ETV Bharat / city

ନୂଆ ମୋଟର ଯାନ ଆଇନ, ନିୟମ କୋହଳ ପାଇଁ ଚାଲିଛି ବିଚାର: ପରିବହନ ମନ୍ତ୍ରୀ

author img

By

Published : Nov 28, 2019, 12:55 PM IST

ଶୂନ୍ୟକାଳରେ ଗୃହରେ ଉଠିଲା ନୂଆ ମୋଟର ଯାନ ଆଇନ ପ୍ରସଙ୍ଗ । ନିୟମ କୋହଳ କରିବାକୁ ଦାବି କଲେ ଉଭୟେ ଶାସକ ବିରୋଧୀ । ଏପଟେ ଏ ପ୍ରସଙ୍ଗରେ ବିଚାର ବିମର୍ଷ ଚାଲିଛି ବୋଲି କହିଲେ ପରିବହନ ମନ୍ତ୍ରୀ ।

ନୂଆ ମୋଟର ଯାନ ଆଇନ
ନୂଆ ମୋଟର ଯାନ ଆଇନ, ନିୟମ କୋଳହ ପାଇଁ ଚାଲିଛି ବିଚାର: ପରିବହନ ମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ପହିଲାରୁ ପୁଣି ଥରେ ଲାଗୁ ହେବାକୁ ଯାଉଛି ନୂଆ ମୋଟର ଯାନ ଆଇନ । ଲାଇସେନ୍ସ ପାଇଁ ଆରଟିଏ ଅଫିସ୍ ଗୁଡିକରେ ଲାଗୁଛି ପ୍ରବଳ ଭିଡ । ନୂଆ ମୋଟର ଯାନ ଆଇନକୁ ନେଇ ଲୋକେ ଚିନ୍ତାରେ ଥିବା ବେଳେ କୋହଳ ଅବଧିକୁ ବୃଦ୍ଧି କରିବାକୁ ଗୃହରେ ଦାବି ଉଠାଇଲେ ଉଭୟ ଶାସକ ଓ ବିରୋଧୀ ।

ଗୃହରେ ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇଥିଲେ ବିଧାୟକ ଦେବୀ ପ୍ରସାଦ ମିଶ୍ର । ରାଜ୍ୟରେ ନୂଆ ମୋଟର ଯାନ ଆଇନକୁ ଡିସେମ୍ବର ପହିଲାରୁ କଡାକଡି କରିବାକୁ ନିଷ୍ପତ୍ତି ହୋଇଛି । ଆରଟିଓ ଅଫିସରେ ଲୋକଙ୍କ ପ୍ରବଳ ଭିଡ ଲାଗୁଥିବା ବେଳେ ଲୋକେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ କୋହଳ ଅବଧିକୁ ବଢାଇବାକୁ ଦାବି କରିଥିଲେ ବିଧାୟକ ଦେବୀ ପ୍ରସାଦ । ଆଉ ଶାସକ ଦଳର ବିଧାୟକଙ୍କ ସହ ସ୍ବର ମିଳାଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ।

ସେ କହିଛନ୍ତି, କୋରାପୁଟରେ ମାତ୍ର ୪ ଜଣ କର୍ମଚାରୀ ରହିଛନ୍ତି । ଯଦି ତନାଘନା କରାଯାଏ ତେବେ ଲୋକଙ୍କ ସମସ୍ୟା ବଢ଼ିବ। ସହ ସବୁ ଆରଟିଓ ଅଫିସରେ ଦୁର୍ନୀତି ବଢିଛି । ତେଣୁ ସମୟ ସୀମା ବଢ଼ିବା ଦରକାର । ଏନେଇ ରୁଲିଂ ଦେବାକୁ କହିଥିଲେ ଉଭୟ ଶାସକ ଓ ବିରୋଧୀ ସଭ୍ୟ । ଏହାର ଉତ୍ତର ରଖି ପରିବହନ ମନ୍ତ୍ରୀ କହିଛନ୍ତି, ଡେଡ୍‌ଲାଇନ ପାଖେଇ ଆସୁଥିବାରୁ ଆରଟିଓ ଅଫିସରେ ଲୋକଙ୍କ ଭିଡ଼ ଜମୁଛି । ଏ ଖବର ବିଭାଗ ପାଖରେ ରହିଛି,ବିଭାଗ ତତ୍ପର ମଧ୍ୟ ରହିଛି । ଦୃଷ୍ଟି ଦେଉଛୁ ଯେପରି କିଛି ଅସୁବିଧା ହେବନି ।’ ସେପଟେ 1ତାରିଖ ପରେ ଆଇନ କୋହଳ ହେବକି ବୋଲି ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ପହିଲାରୁ ନିୟମ ଲାଗୁ ହେବ କି ନାହିଁ ଏ ନେଇ ବିଚାର ବିମର୍ଷ ଚାଲିଛି । ଯାହା ନିଷ୍ପତ୍ତି ହେବ ତାହା ଜଣାଇବୁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:
ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ନେଇ ଗୃହରେ ଉଠାଇଲେ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଲେ। ଡିସେମ୍ବର ପହିଲାରୁ ଏହାକୁ କଡାକଡି କରିବାକୁ ନିଷ୍ପତ୍ତି ହୋଇଛି। ଲୋକମାନେ ନାହିଁ ନଥିବା ସମସ୍ୟା ସମ୍ମୁଖୀନ ହେଉଛନ୍ତି। ସନ୍ଧ୍ୟା ହେଲା ମାତ୍ରେ ଅଫିଶ ବନ୍ଦ ହୋଇ ଯାଉଛି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଏପ୍ରସାଙ୍ଗ ଉଠାଇଲେ। କୋରାପୁରେ ମାତ୍ର ୪ ଜଣ କର୍ମଚାରୀ ରହିଛନ୍ତି। ଯଦି ତନାଘନା କରାଯାଏ ତେବେ ଲୋକଙ୍କ ସମସ୍ୟା ବଢ଼ିବ। ସବୁ ଆର ଟି ଓ ଅଫିସରେ ଦୁର୍ନୀତି ବଢିଛି। ତେଣୁ ସମୟ ସୀମା ବଢ଼ିବା ଦରକାର। ଏନେଇ ରୁଲିଂ ଦେବାକୁ କହିଥିଲେ ଉଭୟ ଶାସକ ଓ ବିରୋଧୀ ସଭ୍ୟ। ମନ୍ତ୍ରୀ ଏନେଇ ଉତ୍ତର ରଖିବା ଦରକାର ବୋଲି କହିଛନ୍ତି।

ସମୟସୀମା ସରିବା ବେଳକୁ ଲୋକଙ୍କ ଭିଡ଼ ଜମୁଛି,ବିଭାଗ ପାଖରେ ଖବର ରହିଛି,ବିଭାଗ ତତ୍ପର ରହିଛି,ଦୃଷ୍ଟି ଦେଉଛୁ ଯେପରି କିଛି ଅସୁବିଧା ହେବନି,1ତାରିଖ ପ୍ରରେ କୋହଳ ହେବକି ବୋଲି ପ୍ରଶ୍ନର ଉତ୍ତର,1ତାରିଖରୁ ଲାଗୁ ହେବକି ନାହିଁ ଏ ନେଇ ବିଚାର ବିମର୍ଷ ଚାଲିଛି,କଣ ହେବ ତାହା ଖୁବ ଶୀଘ୍ର ଜନାଇବୁBody:ବାଇଟ ପଦ୍ମନାଭ ବେହେରା, ପରିବହନ ମନ୍ତ୍ରୀConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.