ETV Bharat / city

ବିଧାୟକଙ୍କୁ କେବେ ମିଳିବ ବାସଭବନ ? - ବିଧାନସଭା

ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ଅନେକ ବିଧାୟକଙ୍କୁ ମିଳିପାରି ନାହିଁ ସରକାରୀ କ୍ବାଟର୍ସ । କେବେ ମିଳିବ ଘର ? ଦଳ ମତ ନିର୍ବିଶେଷରେ ବାଚସ୍ପତିଙ୍କୁ ଘେରିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବିଧାୟକ ବିଷ୍ଣୁ ସେଠୀ
ବିଧାୟକ ବିଷ୍ଣୁ ସେଠୀ
author img

By

Published : Feb 18, 2020, 1:31 PM IST

ଭୁବନେଶ୍ବର: ବିଧାନସଭାରେ ସରକାରୀ କ୍ବାଟର୍ସକୁ ନେଇ ବିଧାୟକମାନେ ପୁଣିଥରେ ଉଦବେଗ ପ୍ରକାଶ କରିଛନ୍ତି । ମଙ୍ଗଳବାର ବିଧାୟକ ବିଷ୍ଣୁ ସେଠୀ ଏପ୍ରସଙ୍ଗକୁ ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ବିଧାୟକ କ୍ଷୋଭ ପ୍ରକାଶ କରି କହିଥିଲେ, ବିଧାୟକମାନେ ନିର୍ବାଚିତ ହୋଇ ଆସିବାର 9 ମାସ ହୋଇଗଲାଣି । ଅଥଚ ବିଧାୟକଙ୍କୁ ସରକାରୀ ବାସଭବନ ଟିଏ ସରକାର ଯୋଗାଇ ଦେଇପାରି ନାହାଁନ୍ତି । ଫଳରେ ବିଧାୟକମାନେ ନାନା ସମସ୍ୟାର ସମ୍ମୁଖିନ ହେବା ସହ ନିର୍ବାଚନ ମଣ୍ଡଳୀରୁ ଆସୁଥିବା ଲୋକେ ମଧ୍ୟ ଅସୁବିଧା ଭୋଗୁଛନ୍ତି ।

ବିଧାୟକ ବିଷ୍ଣୁ ଅଭିଯୋଗ କରିଛନ୍ତି ଯଦି ଜଣେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ 9 ମାସ ହେଲା ଘର ଟିଏ ମିଳିପାରୁନାହିଁ ତେବେ ସାଧାରଣ ଲୋକେ କିପରି ପାଉଥିବେ ଏଥିରୁ ସ୍ପଷ୍ଟ ବୋଲି ଅଭିଯୋଗ କରିଛନ୍ତି ।

ସେପଟେ ବିଧାୟକଙ୍କ ଉଦବେଗକୁ ଦେଖି ବାଚସ୍ପତି ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଆଶ୍ବସନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.