ETV Bharat / city

‘ଦାଣ୍ଡିଆ ରାସ ୨୦୧୯’ରେ ଦୁଲୁକିବ ମେ' ଫେୟାର - ଦାଣ୍ଡିଆ ରାସ ୨୦୧୯

ମେ' ଫେୟାର ପକ୍ଷରୁ ଗତ କିଛି ବର୍ଷ ହେଲା ‘ଦାଣ୍ଡିଆ ରାସ’ ପାଳନ କରାଯାଉଛି । ଚଳିତ ବର୍ଷ ମଧ୍ୟ ମେ ଫେୟାର ପକ୍ଷରୁ ରାଜଧାନୀରେ ‘ଦାଣ୍ଡିଆ ରାସ ୨୦୧୯ ’ ପାଳନ କରାଯିବ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 29, 2019, 9:19 PM IST

ଭୁବନେଶ୍ବର: ନବରାତ୍ରିରେ ପୂଜାର୍ଚ୍ଚନା ସହ ନାଚଗୀତରେ ମସଗୁଲ ରହିବ ପଲ୍ଲୀ ଠାରୁ ଦିଲ୍ଲୀ । ରାଜଧାନୀ ଭୁବନେଶ୍ବରରେ ଜମି ଆସିଲାଣି ପୂଜା ପରିବେଶ । ପୂଜା ପରିବେଶକୁ ରଙ୍ଗିନ କରିବାକୁ ବିଭିନ୍ନ ସ୍ଥାନରେ ଆୟୋଜନ ହୋଇଛି ନବରାତ୍ରିର ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଗୁଜୁରାଟର ପାରମ୍ପରିକ ଦାଣ୍ଡିଆ ନୃତ୍ୟରେ ଦୁଲୁକିବ ରାଜଧାନୀ । ମେ' ଫେୟାର ପକ୍ଷରୁ ଗତ କିଛି ବର୍ଷ ହେଲା ‘ଦାଣ୍ଡିଆ ରାସ’ ପାଳନ କରାଯାଉଛି । ଚଳିତ ବର୍ଷ ମଧ୍ୟ ମେ ଫେୟାର ପକ୍ଷରୁ ରାଜଧାନୀରେ ‘ଦାଣ୍ଡିଆ ରାସ ୨୦୧୯ ’ ପାଳନ କରାଯିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେପ୍ଟେମ୍ବର ୨୯ ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବ ଦାଣ୍ଡିଆ ରାସ । ମେ ଫେୟାରରେ ୧୦୦୦ ଲୋକ ଦାଣ୍ଡିଆ ଖେଳିବାର ବ୍ୟବସ୍ଥା କରାଯାଇଛି । ଏହାସହ ଭିଡକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରିଛନ୍ତି କର୍ତ୍ତୃପକ୍ଷ ।

ଏହି ଦାଣ୍ଡଆ କାର୍ଯ୍ୟକ୍ରମରେ ହିନ୍ଦୀ ଓ ଓଡ଼ିଆ କଳାକାରଙ୍କ ନାଚଗୀତରେ ଝୁମିବେ ଦର୍ଶକ । ଏହା ସହ ଛୋଟ ପିଲାଙ୍କ ପାଇଁ ବିଭିନ୍ନ ଖେଳ ଓ କାର୍ଯ୍ୟକ୍ରମ ରହିଛି । ସେଲ୍ଫି ଯୋନ, ବିଭିନ୍ନ ହାତତିଆରି ଅଳଙ୍କାର ପ୍ରଦର୍ଶନୀ କାର୍ଯ୍ୟକ୍ରମ ରହିଯାଇଛି।

ଦାଣ୍ଡିଆ ରାସରେ ଭାଗ ନେବା ପାଇଁ ପ୍ରାପ୍ତ ବୟସ୍କ ଯୁବକଯୁବତୀଙ୍କ ପାଇଁ ୧୨୦୦ ଟଙ୍କା ରଖାଯାଇଥିବା ବେଳେ ୬ ବର୍ଷ ରୁ୧୨ ବର୍ଷ ବୟସ ଭିତରେ ୬୦୦ ଟଙ୍କା ରଖାଯାଇଛି । ଏହି କାର୍ଯ୍ୟକ୍ରମ ୪ ଟାରୁ ରାତି ୭ ଟା ପର୍ଯ୍ୟନ୍ତ ବିଭିନ୍ନ ଖେଳ କାର୍ଯ୍ୟକ୍ରମ ରହିଥିବା ବେଳେ ରାତି ୭ ଟା ପରେ ଦାଣ୍ଡିଆ ରାସ ଆରମ୍ଭ ହେବବୋଲି ସୂଚନା ମିଳିଛି ।

ଏତଦବ୍ୟତୀତ ସବୁଠାରୁ ଖାସ କଥା ହେଲା ଏହି କାର୍ଯ୍ୟକ୍ରମରେ ସ୍କୁଲ ପିଲାଙ୍କ ପାଇଁ ବିଭିନ୍ନ ପ୍ରକାରର ମନୋରଞ୍ଜନ ସହ ପ୍ରତିଯୋଗିତାର ବ୍ୟବସ୍ଥା କରାଯାଇଛି । ପ୍ରତିଯୋଗିତା ମାଧ୍ୟମରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ବ୍ୟବସ୍ଥା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ରାଜଧାନୀରେ ଦାଣ୍ଡିଆ ରାସ ୨୦୧୯।

ଆସୁଛନ୍ତି ମା। ମା ଙ୍କ ଧରା ପୃଷ୍ଠ କୁ ଆସିବା ସହ ଦାଣ୍ଡିଆ ନାଚ ଦ୍ୱାରା ସ୍ୱାଗତ କରିବେ । ଦାଣ୍ଡିଆ ନାଚ କୁ ନେଇ ସାରା ରାଜ୍ୟ ରେ ଅନୁଷ୍ଠିତ ହେଉଥିବା ବେଳେ ରାଜଧାନୀ ରେ ବେସ ପ୍ରସିଦ୍ଧ ଲାଭ କରିଛି ଦାଣ୍ଡିଆ ନାଚ। ମେଫାୟାର ରେ ଅନୁଷ୍ଠିତ ହେଉଥିବା ଦାଣ୍ଡିଆ ନାଚ ରେ ଭରପୁର ଆନନ୍ଦ ନେଇପାରିବେ ଯୁବପିଢି। ଏଥିସହ ସମ୍ପୂର୍ଣ୍ଣ ରୂପେ ସୁରକ୍ଷାରେ ବଳୟ ଭିତରେ ରହିବେ ଯୁବପିଢି।

Body:
ସେପ୍ଟେମ୍ବର୨୯ ରୁ ଅକ୍ଟୋବର୮ ପର୍ଯ୍ୟନ୍ତ ଚାଲିବ ଦାଣ୍ଡିଆ ରାସ। ମେଫାୟାର ରେ ୧୦୦୦ ଲୋକ ଦାଣ୍ଡିଆ ଖେଳିବାର ବ୍ୟବସ୍ଥା କରାଯାଇଥିବା ବେଳେ ସେମାଙ୍କ ସୁରକ୍ଷା ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ହିନ୍ଦୀ ଓ ଓଡ଼ିଆ କଳାକାର ଙ୍କ ନାଚ ଗୀତରେ ଝୁମିବେ ଦର୍ଶକ। ଏହା ସହ ଛୋଟ ପିଲାଙ୍କ ପାଇଁ ବିଭିନ୍ନ ଖେଳ ଓ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସେଲ୍ଫି ଯୋନ, ବିଭିନ୍ନ ହାତଟିଆରୀ ଅଳଙ୍କାର କାର୍ଯ୍ୟକ୍ରମ ରହିଯାଇଛି। ବିଭିନ୍ନ ଷ୍ଟଲ ରହିବ ଯେଉଇଁ ଥିରେ ବିଭିନ୍ନ ହାତ ତିଆରି ଜିନିଷ ମାନ ଉପଲବ୍ଧ ହୋଇପାରିବ। ଏହା ଛଡା ଯୁବକ ଯୁବତୀଙ୍କ ପାଇଁ ଜନଙ୍କ୧୨୦୦ ଟଙ୍କା ରଖାଯାଇଥିବା ବେଳେ ୬ ବର୍ଷ ରୁ୧୨ ବର୍ଷ ବୟସ ଭିତରେ ୬୦୦ ଟଙ୍କା ରଖାଯାଇଛି। ତେବେ ଏହା ସମ୍ପୂର୍ଣ୍ଣ ରୂପେ ୪ ଟାରୁ ରାତି ୭ ଟା0ଅର୍ଯ୍ୟନ୍ତ ବିଭିନ୍ନ ଖେଳ ମନୋରଞ୍ଜନ କରିବା ସହ ରାତି ୭ ଟା ପରେ ଦାଣ୍ଡିଆ ରସ ଆରମ୍ଭ ହେବବୋଲି ସୂଚନା ମିଳିଛି। ସ୍କୁଲ ପିଲାଙ୍କ ପାଇଁ ବିଭିନ୍ନ ପ୍ରକାରର ମନରଞ୍ଜନ ରହିଛି। ଏହାଛଡା ବିଭିନ୍ନ ସ୍କୁଲ ର ପିଲାମନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିପାରିବେ। ଯେଉଇଁପାଇଁ କି ସେମାନଙ୍କୁ ପୁରସ୍କାର ର ବ୍ୟବସ୍ଥା କରାଯାଇଛି।
Byte- ଆଦିତ୍ୟ ମହାପାତ୍ର,ଉପସଭାପତି, ମାର୍କେଟିଂ ମେଫାୟାର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.