ଭୁବନେଶ୍ବର: ଓଡିଶା ପ୍ରଦେଶ କଂଗ୍ରେସ ଖୁବଶୀଘ୍ର ନୂଆ ପିସିସି ମୁଖ୍ୟ ପାଇବ । ଏପ୍ରିଲ ଶେଷ ସୁଦ୍ଧା ନୂଆ ପିସିସି ସଭାପତି ନାଁ ଘୋଷଣା କରିବ ଅଖିଳ ଭାରତୀୟ କଂଗ୍ରେସ କମିଟି (AICC) । ଆଜି (ଶୁକ୍ରବାର) ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ପ୍ରଭାରୀ ଡ. ଚେଲ୍ଲା କୁମାର ।
ପିସିସିର ସମ୍ପୂର୍ଣ୍ଣ ସାଙ୍ଗଠନିକ ସଦସ୍ୟ ରୂପରେଖ ବଦଳିବ । ତଳୁ ଉପର ପର୍ଯ୍ୟନ୍ତ ସମସ୍ତ ନୂଆ ସଦସ୍ୟ ଚୟନ କରାଯିବ। ଆଗକୁ କଂଗ୍ରେସ ସାଙ୍ଗଠନିକ କ୍ଷେତ୍ରରେ ମଜବୁତ ହେବ। ଯେଉଁ ପର୍ଯ୍ୟନ୍ତ ନୂଆ ପିସିସି ସଭାପତି ନାଁ ଘୋଷଣା ହୋଇନାହିଁ ସେ ପର୍ଯ୍ୟନ୍ତ ନିରଞ୍ଜନ ପଟନାୟକ ଦାୟିତ୍ବ ତୁଲାଉଥିବେ । ଆଗକୁ କଂଗ୍ରେସ ଭଲ ପ୍ରଦର୍ଶନ କରିବ ଦଳ ବୋଲି ପ୍ରଭାରୀ କହିଛନ୍ତି ।
ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସ ଯଦିଓ ଆଶାନୁରୂପ ପ୍ରଦର୍ଶନ କରିନି ତଥାପି ଆମେ ଖରାପ କରିନୁ। ଖୁବଶୀଘ୍ର ବ୍ରଜରାଜନଗର ଉପନିର୍ବାଚନ ନେଇ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ । ଏନେଇ ବିଚାର ବିମର୍ଷ ଚାଲିଛି। ଖୁବଶୀଘ୍ର ଘୋଷଣା ହେବ ବୋଲି ଚେଲ୍ଲା କୁମାର କହିଛନ୍ତି ।
ସେହିପରି ଚେଲ୍ଲା କୁମାର ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନର ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି। ନୂଆ ସଭାପତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା ସରିବ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ