ଭୁବନେଶ୍ବର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ NDRF ଡିଜି ଏସଏନ ପ୍ରଧାନ। ରାଜ୍ୟର ସମ୍ବଲପୁରର ବୁର୍ଲା ଓ ନବରଙ୍ଗପୁରରେ ଏନଡିଆରଏଫ ପଏଣ୍ଟ କରିବା ନେଇ ଆଲୋଚନା କରିଛନ୍ତି । ଓଡ଼ିଶା ସହ ମିଶି ଏନଡିଆରଏଫ ଅଧିକ କ'ଣ କରି ପାରିବ ଏବଂ କାର୍ଯ୍ୟପନ୍ଥା କ'ଣ ରହିବ ସେନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ।
ବୈଠକରେ କେଉଁ କେଉଁ ସ୍ଥାନରେ ସବ ଏନଡିଆରଏଫ ଟିମ ରଖି ହେବ ସେନେଇ ମଧ୍ୟ ଆଲୋଚନା କରାଯାଇଛି। ତେବେ ନବରଙ୍ଗପୁର ଓ ବୁର୍ଲାରେ ଏନଡିଆରଏଫ ପଏଣ୍ଟ ପାଇଁ ଓଡ଼ିଶା ପ୍ରସ୍ତାବ ଦେଇଥିବା ଜଣାପଡିଛି।
ଓଡ଼ିଶାରେ ଏନଡିଆରଏଫ ପଏଣ୍ଟ ରହିଲେ ରେସପନ୍ସ ସମୟ କମିବ ଏବଂ ଉଦ୍ଧାର କାର୍ଯ୍ୟ ସହଜ ହେବ ବୋଲି କୁହାଯାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ