ଭୁବନେଶ୍ୱର: ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ପରିସରରେ ନୂତନ କ୍ୟାନସର ସେଣ୍ଟରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାୟ ୫୦ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମିତ ହୋଇଛି ଏହି ହସ୍ପିଟାଲ । ଏହି କ୍ୟାନ୍ସର ସେଣ୍ଟର ହେଉଛି ରାଜ୍ୟର ପ୍ରଥମ ସେଣ୍ଟର ଯେଉଁଠି trubeam stx ଚିକିତ୍ସା ସୁବିଧା ରହିଛି ।
ଏହି ଉଦଘାଟନ ଉତ୍ସବ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ୨୦୧୭ ମସିହାରେ ଏହି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଆପୋଲୋ ଗ୍ରୁପ୍ର ଅଫ ହସ୍ପିଟାଲର ଏକଜିକ୍ୟୁଟିଭ ଭାଇସ ଚେୟରମ୍ୟାନ ପ୍ରିଥା ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ