ଭୁବନେଶ୍ବର: ସେପ୍ଟେମ୍ବର ମାସ ପାଇଁ ଆଜି ଆସିବ କୋଭିଡ଼ର ନୂଆ ଗାଇଡଲାଇନ୍ । ଅପରାହ୍ନ 3.30 ରେ ଏସଆରସି ପ୍ରଦୀପ ଜେନା ଏନେଇ ଘୋଷଣା କରିବେ । ପାର୍ବଣ ଋତୁ ଆରମ୍ଭ ହେଉଥିବାରୁ କଣ ରହିବ କଟକଣା ତା ଉପରେ ରାଜ୍ୟବାସୀଙ୍କ ନଜର ରହିଛି । ତୃତୀୟ ଲହରରେ ଶିଶୁ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ଼ ନିୟମ ଅଧିକ କୋହଳ କରିବେ ନା କଟକଣା ବଳବତ୍ତର ରଖିବେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ପାର୍ବଣ ଋତୁ ଆରମ୍ଭ ହେଉଛି । ତେଣୁ ବିଭିନ୍ନ ସ୍ଥାନରେ ଜନଗହଳି ଯେପରି ନ ହୁଏ, ସେଥିପ୍ରତି ସତର୍କ ରହିବାକୁ ରାଜ୍ୟ ମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ କଟକ, ଭୁବନେଶ୍ୱର ଓ ପୁରୀ ସହରରେ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିଛି । ତେବେ ଏହା ହଟିବ ନା ନାହିଁ ତା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ଅଗଷ୍ଟମାସ ଗାଇଡଲାଇନ ସମୟ ଶେଷ ହେବାକୁ ଯାଉଥିବା ବେଳେ ସପ୍ତାହାନ୍ତ ସଟଡାଉନ ହଟାଇବା ପାଇଁ ସ୍ୱର ଉଠିଛି । ଆଗକୁ ପାର୍ବଣ ଋତୁ ଆସୁଥିବାରୁ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ