ଭୁବନେଶ୍ୱର: ଅପରାଧର ଚକ୍ରବ୍ଯୁହରେ ଭୁବନେଶ୍ବର । କାମ ଦେଉନି ଅପରାଧ ରୋକିବାର ଷ୍ଟ୍ରାଟେଜି । ହନ୍ତସନ୍ତ ହେଉଛନ୍ତି ସହରବାସୀ । ବଢୁଥିବା ଅପରାଧ ନେଇ ଚିନ୍ତାରେ ଅଫିସର । କାରଣ ବିଗତ କିଛି ଦିନ ଧରି ଛିନତାଇ ପରେ ଏକ ନୂଆ ଧରଣର ଗ୍ଯାଙ୍ଗ ସହର ଭିତରେ ଉତ୍ପାତ କରୁଥିବାର ଦେଖିବାକୁ ମିଳିଛି। ପିସିଆର ଭ୍ଯାନ ଓ ପୋଲିସକୁ ଚକମା ଦେଖାଇ ଚଲାଇଛନ୍ତି ଲୁଟ ଅପରେସନ। ଏଥର ବୁଲେଟ ଗ୍ଯାଙ୍ଗ ନୁହେଁ। ପଲସର ଗ୍ୟାଙ୍ଗର ପିକଅପ ଭ୍ୟାନ ଲୁଟ । ଅର୍ଥାତ ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳରୁ ପେଚକଶରେ ତାଡି ଲୁଟିଛନ୍ତି ପିକଅପ ଭ୍ୟାନ ।
ଯାହାର ଚିତ୍ର ସିସିଟିଭିରେ କଏଦ ହୋଇଛି । ଖଣ୍ଡଗିରି ଥାନାରେ ଏନେଇ ବାରଭୁଜା ଟେଣ୍ଡ ହାଉସର ମାଲିକ ଗାଡି ଲୁଟର ଅଭିଯୋଗ କରିଛନ୍ତି । ତେବେ ସୁଚନା ମୁତାବକ ଏପ୍ରିଲ ମାସରେ ଏଯାବତ ଲୁଟ ହେଲାଣି 7ରୁ ଅଧିକ ଗାଡି । ଯେଉଁଥିରେ ପୂର୍ବରୁ ୬ଟି ବୋଲେରୋ ଲୁଟ ହୋଇଥିବା ସୂଚନା ଦେଇଥିଲେ ଭୁବନେଶ୍ବର ଡିସିପି।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ