ETV Bharat / city

ଯୁବପୀଢିଙ୍କ ଜୀବନ ନେଉଛି ମାନସିକ ଚାପ

author img

By

Published : Feb 7, 2020, 5:08 PM IST

Updated : Feb 7, 2020, 8:18 PM IST

ବଢୁଛି ଆତ୍ମହତ୍ୟା ! ମାନସିକ ଚାପ ନେଉଛି ଯୁବପୀଢିଙ୍କ ଜୀବନ । ଚାପଗ୍ରସ୍ତ ହୋଇ ନେଉଛନ୍ତି ଚରମ ନିଷ୍ପତ୍ତି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟରେ ପ୍ରକାଶ ପାଇଛି ଏଭଳି ଚମକାଇଦେଲା ଭଳି ତଥ୍ୟ ৷ ଅଧିକ ପଢନ୍ତୁ...

ncrb report
ଯୁବପୀଢିଙ୍କ ଜୀବନ ନେଉଛି ମାନସିକ ଚାପ

ଭୁବନେଶ୍ବର: ବଢୁଛି ଆତ୍ମହତ୍ୟା ! ମାନସିକ ଚାପ ନେଉଛି ଯୁବପୀଢିଙ୍କ ଜୀବନ । ଚାପଗ୍ରସ୍ତ ହୋଇ ନେଉଛନ୍ତି ଚରମ ନିଷ୍ପତ୍ତି । ଏଭଳି ଚମକାଇ ଦେଲା ଭଳି ତଥ୍ୟ ପ୍ରକାଶ ପାଇଛି ନ୍ୟାସନାଲ୍ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟରେ । ତଥ୍ୟ କହୁଛି 2017 ଅପେକ୍ଷା 2018ରେ 3.6 ପ୍ରତିଶତ ବୃଦ୍ଧି ପାଇଛି ଆତ୍ମହତ୍ୟା । ସୁଇସାଇଡ କରିଛନ୍ତି 1,34,516 ଜଣ ।

ଯୁବପୀଢିଙ୍କ ଜୀବନ ନେଉଛି ମାନସିକ ଚାପ

ଏମାନଙ୍କ ମଧ୍ୟରେ ପ୍ରାୟ ସମସ୍ତେ 18ରୁ 30 ବର୍ଷର ଯୁବପୀଢି । ତେବେ ପ୍ରେମ ସମ୍ପର୍କ ପାଇଁ 3503 ଜଣ, ବେକାରୀ ସମସ୍ୟା ପାଇଁ 1420, ବିବାହ ପାଇଁ 4442, ପରୀକ୍ଷାରେ ଖରାପ ପାଇଁ 1034 ଓ ପାରିବାରିକ ସମସ୍ୟା ଲାଗି 14396 ଜଣ ଜୀବନ ହାରିଛନ୍ତି ।

ସେହିପରି ଚାଷ ସହ ଜଡିତ 10349 ଜଣ ବ୍ୟକ୍ତି ଆତ୍ମହତ୍ୟା କରିଥିବାବେଳେ ସେମାନଙ୍କ ମଧ୍ୟରୁ 5763 ଜଣ କୃଷକ ଓ 4586 ଜଣ ଶ୍ରମିକ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରୁ 51.1 ପ୍ରତିଶତ ବେକରେ ଓଢଣି, ଲୁଗା ବା ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଏହାକୁ ରୋକିବାକୁ କାଉନସେଲିଂର ଆବଶ୍ୟକତା ରହିଛି । ମାନସିକ ଚାପରେ ରହୁଥିବା ଲୋକର ମନକୁ ବୁଝିବାର ଅଛି । ପରିବାର ଓ ସମ୍ପର୍କିୟ ଏଥିପ୍ରତି ଧ୍ୟାନ ଦେବା ଉଚିତ ବୋଲି ମତ ପ୍ରକାଶ ପାଇଛି ।

ସେପଟେ ଯୁବପୀଢିଙ୍କ ଆତ୍ମହତ୍ୟା କ୍ଷେତ୍ରରେ ଓଡିଶା ମଧ୍ୟ ପଛରେ ନାହିଁ । ଓଡିଶାରୁ 2018ରେ 1460 ଜଣ ଜୀବନ ହାରିଛନ୍ତି । ଯାହା ବର୍ତ୍ତମାନର ଯୁବସମାଜ ପାଇଁ ଏକ ସତର୍କ ଘଣ୍ଟି ସାଜିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ବଢୁଛି ଆତ୍ମହତ୍ଯା,ଚିନ୍ତାଜନକ ସ୍ଥିତିରେ ଯୁବସମାଜBody:ବଢୁଛି ଯୁବଗୋଷ୍ଠିଙ୍କ ମଧ୍ଯରେ ଆତ୍ମହତ୍ଯା
ମାନସିକ ଚାପ କରୁଛି ଯୁବପିଢିଙ୍କୁ ହତ୍ଯା
ବିଭିନ୍ନ ଢଙ୍ଗରେ ଜିବନ ହାରୁଛନ୍ତି ଯୁବସମାଜ
ଯାହା ଏବେ ଉଦବେଗଜନକ ଓ ଚିନ୍ତାଜନକ।
ଏନସିଆରବି ତଥ୍ଯ କହୁଛି ୨୦୧୭ ଅପେକ୍ଷା ୨୦୧୮ରେ ୩.୬ ପ୍ରତିଶତ ବୃଦ୍ଧି ପାଇଛି ଆତ୍ମହତ୍ଯା
ଅର୍ଥାତ ୧୩୪୫୧୬ଜଣ ସୁଇସାଇଡ କରିଛନ୍ତି।
ଯେଉଁଥିରେ ୧୮ରୁ ୩୦ ବର୍ଷ ମଧ୍ଯରେ ଯୁବପିଢି
ପ୍ରେମସମ୍ପର୍କ ପାଇଁ ୩୫୦୩ ଜଣ
ବେକାରି ସମସ୍ଯା ପାଇଁ ୧୪୨୦ ଜଣ
ବିବାହ ପାଇଁ ୪୪୪୨ଜଣ
ପରିକ୍ଷା ରେ ଖରାପ ପାଇଁ ୧୦୩୪ ଜଣ
ପାରିବାରିକ ସମସ୍ଯା ପାଇଁ ୧୪୩୯୬ଜଣ ଜିବନ ହାରିଛନ୍ତି।

ବାଇଟ-ସୁକାନ୍ତ ସାମଲ,ସୁଇସାଇଡ ରିସର୍ଚର

ତେବେ ୫୧.୧ପ୍ରତିଶତ ଆତ୍ମହତ୍ଯା ବେକରେ ରଶି ଲଗାଇ ବା ଓଢଣି କି ଲୁଗାରେ ଝୁଲନ୍ତା ଅବସ୍ଥାରେ ଆତ୍ମହତ୍ଯା କରିଛନ୍ତି।
ତେବେ ଦୁଃଖର ବିଷୟ ୧୦୩୪୯ ଜଣ ଚାଷ ସହ ଜଡିତ ବ୍ଯକ୍ତି ଆତ୍ମହତ୍ଯା କରିଥିବା ବେଳେ ।ସେମାନଙ୍କ ମଧ୍ଯରୁ ୫୭୬୩ ଜଣ କୃଷକ ଓ ୪୫୮୬ଜଣ ଶ୍ରମିକ ବୋଲି ଜଣାପଡିଛି।
ତେବେ ଏଥିପାଇଁ କାଉନସେଲିଂର ଆବଶ୍ଯକତା ରହିଛି।ମାନସିକ ତାପରେ ରହୁଥିବା ଲୋକର ମନକୁ ବୁଝିବାର ଅଛି।ପରିସ୍ଥିତି କୁ ମୁକାବିଲା ପାଇଁ ବିକଳ୍ପ ପନ୍ଥାର ଆବଶ୍ଯକତା ରହିଛି।ପରିବାର ଓ ସମ୍ପର୍କିୟ ଏଥିପ୍ରତି ଧ୍ଯାନ ଦେବା ଉଚିତ। ଆତ୍ମହତ୍ଯା ଏକ ଅପରାଧ ନୁହେଁ ଏହା ଏଭଳି ଏକ ଅପରାଧ ପାଇଁ ଜଣେ ଦଣ୍ଡିତ ହୋଇପାରେ ନାହିଁ କାରଣ ସେ ମୃତ ହୋଇଥାଏ।କିନ୍ତୁ ଯିଏ ଆତ୍ମହତ୍ଯା ଉଦ୍ଯମ କରିବ ସିଏ ଆଇନ ଅନୁସାରେ ଦଣ୍ଡ ପାଏ।

ବାଇଟ-ବିପିନ୍ନ ବିହାରି ମିଶ୍ର ପୁର୍ବତନ ପୋଲିସ ଡିଜି

କେବଳ ଓଡିଶାରୁ ୨୦୧୮ରେ ହାରିଛନ୍ତି ୧୪୬୦ଜଣ

Conclusion:
ବାଇଟ-ସୁକାନ୍ତ ସାମଲ,ସୁଇସାଇଡ ରିସର୍ଚର
ବାଇଟ-ବିପିନ୍ନ ବିହାରି ମିଶ୍ର ପୁର୍ବତନ ପୋଲିସ ଡିଜି
Last Updated : Feb 7, 2020, 8:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.