ଭୁବନେଶ୍ବର: ରାଜ୍ୟର ସମସ୍ତ ରାଜନୈତିକ ଦଳ ଲାଗି 2022 ମସିହା ବଡ ଚ୍ୟାଲେଞ୍ଜର ବର୍ଷ (New Year challenge for BJD) । ପଞ୍ଚାୟତ ନିର୍ବାଚନ ପରେ ପରେ ପୌର ନିର୍ବାଚନ ହେବାକୁ ଯାଉଛି । ଏହା ସହ ଆସନ୍ତା 6 ମାସ ମଧ୍ୟରେ ରାଜ୍ୟରେ ହେବ ଆଉ ଏକ ଉପ ନିର୍ବାଚନ । ଏହି ବର୍ଷ ବିଜେଡି ଲାଗି ଅଧିକ ଚ୍ୟାଲେଞ୍ଜ ହେବ ବୋଲି କହିଛନ୍ତି ଖୋଦ ବିଜେଡିର ବରିଷ୍ଠ ବିଧାୟକ ପ୍ରତାପ ଦେବ (BJD MLA Pratap Deb) ।
ଏହା ମଧ୍ୟ ପଢନ୍ତୁ: ନୂଆବର୍ଷରେ ଜଗନ୍ନାଥଙ୍କୁ ପୂଜା କରି ଆଶିଷ ଭିକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ
ପ୍ରତାପ କହିଛନ୍ତି ଯେ, 2022 ରେ ଦେଶରେ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଉତ୍ତର ପ୍ରଦେଶ ପରି ରାଜ୍ୟରେ ସାଧାରଣ ନିର୍ବାଚନ ହେବ, ଯାହା ଦେଶର ରାଜନୀତିକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ସେହିପରି ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ହେବ । ଏହା ପରେ ପୌର ନିର୍ବାଚନ ହେବ । ଅନ୍ୟପଟେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କର ଦେହାନ୍ତ ହୋଇଛି । ସେଠାରେ ମଧ୍ୟ ଆସନ୍ତା 6 ମାସ ମଧ୍ୟରେ ନିର୍ବାଚନ ହେବ । ଏହା ସବୁ ରାଜନୈତିକ ଦଳ ଲାଗି ଚ୍ୟାଲେଞ୍ଜ । ଶାସନ ଦାୟିତ୍ବରେ ଥିବା ବିଜେଡି ଲାଗି ଏହି ବର୍ଷ ଅଧିକ ଚ୍ୟାଲେଞ୍ଜ ହେବ । ଏହାକୁ ବିଜେଡିର ବରିଷ୍ଠ ବିଧାୟକ ପ୍ରତାପ ଦେବ ସ୍ବୀକାର କରିଛନ୍ତି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ