ETV Bharat / city

29ରେ ଓଡିଶା ଆସିବେ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ - nepal former cm

ଶନିବାର ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଲୋକେନ୍ଦ୍ର ବାହାଦୂର ଚାନ୍ଦ ତିନିଦିନିଆ ଓଡିଶା ଗସ୍ତ ଆସିବା ନେଇ ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 27, 2019, 2:37 PM IST

ଭୁବନେଶ୍ବର: ଆସନ୍ତା ଜୁଲାଇ 29ରେ ଓଡିଶା ଆସିବେ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ । ଶନିବାର ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଲୋକେନ୍ଦ୍ର ବାହାଦୂର ଚାନ୍ଦ ତିନିଦିନିଆ ଓଡିଶା ଗସ୍ତ ଆସିବା ନେଇ ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଆସନ୍ତା 29 ତାରିଖ ଅପରାହ୍ନ 11ଟା ସମୟରେ ଶ୍ରୀ ଚାନ୍ଦଙ୍କ ସମେତ ତାଙ୍କ ପୁତ୍ର ଓ 7ଜଣିଆ ସଦସ୍ୟ ଏହି ଗସ୍ତରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ତାଙ୍କୁ ସ୍ବାଗତ କରାଯିବା ପରେ ସେମାନଙ୍କୁ ଭୁବନେଶ୍ୱର ଥିବା ମେଫେୟାର ହୋଟେଲରେ ଅବସ୍ଥାନ କରିବେ ବୋଲି ସୂଚନା ଦିଆଯାଇଛି । ଏହାପରେ ସେ ତାଙ୍କ ଗୁରୁ ସନ୍ଥ ସ୍ବାମୀ ଦିବ୍ୟାନନ୍ଦ ଗିରି ମହାରାଜଙ୍କୁ ଅପରାହ୍ନରେ ଭେଟିବା ପାଇଁ ଯିବେ । ତା ପରଦିନ ସକାଳୁ ଅର୍ଥାତ 30 ତାରିଖ ଦିନ ଭୁବନେଶ୍ବର ଉପକଣ୍ଠରେ ଥିବା ହୀରାପୁରସ୍ଥିତ ଚୌଷଠି ଯୋଗିନୀ ମନ୍ଦିରରେ ଦର୍ଶନ କରିବା ସହିତ ସେଠାରେ ପୂଜାପାଠ କଟିବେ ବୋଲି ସୂଚନା ମିଳିଛି ।

ଏହାପରେ ସେଠାରୁ କାର୍ଯ୍ୟ ଶେଷ କରି କୋଣାର୍କ ମନ୍ଦିର ଦର୍ଶନ କରିବେ ଏବଂ ପୁରୀରେ ରାତ୍ରିଯାପନ କରିବେ । ଏହାପରେ 31 ତାରିଖ ଦିନ ସକାଳୁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ପୁରୀରେ ବିଶିଷ୍ଟ ସାଧୁସନ୍ଥଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ନେପାଳର ପୂର୍ବ ପ୍ରଧାନମନ୍ତ୍ରୀ ଶ୍ରୀ ଚାନ୍ଦଙ୍କ ଏହା ପ୍ରଥମ ଓଡିଶା ଗସ୍ତ ଅଟେ ।

ଶ୍ରୀ ଚାନ୍ଦଙ୍କ ଏହି ଗସ୍ତର ଆୟୋଜନ ଦାୟିତ୍ବରେ ଥିବା ଓଡିଶା ଇଣ୍ଟର ନ୍ୟାସନାଲ ସେଣ୍ଟରର ସଭାପତି ପରେଶ ନାୟକ, ଉପସଭାପତି ଏସକେ ତାମୋଟିଆ ଓ ଶିଳ୍ପପତି ଉଦୟନାଥ ସାହୁ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ତାଙ୍କର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ସ୍ଲଗ - ନବରଙ୍ଗପୁର ସହର ମଧ୍ୟରେ ଭାଲୁ
ଫର୍ମାଟ - ଏଭିଓ, ୨୭/୦୭/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
----------------------------------------------------------
ଆଙ୍କର - ଭଲ ଭାବରେ ଦେଖନ୍ତୁ, ଏହି ଦୃଶ୍ୟକୁ, ଏହା କୌଣସି ଜଙ୍ଗଲ ନୁହଁ,ନବରଙ୍ଗପୁର ସହରର, ନବରଙ୍ଗପୁର ସହର ମଧ୍ୟରେ ୨ ଟି ଭାଲୁ ,ଆତଙ୍କି ତ ସାହି ବସିନ୍ଦା । ସନ୍ଧ୍ୟା ନଇ ଆସିଲେ ସହର ମଧ୍ୟକୁ ଚାଲିଆସୁଛନ୍ତି ଏହି ୨ ଭାଲୁ । ସହରର ଜାମାଲକୋଲନିରେ ଗତ କିଛି ଦିନ ଧରି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଭାଲୁ କୋଲାନିରେ ପଶି ବୁଲୁ ଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି ।ଘର ମଧ୍ୟରେ ଭାଲୁ ପଶିଯିବା ଭୟରେ ସନ୍ଧ୍ୟା ଆସିଲେ କୋଲନିର ସମସ୍ତ ଘରର ବାହାରର ତାଲା ପଡିଯାଉଛି । ଲୋକେ ବାହାର କୁ ବାହାରିବା ପାଇଁ ଭୟ କରୁଛନ୍ତି । ବନ ବିଭାଗ ଏ ସମ୍ପର୍କରେ ଖବର ପାଇ ସଜାଗ ହୋଇଉଠିଛି । ଭାଲୁ ଯେପରି କାହାର ବି କ୍ଷତି ନ ପହଞ୍ଚାଏ ଓ ଅନୁରୂପ ଭାବେ ଲୋକେ ମଧ୍ୟ ଯେପରି ଭାଲୁ ର ଆକ୍ରମଣ ନ କରନ୍ତି ସେଥପ୍ରତି ଧ୍ୟାନ ଦେଇ ସତର୍କତାର ସହ ପଦକ୍ଷେପ ନେଉଛି । ଭାଲୁ କୁ ଧରିବା ପାଇଁ କୋଲାନି ରେ ପାଞ୍ଚଟି ଯନ୍ତା ରଖାଯାଇଥିବା ସୂଚନା ମିଳିଛି । ଜିଲ୍ଲାରେ ଧୀରେ ଧୀରେ ଜଙ୍ଗଲ ର ଅବକ୍ଷୟ ହେଉଥିବାରୁ ଜଙ୍ଗଲୀ ଜନ୍ତୁ ବାଧ୍ୟ ହୋଇ ସହର ଓ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.