ETV Bharat / city

ରାଜଧାନୀରେ ରେସ୍ତୋରାଁ ଓ ଠେଲା ଦୋକାନୀଙ୍କ ପାଇଁ ନୂଆ ଗାଇଡ଼ ଲାଇନ - ରାଜଧାନୀରେ ହୋଟେଲ ପାଇଁ ନୂଆ ଗାଇଡ଼ ଲାଇନ

ଭୁବନେଶ୍ୱରରେ ହୋଟେଲ ଓ ରେଷ୍ଟଉରାଣ୍ଟ ପାଇଁ ନୂଆ ଗାଇଡ଼ ଲାଇନ । ମଙ୍ଗଳବାର ବିଏମସି ପକ୍ଷରୁ ଜାରି ହେଲା ନିର୍ଦେଶାବଳୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାଜଧାନୀରେ ହୋଟେଲ ପାଇଁ ନୂଆ ଗାଇଡ଼ ଲାଇନ
ରାଜଧାନୀରେ ହୋଟେଲ ପାଇଁ ନୂଆ ଗାଇଡ଼ ଲାଇନ
author img

By

Published : Aug 4, 2020, 8:10 PM IST

ଭୁବନେଶ୍ୱର: ରାଜଧାନୀରେ ହୋଟେଲ ଓ ରେସ୍ତୋରାଁ ପାଇଁ ନୂଆ ଗାଇଡ଼ ଲାଇନ । ମଙ୍ଗଳବାର ବିଏମସି ପକ୍ଷରୁ ଜାରି ହେଲା ନିର୍ଦେଶାବଳୀ । ହୋଟେଲରେ ଖାଦ୍ୟ ପ୍ରସ୍ତୁତ କରିବେ, ପାର୍ସଲ ଦେଇପାରିବେ । ହେଲେ ହୋଟେଲ ଭିତରେ ବସି ଖାଇପାରିବେ ନାହିଁ । ହୋଟେଲରେ ଥିବା ଅତିଥି ମାନଙ୍କ ପାଇଁ କେବଳ ରେସ୍ତୋରାଁ ଖୋଲିପାରିବ ।

ରାଜଧାନୀରେ ହୋଟେଲ ପାଇଁ ନୂଆ ଗାଇଡ଼ ଲାଇନ
ରାଜଧାନୀରେ ହୋଟେଲ ପାଇଁ ନୂଆ ଗାଇଡ଼ ଲାଇନ

ରାସ୍ତା କଡରେ ଥିବା ଜଳଖିଆ ଦୋକାନୀ, ଗୁପଚୁପ, ଚାର୍ଟ କେବଳ ପାର୍ଶଲରେ ଦେଇପାରିବେ । ସେହିପରି ଚା ଦୋକାନ, ଲସି ଦୋକାନ ମଧ୍ୟ କେବଳ ପାର୍ଶଲ ଦେଇପାରିବେ । ଚା ଦୋକାନରେ କୌଣସି ଲୋକ ଏକାଠି ହୋଇ ଚା ପିଇ ପାରିବେ ନାହିଁ । ଏନେଇ ବିଏମସି କର୍ତ୍ତୃପକ୍ଷ ନିର୍ଦ୍ଦେଶ ଜାରି କରିଛନ୍ତି । ଯଦି କଟକଣା ଉଲ୍ଲଙ୍ଘନ ହେଲା ତେବେ ଆଇନ ସମ୍ମତ ଜୋରିମାନା ଦେବାକୁ ପଡିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.