ETV Bharat / city

୯୪ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ - ଖଣି ଓ ଇସ୍ପାତ ମନ୍ତ୍ରୀ

ରାଜ୍ୟ ନିର୍ମାଣ ବିଭାଗ ପକ୍ଷରୁ ୯୪ ଜଣ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ଲୋକସେବା ଭବନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗଦେଇ ନବନିଯୁକ୍ତ ଯନ୍ତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

୯୪ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ

author img

By

Published : Apr 24, 2021, 6:57 AM IST

ଭୁବନେଶ୍ବର: ରାଜ୍ୟ ନିର୍ମାଣ ବିଭାଗ ପକ୍ଷରୁ ଶୁକ୍ରବାର ୯୪ ଜଣ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ଲୋକସେବା ଭବନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ।

୯୪ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ
୯୪ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ

ଆଜିର ଯୁଗ ହେଉଛି ଟେକ୍‌ନୋଲୋଜିର ଯୁଗ । ଗତାନୁଗତିକ ଧାରାରୁ ବାହାରକୁ ଆସି ନୂଆ ନୂଆ ଜ୍ଞାନକୌଶଳକୁ ନିର୍ମାଣ କ୍ଷେତ୍ରରେ ବ୍ୟବହାର କରିବା ଆବଶ୍ୟକ । ରାଜନେତା ହୁଅନ୍ତୁ ବା ସରକାରୀ କର୍ମଚାରୀ, ଆମେ ସମସ୍ତେ ଜନସାଧାରଣଙ୍କ ସେବକ । ଏପରି କହିବା ସହ ୫-ଟି ଆଧାରରେ କାର୍ଯ୍ୟ କରିବାକୁ ନବନିଯୁକ୍ତମାନଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ବିଗତ କିଛି ବର୍ଷ ମଧ୍ୟରେ ଅନେକ ଗୁଡ଼ିଏ ପ୍ରଶସନୀୟ କାର୍ଯ୍ୟକ୍ରମ ହାତକୁ ନେଇ ରାଜ୍ୟ ସରକାର ସମଗ୍ର ଦେଶ ତଥା ବିଶ୍ଵରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ଏହି ବିକାଶଧାରାକୁ ଆଗେଇନେବାକୁ ହେଲେ ନିଜର ଜ୍ଞାନର ପରିସୀମା ବୃଦ୍ଧି କରିବାର ଆବଶ୍ୟକ ରହିଛି । ନିଜ ଭିତରେ ନେତୃତ୍ବ ନେବାର ଦକ୍ଷତା ସୃଷ୍ଟି କରିବାକୁ ପଡ଼ିବ ବୋଲି ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରଗତିକୁ ଦୃତ ଗତିରେ ଆଗେଇ ନେବା ପାଇଁ ଯେଉଁ ଲକ୍ଷ୍ୟ ରଖୁଛନ୍ତି, ତାହା ପୂରା କରିବା ପାଇଁ କାର୍ଯ୍ୟ ଆରମ୍ଭର ପ୍ରଥମ ଦିନରୁ ପଣ କରିବାକୁ ପଡ଼ିବ । ଏଥି ସହିତ କାର୍ଯ୍ୟର ଗୁଣବତ୍ତା ଉପରେ ସବୁବେଳେ ଧ୍ୟାନ ଦେବାକୁ ପଡ଼ିବ ବୋଲି ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ।

ରାଜ୍ୟ ସରକାର କୋଠାବାଡ଼ି, ସେତୁ, ରାସ୍ତା ନିର୍ମାଣ ଆଦି କ୍ଷେତ୍ରରେ ବ୍ୟାପକ କରିବା ସହ ପୁରୀ ଜଗନ୍ନାଥ ମନ୍ଦିର, ଏକାମ୍ର କ୍ଷେତ୍ର, ପଶ୍ଚିମ ଓଡ଼ିଶାର ସମଲେଶ୍ବରୀ ପୀଠ ଆଦିର ଉନ୍ନତିକରଣ ପାଇଁ ଅନେକ ପ୍ରଂଶସନୀୟ ଉଦ୍ୟମ କରିଛନ୍ତି । ବିଜୁ ଏକ୍ସପ୍ରେସ୍ ୱେ ଜରିଆରେ ଆଜି ପଶ୍ଚିମ ଓଡ଼ିଶାର ବିକାଶକୁ ତ୍ବରିତ ବେଗରେ ଆଗେଇ ନିଆଯାଇଛି । ଗ୍ରାମାଞ୍ଚଳ ତଥା ନକ୍ସଲ ପ୍ରଭାବିତ ଅଞ୍ଚଳର ବିକାଶକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି । ଆଗାମୀ ଦିନରେ ନବନିଯୁକ୍ତ ଇଂଜିନିୟରମାନେ ଏହା ପୂରା କରିବାରେ ନିଜର ମହତ୍ତ୍ଵପୂର୍ଣ୍ଣ ଯୋଗଦାନ ଦେବେ ବୋଲି ସ୍ବାଗତ ଭାଷଣରେ ଏହା କହିଛନ୍ତି ପୂର୍ତ୍ତ ସଚିବ ଡ . କ୍ରିଷନ କୁମାର ।

ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ବାର୍ତ୍ତା ପ୍ରଦର୍ଶିତ କରାଯାଇଥିଲା । ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍) ଅନୀଲ କାନ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଦ୍ବିତୀୟାଦ୍ଧରେ ନବନିଯୁକ୍ତ ଇଂଜିନିୟରମାନଙ୍କ ନିମନ୍ତେ ଏକ ବୈଷୟିକ ଅଧବେଶନ ଅନୁଷ୍ଠିତ ହୋଇଥିଲା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.