ETV Bharat / city

ଆସନ୍ତା ସପ୍ତାହ ସୁଦ୍ଧା ସମସ୍ତ ହିତାଧିକାରୀଙ୍କୁ ମିଳିବ BSKY ସ୍ମାର୍ଟ ହେଲ୍‌ଥ କାର୍ଡ - Beneficiaries get BSKY says Naveen

ଆସନ୍ତା ଏକ ସପ୍ତାହ ମଧ୍ୟରେ ସବୁ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(BSKY) ରେ ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

all beneficiaries will get bsky smart health card by next week
CM reviewed:ଆସନ୍ତା ସପ୍ତାହ ସୁଦ୍ଧା ସମସ୍ତ ହିତାଧିକାରୀଙ୍କୁ ମିଳିବ BSKY ସ୍ମାର୍ଟ ହେଲ୍‌ଥ କାର୍ଡ
author img

By

Published : Dec 28, 2021, 7:35 AM IST

ଭୁବନେଶ୍ବର: ଆସନ୍ତା ଏକ ସପ୍ତାହ ମଧ୍ୟରେ ହିତାଧିକାରୀଙ୍କୁ ମିଳିବ ବିଜୁ ସ୍ମାର୍ଟ ହେଲଥ ସ୍ବାସ୍ଥ୍ୟକାର୍ଡ (BSKY) ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା କରି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପିକେ ଜେନା ଓ ବିଭିନ୍ନ ବିଭାଗର ଉଚ୍ଚପଦାଧିକାରୀ, ଜିଲ୍ଲାପାଳ ଓ ଏସପି ମାନେ ଯୋଗ ଦେଇଥିଲେ ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳ କାର୍ଯ୍ୟ ଉନ୍ନୟନ ବିଷୟରେ ଆଲୋକପାତ କରି ତୁରନ୍ତ ସମସ୍ତ ପ୍ରସ୍ତୁତି ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆସନ୍ତା ଏକ ସପ୍ତାହ ମଧ୍ୟରେ ସବୁ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ସ୍ମାର୍ଟ ହେଲ୍‌ଥ କାର୍ଡ ଏକ ଗୁରୁତ୍ବପୂର୍ଣ୍ଣ ଯୋଜନା । ଏହାର ସୂଚାରୁ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ବିଭାଗ ଓ ଅଧିକାରୀମାନଙ୍କୁ ପ୍ରସଂଶା କରିଛନ୍ତି । ଏହି ଯୋଜନା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବହୁତ ପ୍ରଭାବଶାଳୀ ରହିଛି କହିଲେ ମୁଖ୍ୟମନ୍ତ୍ରୀ । ଅନୁବନ୍ଧିତ ବେସରକରୀ ହସ୍ପିଟାଲ ଗୁଡିକରେ ଯୋଜନାର ସଠିକ କାର୍ଯ୍ୟକାରୀ ସମ୍ପର୍କରେ ନିୟମିତ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲପାଳ ଓ ଏସ୍‌ପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏହି ଯୋଜନାରେ ୫୫ଟି ଜାତୀୟ ସ୍ତରର ହସ୍ପିଟାଲ ଖୁବ ଶୀଘ୍ର ସାମିଲ ହେବେ । ଯେଉଁ ଜିଲ୍ଲା ଗୁଡିକରେ କମ୍‌ ହିତାଧିକାରୀ କାର୍ଡ ପାଇଛନ୍ତି, ଆସନ୍ତା ଏକ ସପ୍ତାହ ମଧ୍ୟରେ ତ୍ବରାନ୍ବତ କରି ସମସ୍ତଙ୍କୁ କାର୍ଡ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.