ETV Bharat / city

ଲକଡାଉନ ଆଣିଦେଲା ଦୁଃଖ: ଜୀବିକା ବଞ୍ଚାଇବା ଲାଗି ସଂଘର୍ଷରତ ହକର - paper hawker

ସମ୍ପ୍ରତି ସାରା ଦେଶରେ କୋରୋନା ମହାମାରୀର ପ୍ରକୋପ ଜାରି ରହିଛି । ଆଉ ଏହି ସମୟରେ ମଧ୍ୟ ସେମାନେ ପଛଘୁଞ୍ଚା ନଦେଇ ଲୋକଙ୍କ ନିକଟରେ ଖବର ପହଞ୍ଚାଇବା କାର୍ଯ୍ୟ କରି ଚାଲିଛନ୍ତି। କିନ୍ତୁ ଲୋକମାନଙ୍କ ମନରେ ସନ୍ଦେହ ହେବା କାରଣରୁ ଏମାନଙ୍କ ବୃତ୍ତି ପ୍ରତି ବିପଦ ଆସିଛି । ସରକାରୀ ବା ପ୍ରକାଶନ ସଂସ୍ଥା ପକ୍ଷରୁ ସେମାନଙ୍କୁ କୌଣସି ପ୍ରକାର ସାହାୟତା ମଧ୍ୟ ପ୍ରଦାନ କରାଯାଉ ନାହିଁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଲକଡାଉନ ଆଣିଦେଲା ଦୁଃଖ: ଜୀବିକା ବଞ୍ଚାଇବା ଲାଗି ସଂଘର୍ଷରତ ପେପର ହକର ଲକଡାଉନ ଆଣିଦେଲା ଦୁଃଖ: ଜୀବିକା ବଞ୍ଚାଇବା ଲାଗି ସଂଘର୍ଷରତ ପେପର ହକର
ଲକଡାଉନ ଆଣିଦେଲା ଦୁଃଖ: ଜୀବିକା ବଞ୍ଚାଇବା ଲାଗି ସଂଘର୍ଷରତ ପେପର ହକର
author img

By

Published : Jun 1, 2020, 4:44 PM IST

ଭୁବନେଶ୍ବର: ଲୋକଙ୍କ ନିକଟରେ ଗଣମାଧ୍ୟମ ଜରିଆରେ ଦେଶ ବିଦେଶର ଖବର ପହଞ୍ଚେ । ଏଥିପାଇଁ ସାମ୍ବାଦିକଙ୍କ ଠାରୁ ଆରମ୍ଭ କରି କେବୁଲ ଅପରେଟର ଓ ହକର ମାନଙ୍କ ଭୂମିକା ବେଶ ମହତ୍ତ୍ବପୂର୍ଣ୍ଣ । ଆଜିର ଡିଜିଟାଲ ଦୁନିଆରେ ଲୋକମାନେ ଟିଭି କିମ୍ବା ମୋବାଇଲ ମାଧ୍ୟମରେ ସିନା ହାତ ପାହାନ୍ତାରେ ଖବର ପାଇ ଯାଉଛନ୍ତି । କିନ୍ତୁ ଆଜିବି ସମାଜର ଏକ ବଡ ସମୂହ ମୁଦ୍ରିତ ଗଣମାଧ୍ୟମରୁ ଖବର ପାଇବାକୁ ଅପେକ୍ଷା କରିଥାଏ । ଆଉ ଏହାକୁ ଯିଏ ତାଙ୍କ ନିକଟରେ ପହଞ୍ଚାଏ ସେ ହେଉଛନ୍ତି ଖବରକାଗଜ ହକର ।

ଲକଡାଉନ ଆଣିଦେଲା ଦୁଃଖ: ଜୀବିକା ବଞ୍ଚାଇବା ଲାଗି ସଂଘର୍ଷରତ ପେପର ହକର

ଦିନ ନାହିଁ କି ରାତି ନାହିଁ । ଝଡି-ବର୍ଷା-ଶୀତ-ଖରା ହେଉ କି ବାତ୍ୟା-ମରୁଡି-ଭୂମିକମ୍ପ, ଯେତେ ପ୍ରକାର ଦୁଃସ୍ଥିତି ଆସିଲେ ମଧ୍ୟ ସେ ନିଜ କାର୍ଯ୍ୟରୁ ବିରତି ନେଇ ନଥାଏ ଖବରକାଗଜ ହକର । ଖିଆ ଅପିଆ ହେଉ କିମ୍ବା ଆଖି ମଳ ମଳ ନିଦରୁ ବଡି ଭୋରରୁ ଉଠି ଚାଲିଥାଏ ଖବରକାଗଜ ସଂଗ୍ରହ କରିବା ପାଇଁ । ସେଠାରୁ ବିଭିନ୍ନ ଖବର ପ୍ରକାଶନ ସଂସ୍ଥା ଦ୍ବାରା ନିୟୋଜିତ ଭେଣ୍ଡରମାନଙ୍କ ଠାରୁ ପେପର ସଂଗ୍ରହ କରେ । ଏହାପରେ ନିଜର ରୁଟିନ ଦାୟିତ୍ବ ଆରମ୍ଭ ହୋଇଯାଏ । ତାକୁ ଠିକଣା ମତେ ସଜାଇ ରଖିବା ସହ ନିଜ ନିଜ ଅଞ୍ଚଳରେ ରହୁଥିବା ଖବରକାଗଜ ପାଠକଙ୍କ ଘରେ ପହଞ୍ଚାଇବା ପାଇଁ ବାହାରି ଯାଏ । ଏହି କାର୍ଯ୍ୟ କରିବାକୁ ରାତି 4ଟାରୁ ଉଠିକି ଯାଇଥାଏ ।

ପାଠକମାନଙ୍କ ପାଖରେ ଖବର ପହଞ୍ଚାଉ ଥିବା ଏହି ହକର ଜଣକୁ ବେଳେ ବେଳେ କେହି କେବେ ସାବାସୀ ଦେଇଥାଏ । କିନ୍ତୁ ଅନେକ ସମୟରେ ଲୋକମାନଙ୍କ ଠାରୁ ଟିକେ ବିଳମ୍ବ ପାଇଁ ଭର୍ତ୍ସନା ଶୁଣି ଥାଏ ସେହି ଖବରକାଗଜ ହକର ଜଣକ । ତା'ର ଏହି ପରିଶ୍ରମ ପାଇଁ ଖବରକାଗଜ ପ୍ରକାଶ କରୁଥିବା ସଂସ୍ଥା ମାନେ ପ୍ରସିଦ୍ଧ ଲାଭ କରନ୍ତି ସତ କିନ୍ତୁ ସେମାନଙ୍କ ସୁଖଦୁଃଖର ସାଥି ହେବାକୁ କେବେ ଦେଖା ଯାଏନି ।

ସମ୍ପ୍ରତି ସାରା ଦେଶରେ କୋରୋନା ମହାମାରୀର ପ୍ରକୋପ ଜାରି ରହିଛି । ଆଉ ଏହି ସମୟରେ ମଧ୍ୟ ସେମାନେ ପଛଘୁଞ୍ଚା ନ ଦେଇ ଲୋକଙ୍କ ନିକଟରେ ଖବର ପହଞ୍ଚାଇବା କାର୍ଯ୍ୟ କରି ଚାଲିଛନ୍ତି। କିନ୍ତୁ ଲୋକଙ୍କ ମନରେ ସନ୍ଦେହ ହେବା କାରଣରୁ ଏମାନଙ୍କ ବୃତ୍ତି ପ୍ରତି ବିପଦ ଆସିଛି । ଅନେକ ପାଠକ ସେମାନଙ୍କ ଠାରୁ ପତ୍ରିକା ନେବା ମଧ୍ୟ ବନ୍ଦ କରି ଦେଇଛନ୍ତି । ଅନେକ ପତ୍ରିକାମାନଙ୍କ ର ଅନିୟମିତ ପ୍ରକାଶନ ଓ ସେମାନଙ୍କ ନିକଟରେ ପହଁଚିବା ପାଇଁ ତାଙ୍କ ପାଉଣା ମଧ୍ୟ ଦେଉ ନାହଁନ୍ତି । ଫଳରେ ଏହାରି ଉପରେ ନିର୍ଭର କରି ନିଜର ଜୀବନ ପରିପୋଷଣ କରୁଥିବା ହକରଟିଏ ବହୁତ ଦୁଃଖ କଷ୍ଟରେ ଜୀବନ ଯାପନ କରୁଛି। ଏମିତିକି ସରକାରୀ ବା ପ୍ରକାଶନ ସଂସ୍ଥା ପକ୍ଷରୁ ସେମାନଙ୍କୁ କୌଣସି ପ୍ରକାର ସାହାୟତା ମଧ୍ୟ ପ୍ରଦାନ କରାଯାଉନଥିବା ସେମାନେ କହିଛନ୍ତି। ଲକଡାଉନ ପାଇଁ ସବୁ କିଛି ବନ୍ଦ ଥିବା ବେଳେ ସେମାନେ କିପରି ନିଜ ସଂସାର ଆଗକୁ ବଢ଼ିବାରେ ସମର୍ଥ ହେବେ ସେନେଇ ସରକାର ଚିନ୍ତା କରିବାକୁ ବୁଦ୍ଧିଜୀବୀମାନେ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।

ଭୁବନେଶ୍ବର ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.