ETV Bharat / city

ମଧ୍ୟରାତ୍ରିରୁ ଲାଗୁ ହେଲା ପେଟ୍ରୋଲ-ଡିଜେଲର ନୂଆ ଦର - ପେଟ୍ରୋଲ

ମଧ୍ୟରାତ୍ରିରୁ ରାଜ୍ୟରେ ଲାଗୁ ହୋଇଛି ନୂଆ ତୈଳ ଦର । ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲରୁ ୩ ଟଙ୍କା ଭ୍ୟାଟ୍ କମାଇଛନ୍ତି । ଅଧିକ ପଢନ୍ତୁ...

ମଧ୍ୟରାତ୍ରିରୁ ଲାଗୁ ହେଲା ପେଟ୍ରୋଲ-ଡିଜେଲର ନୂଆ ଦର

author img

By

Published : Nov 6, 2021, 7:06 AM IST

ଭୁବନେଶ୍ବର: ରାଜ୍ୟରେ ମଧ୍ୟରାତ୍ରିରୁ ଲାଗୁ ହୋଇଛି ନୂଆ ତୈଳ ଦର । ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲରୁ 3 ଟଙ୍କା ଭ୍ୟାଟ୍ ହ୍ରାସ କରିବା ପରେ ନୂଆ ଦର ଲାଗୁ ହୋଇଛି । ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩ ଟଙ୍କା ଲେଖାଏଁ ହ୍ରାସ ପାଇଛି । ଫଳରେ ଏବେ ଓଡିଶାରେ ପେଟ୍ରୋଲ ଲିଟର ପିଛା ମୋଟ ୮ ଟଙ୍କା ଏବଂ ଡିଜେଲ ୧୩ ଟଙ୍କା ଶସ୍ତା ହୋଇଛି ।

ଦେଶରେ ଅହେତୁକ ଭାବେ ପେଟ୍ରୋଲ ଏବଂ ଡ଼ିଜେଲ ଦର ବୃଦ୍ଧି ପାଇଥିଲା । ଫଳରେ ସାଧାରଣଙ୍କଠୁ ଆରମ୍ଭ କରି ସବୁ ବର୍ଗର ଲୋକ ପ୍ରଭାବିତ ହେଉଥିଲେ । ଏପରିସ୍ଥଳେ କେନ୍ଦ୍ର ସରକାର ୩ ତାରିଖ ଦିନ ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ଘୋଷଣା କରିଥିଲେ । ତୈଳ ଉପରୁ ଯଥାକ୍ରମେ ୫ ଟଙ୍କା ଓ ୧୦ ଟଙ୍କା କମାଇଥିଲା କେନ୍ଦ୍ର । ପରେ ରାଜ୍ୟ ସରକାର ୪ ତାରିଖରେ ପେଟ୍ରୋଲ ଓ ଡିଜେଲରୁ ୩ ଟଙ୍କା ଲେଖାଏଁ ଭ୍ୟାଟ୍ କମାଇବା ନେଇ ଘୋଷଣା କରିଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୈଳ ଦର କମାଇବା ପରେ ଏବେ ସାଧାରଣ ଲୋକେ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ଘୋଷଣା ଦ୍ବାରା ରାଜ୍ୟବାସୀ ଅତିରିକ୍ତ ୩ ଟଙ୍କାର ରିହାତି ପାଇବେ । ତେବେ ୩ ଟଙ୍କାର ଛାଡ ପାଇଁ ରାଜ୍ୟ ରାଜକୋଷ ଉପରେ ଅତିରିକ୍ତ ୧୪ ଶହ କୋଟିର ଭାର ପଡିବ । କେବଳ ୩ ଟଙ୍କା ଭାଟ୍ ହ୍ରାସ ଦ୍ବାରା ଏହି କ୍ଷତି ରାଜ୍ୟ ସରକାରଙ୍କୁ ବହନ କରିବାକୁ ପଡିବ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ ଯୋଗୁଁ ରାଜ୍ୟ ସରକାରଙ୍କୁ ଅତିରିକ୍ତ ୭ ଶହ କୋଟି ଟଙ୍କା ହରାଇବାକୁ ପଡିବ । ତେଣୁ ରାଜ୍ୟ ସରକାରଙ୍କୁ ମୋଟ ପ୍ରାୟ ୨ ହଜାର କୋଟି ଟଙ୍କାର ରାଜସ୍ବ ହରାଇବାକୁ ପଡିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.