ଭୁବନେଶ୍ବର: କାର୍ତ୍ତିକ ପୂର୍ଣ୍ଣିମାରେ ବଡ ପରଦାରେ ରିଲିଜ ହେବାକୁ ଯାଉଛି ‘ମାଲ ମହୁ ଜୀବନ ମାଟି’ । ଅମର ମ୍ୟୁଜିକ ନିବେଦନ ଓ ନବୀନ ଭଣ୍ଡାରୀଙ୍କ ଦ୍ବାରା ପ୍ରଯୋଜିତ ଏହି ଫିଲ୍ମଟି ଆଗାମୀ ନଭେମ୍ବର 8 ତାରିଖରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ରହିଛନ୍ତି ସବ୍ୟସାଚୀ ମିଶ୍ର ଓ ଏଲିନା ସାମନ୍ତରାୟ ।
ତେବେ ଜଣେ ଖନାର ଚରିତ୍ରରେ ସବ୍ୟସାଚୀ ଫିଲ୍ମରେ ନଜର ଆସୁଥିବା ବେଳେ ଏଲିନା ଜଣେ ଅଭିନେତ୍ରୀ ଭୂମିକାରେ ପଦାର୍ପଣ କରିବେ । ଖନା ହୋଇ ସମସ୍ତ ଟାହି ଟାପରା ଶୁଣି ବି କିପରି ଜୀବନ ବିତାଇବାକୁ ହୁଏ ତାହା ଅତି ନିଖୁଣ ଭାବେ ପରଦାରେ ଦେଖାଇବେ ସବ୍ୟସାଚୀ ।
ତେଣେ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ ଓ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଛନ୍ତି ଅଭିଜିତ ମଜୁମଦାର ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ