ETV Bharat / city

ରାଜ୍ୟରେ ଦିନକରେ 11099 ନୂଆ ଆକ୍ରାନ୍ତ ଚିହ୍ନଟ, ପୁଣି ଖୋର୍ଦ୍ଧାରୁ ସର୍ବାଧିକ - 11099 ନୂଆ ପଜିଟିଭ

ଗତ 24 ଘଣ୍ଟା ମଧ୍ୟରେ ନୂଆ 11 ହଜାର 99ଟି ପଜିଟିଭ ମାମଲା ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 1406 ଜଣ ସଂକ୍ରମିତ । ଅଧିକ ପଢନ୍ତୁ...

ଲଗାମ୍ ଛଡା ସଂକ୍ରମଣ, 11099 ନୂଆ ପଜିଟିଭ ଚିହ୍ନଟ

author img

By

Published : May 19, 2021, 8:55 AM IST

Updated : May 19, 2021, 11:45 AM IST

ଭୁବନେଶ୍ବର: ରାଜ୍ୟରେ ଥମୁନି କୋରୋନା ସଂକ୍ରମଣ । ଆଜି(ବୁଧବାର) ରାଜ୍ୟରେ ପୁଣି 11 ହଜାର ପାର କରିଛି ସଂକ୍ରମଣ ମାମଲା । ଗତ 24 ଘଣ୍ଟା ମଧ୍ୟରେ ନୂଆ 11 ହଜାର 99ଟି ପଜିଟିଭ ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ କ୍ବାରେଣ୍ଟାଇନରୁ 6 ହଜାର 214 ମାମଲା ଥିବାବେଳେ ଲୋକାଲ ସଂକ୍ରମଣ 4 ହଜାର 885 ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 1406 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୋଳରୁ 552, ବାଲେଶ୍ବରରୁ 408, ବରଗଡରୁ 339, ଭଦ୍ରକରୁ 431, ବଲାଙ୍ଗୀରରୁ 288, ବୌଦ୍ଧରୁ 213, କଟକରୁ 867, ଦେବଗଡରୁ 107, ଢେଙ୍କାନାଳରୁ 162, ଗଜପତିରୁ 82, ଗଞ୍ଜାମରୁନ 196, ଜଗତସିଂହପୁରରୁ 302, ଯାଜପୁରରୁ 378, ଝାରସୁଗୁଡାରୁ 307, କଳାହାଣ୍ଡିରୁ 299, କନ୍ଧମାଳରୁ 88, କେନ୍ଦ୍ରାପଡାରୁ 156, କେନ୍ଦୁଝରରୁ 165, କୋରାପୁଟରୁ 280, ମାଲକାନଗିରିରୁ 102, ମୟୂରଭଞ୍ଜରୁ 507, ନବରଙ୍ଗପୁରରୁ 351, ନୟାଗଡରୁ 277, ନୂଆପଡାରୁ 232, ପୁରୀରୁ 356, ରାୟଗଡାରୁ 170, ସମ୍ବଲପୁରରୁ 547, ସୋନପୁରରୁ 252, ସୁନ୍ଦରଗଡରୁ 983 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲ ସଂକ୍ରମିତଙ୍କ ସଂଖ୍ୟା 242 ରହିଛି ।

ଆଜିର 11 ହଜାର 99 ନୂଆ ପଜିଟିଭ ମାମଲାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା 6 ଲକ୍ଷ 44 ହଜାର 401ରେ ପହଞ୍ଚିଛି । ସେପଟେ ରାଜ୍ୟରେ ଗତ 24 ଘଣ୍ଟାରେ 10 ହଜାର 242ଜଣ ସଂକ୍ରମିତ କୋରୋନାରୁ ସୁସ୍ଥ ହୋଇଛନ୍ତି । ସେହିଭଳି ମୋଟ ସୁସ୍ଥତା ସଂଖ୍ୟା 5 ଲକ୍ଷ 36 ହଜାର 595 ରହିଥିବାବେଳେ 1 ଲକ୍ଷ 5 ହଜାର 375ଟି ସକ୍ରିୟ ମାମଲା ରହିଛି । ଏଯାବତ୍ ରାଜ୍ୟରେ ମୋଟ 1 କୋଟି 10 ଲକ୍ଷ 58 ହଜାର 386ଟି କୋରୋନା ଟେଷ୍ଟ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : May 19, 2021, 11:45 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.