ETV Bharat / city

‘ଟ୍ରାଫିକ ନିୟମ ନମାନିଲେ ଚାକିରୀ ହରାଇବେ ପୋଲିସ’ - ସୁଧାଂଶୁ ଷଢଙ୍ଗୀ

ରାଜମହଲରେ ଉତ୍ତେଜନା ପରେ ପୋଲିସ ଅଧିକାରୀଙ୍କୁ ତାଗିତ କରିଛନ୍ତି କମିସନର। ନୂଆ ଟ୍ରାଫିକ ନିୟମକୁ ପୋଲିସ ଅଧିକାରୀ ଅମାନ୍ୟ କରନ୍ତୁ ନାହିଁ । ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ।

ଫାଇଲ ଫଟୋ
author img

By

Published : Sep 7, 2019, 11:49 PM IST

Updated : Sep 8, 2019, 12:45 AM IST

ଭୁବନେଶ୍ବର: ହୁସିଆର ପୋଲିସ ଅଧିକାରୀ । ନୂଆ ଟ୍ରାଫିକ ନିୟମ ନମାନିଲେ ଯାଇପାରେ ଚାକିରି । କାରଣ ନୂଆ ନିୟମ ଲାଗୁ ପର ଠାରୁ ଖୋଦ ପୋଲିସ ବାବୁ ଆଇନ ଉଲଙ୍ଘନ କରୁଥିବା ସୋସିଆଲ ମିଡ଼ିଆରେ ହୋଇଛି ଭାଇରାଲ ।

ବାଣୀବିହାର ଓଭରବ୍ରିଜରେ ପିସିଆର ଭ୍ୟାନର ଡୋର ଖୋଲା ଭିଜୁଆଲ ଭାଇରାଲ ହେବା ପରେ ତତ୍ପରତା ପ୍ରକାଶ କରିଛି ପୋଲିସ । ସେହିଭଳି କିଛି ମହିଳା ଓ ପୁରୁଷ ପୋଲିସ ଅଧିକାରୀ ବିନା ହେଲମେଣ୍ଟରେ ଯାତ୍ରା କରୁଥିବାର ଭିଜୁଆଲ ମଧ୍ୟ ସୋସିଆଲ ମିଡିଆରେ ଖେଳି ବୁଲିଛି । ଯାହାକୁ ସାଧାରଣ ଜନତା ପୋଲିସ ବିଭାଗ ଉପରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସାଧାରଣ ଲୋକ ମୋଟା ଅଙ୍କର ଟଙ୍କା ଫାଇନ ଦେଉଥିବା ବେଳେ ପୋଲିସ ବାବୁ ଖୁଲମଖୁଲା ବୁଲୁଛନ୍ତି । ଫଳରେ ରାଜମହଲରେ ସାଧାରଣ ଜନତା ଉତ୍ୟକ୍ତ ହେବା ସହ ପୋଲିସ ଭ୍ୟାନକୁ ଭଙ୍ଗାରୁଜା କରିଛନ୍ତି । ଏଥିପାଇଁ ପୋଲିସ କମିସନର ସମସ୍ତ ଅଧିକାରୀଙ୍କୁ କଡା ତାଗିଦ କରିଛନ୍ତି।

ନୂଆ ମଟର ଯାନ ନିୟମକୁ ପୋଲିସ ଅଧିକାରୀ ନମାନିଲେ କିମ୍ବା କିଛି ଅଭିଯୋଗ ଆସିଲେ କଡା କାର୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିସନର। ଏପରିକି ଚାକିରିରୁ ନିଲମ୍ବନ ମଧ୍ୟ ହୋଇପାରନ୍ତି ବୋଲି ତାଗିଦ କରିଛନ୍ତି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Intro:ହୁସିଆର ପୁଲିସ,ନୁଆ ଟ୍ରାଫିକ ନିୟମ
ନମାନିଲେ ହରାଇପାରନ୍ତି ଚାକିରିBody:

ହୁସିଆର ବୋଲିସ ଅଧିକାରି।ନୁଆ ଟ୍ରାଫିକ ନିୟମ ନ ମାନିଲେ ଯାଇପାରେ ଚାକିରି।କାରଣ ନୁଆ ନିୟମ ଲାଗୁ ପରଠୁ ଦେଖିବାକୁ ମିଳିଛି ନିୟମ ଉଲଙ୍ଘନ କରୁଛନ୍ତି ପୋଲିସ ଅଧିକାରି। ରାଜଧାନିର ମାଷ୍ଟର କ୍ଯାଣ୍ଟିନ ସାମ୍ନା,ବାଣିବିହାର ଓଭରବ୍ରିଜ ଓ ପିସିଆର ଭ୍ଯାନର ଡୋର ଖୋଲା ଭିଜୁଆଲ ଭାଇରାଲ ହେବା ପରେ ତତ୍ପରତା ପ୍ରକାଶ କରିଛନ୍ତି ପୋଲିସ କମିସନର। ସେଭଳି କିଛି ମହିଳା ଓ ପୁରୁଷ ପୋଲିସ ଅଧିକାରି ବିନା ହେଲମେଣ୍ଟରେ ଯାତ୍ରା କରୁଥିବାର ଭିଜୁଆଲ ସୋସିଆଲ ମିଡିଆରେ ହେଉଛି ଭାଇରାଲ। ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ଲୋକ ପ୍ରଶ୍ନ କରିଛନ୍ତି ଏଭଳି ନିୟମ କାହିଁକି ମାନିବେନି ପୋଲିସ ଅଧିକାରି। ଏଥିପାଇଁ ପୋଲିସ କମିସନର ସମସ୍ତ ଅଧିକାରିଙ୍କୁ କଡା ତାଗିଦ ସହ ଯଦି କେହି ଏଭଳି ନିୟମ ନମାନନ୍ତି ବା ଏଭଳି କିଛି ଅଭିଯୋଗ ଆସେ ତାହା ଲେ ହୋଇପାରେ କଡା କାର୍ଯାନୁଷ୍ଠାନ। ଏପରିକି ହୋଇପାରନ୍ତି ଚାକିରିରୁ ସସପେଣ୍ଡ।ଗଣିପାରନ୍ତି ଦୁଇଗୁଣ ନୁଆ ତଣ୍ଡ।Conclusion:ବାଇଟ- ଡ ସୁଧାଂଶୁ ସରଙ୍ଗି,ପୋଲିସ କମିସନର
Last Updated : Sep 8, 2019, 12:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.