ଭୁବନେଶ୍ବର: ଏଣିକି ବିଦେଶ ଢାଞ୍ଚାରେ ରାଜଧାନୀରେ ଗଡିବ ଗାଡି । ପଛକୁ ପଛ ଲାଇନକୁ ଲାଇନ୍ । ଓଭରଟେକ କଲେ ଲାଗିବ କଡା ଫାଇନ । ଏଭଳି ନୂଆ ନିୟମ ଲାଗୁ କରିଛନ୍ତି ନୂତନ ପୋଲିସ କମିଶନର ।
ଏନେଇ ଟ୍ରାଫିକରେ ଦୀର୍ଘ ସମୟ ଗହଳି ଓ ସ୍ପିଡି ଡ୍ରାଇଭିଂ ଉପରେ ରହିଛି ନଜର । ନୂଆ ଟ୍ରାଫିକ ଡିସିପିଙ୍କ ନେତୃତ୍ବରେ ଆରମ୍ଭ ହୋଇଛି ନୂଆ ନିୟମ । ବିଶେଷ କରି ୫ଟି ଟ୍ରାଫିକ ସିଗନାଲରେ ଆରମ୍ଭ ହୋଇଛି ପ୍ରଥମ ଅପରେସନ । ରବିନ୍ଦ୍ର ମଣ୍ଡପ ଛକରୁ ଏୟାର ପୋର୍ଟ ଟ୍ରାଫିକ ସିଗନାଲ ଛକ ଉପରେ ରହିଛି ନଜର । ୧୦୦ମିଟର ପର୍ଯ୍ୟନ୍ତ ଲେନ ଭିତରେ ଯାନବାହାନ ଟିକେ ଓଭରସ୍ପିଡ କରି ଓଭରଟେକ କଲେ ଫାଇନ ଆଦାୟ କରାଯିବା ପାଇଁ ହୋଇଛି ନିୟମ ।
ଏହା ସହିତ ଓଭରସ୍ପିଡ କରି ନିୟମ ଉଲଙ୍ଘନ କରି ପୋଲିସ ସ୍କାନରରୁ ଖସିବାକୁ ଉଦ୍ୟମ କଲେ ଜଗିବ ଡ୍ରୋନ୍ । ରୁଟରେ ଯାଉଥିବା ସମୟରେ ପୋଲିସ ଧରିଲେ ନୂଆ ଫାଇନ ନିୟମ ଅନୁସାରେ ଫାଇନ ଆଦାୟ କରାଯିବ । ଯାହାଦ୍ବାରା ଟ୍ରାଫିକରେ ହେଉଥିବା ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ପୋଲିସ କମିଶନର ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ