୍ଟିରେ ରଖି କିଛି ରାଜ୍ୟ ଅତିରିକ୍ତ କଟକଣା ଲଗାଇଛନ୍ତି । ନିୟମ କୋହଳ କରିବା ଲାଗି କେନ୍ଦ୍ର ସରକାରଙ୍କ ଯେଉଁ ଚିଠି ଆସିଛି, ତା ଉପରେ ରାଜ୍ୟ ସରକାର ଭାବିଚିନ୍ତି ନିଷ୍ପତ୍ତି ନେବେ । ଆମ ରାଜ୍ୟରେ ଅତିରିକ୍ତ କଟକଣା କିଛି ନାହିଁ । ଆମର ଗାଇଡ଼ଲାଇନ ଅନୁସାରେ କଟକଣା ହୋଇଛି । ସରକାର ତା ଉପରେ ନଜର ରଖିଛନ୍ତି । କୋଭିଡ ସ୍ଥିତିର ସମୀକ୍ଷା ମଧ୍ୟ କରାଯାଉଛି । ପୁନଶ୍ଚ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତିକୁ ଅପେକ୍ଷା କରିବା ପାଇଁ ସେ କହିଛନ୍ତି ।

ତେବେ ଯଦି ଆଜିର ଷ୍ଟାଟସ ଦେଖିବା, 2ରୁ 3ଟି ସ୍ଥାନରେ ଟିକେ ଅଧିକ ସଂକ୍ରମଣ ରହିଛି । ବର୍ତ୍ତମାନର ସ୍ଥିତିରେ ରାଜ୍ୟ ଭଲ ଆଡ଼କୁ ଯାଉଛି । କିଛି ଦିନ ହେଲା ସଂକ୍ରମଣ ହଜାରେ ତଳେ ରହିଛି । ହସ୍ପିଟାଲିଟି ରେଟ ମଧ୍ୟ କମ ରହୁଛି । ଆଗକୁ ସ୍ଥିତି ଆହୁରି ସୁଧୁରିବ। ତୃତୀୟ ଲହର ସରିଲାଣି କି ବୋଲି ପ୍ରଶ୍ନରେ ସେ କହିଛନ୍ତି ଯେ ଲହର କେବେ ସରେ ନାହିଁ । ମହାମାରୀ ହେଲେ, କିଛି ଦିନ ବଢ଼େ, କିଛିଦିନ କମେ । ତାପରେ ଧୀରେ ଧୀରେ କମେ । ଆମେ ଏବେ ଧୀରେ ଧୀରେ କମିବା ଷ୍ଟେଜରେ ଅଛନ୍ତି । ନିର୍ଦ୍ଦିଷ୍ଟ ସଂଖ୍ୟକ ଲୋକଙ୍କୁ ନେଇ ପଞ୍ଚାୟତ ନିର୍ବାଚନ ପ୍ରଚାର ଲାଗି ସରକାର ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି ।

ସରକାରଙ୍କ ନିୟମ ନ ମାନିଲେ ସଂକ୍ରମଣ ପୁଣି ବଢ଼ିପାରେ । ତାହା ଆଗକୁ ଜଣାପଡ଼ିବ । ମହାମାରୀ କୋରୋନା ସଂକ୍ରମଣ ଏବେ ଆଶାତୀତ ଭାବେ ହ୍ରାସ ପାଇବାରେ ଲାଗିଛି। ଏହା ସତ୍ତ୍ବେ କିଛି ରାଜ୍ୟରେ ଅତିରିକ୍ତ କଟକଣା ବଳବତ୍ତର ରହିଛି। ଏହି ଅତିରିକ୍ତ କଟକଣାକୁ ହଟାଇବା ପାଇଁ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଚିଠି ଲେଖାଯାଇଛି । ପୂର୍ବଭଳି ସଂକ୍ରମଣ ରୋକିବାକୁ ଜାରି 5 ସୂତ୍ରୀ ନିୟମ ପାଳନ କରିବାକୁ କହିଛନ୍ତି। ସେଗୁଡ଼ିକ ହେଉଛି ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ, ଟୀକାକରଣ ଓ କୋଭିଡ଼ର ଉଚିତ ବ୍ୟବହାର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.