ETV Bharat / city

କାଲି ନାମାଙ୍କନ ଦାଖଲ କରିବେ ନବୀନ

ଆସନ୍ତାକାଲି(ବୁଧବାର) ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ହିଞ୍ଜିଳିକାଟୁ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ନବୀନ।

author img

By

Published : Mar 19, 2019, 12:34 PM IST

ଫାଇଲ ଫଟୋ

ଭୁବନେଶ୍ବର: ଆସନ୍ତାକାଲି(ବୁଧବାର) ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ହିଞ୍ଜିଳିକାଟୁ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ନବୀନ। ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ସେ ବିଜେଡିରୁ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି।

ପ୍ରାର୍ଥିପତ୍ର ଦାଖଲ ସମୟରେ ସୁପ୍ରିମୋଙ୍କ ସହିତ ଗଞ୍ଜାମର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ ବୋଲି ଜଣାପଡିଛି। ଗତକାଲି (ସୋମବାର) ବିଜେଡି ତାର ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିବା ପରେ ନବୀନ ବୁଧବାର ନାମାଙ୍କନ ପତ୍ର ଦାଖଲ କରିବେ।

ସୂଚନା ଥାଉକି, ଚଳିତ ବର୍ଷ ନିର୍ବାଚନରେ ନବୀନ ଦୁଇଟି ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଓ ବିଜେପୁରରୁ ବିଜେଡି ପ୍ରାର୍ଥୀ ଭାବେ ଠିଆ ହେବେ ବୋଲି ଘୋଷଣା ସରିଛି।

ଭୁବନେଶ୍ବରରୁ ଅଜିତ୍ କୁମାର ଦାସ, ଇଟିଭି ଭାରତ

Slug,, rescue ,, avo , Puri, 17.3.19

Anc,,, ପୁରୀ ସମୂଦ୍ରରେ ଗାଧୋଉ ଥିବା ବେଳେ ବୁଡି ଯାଉଥିବା ଦୁଇ ଜଣ ଯୁବକ ଙ୍କୁ ଉଦ୍ଧାର କରିଛନ୍ତି ଲାଇଫ ଗାର୍ଡ । ଆଜି ସକାଳ 9 ଟା ରେ ବେଳାଭୂମି ରେ 3 ନମ୍ବର ସେକ୍ଟର ଅର୍ଥାତ ଦିଗ ବାରିଣୀ ଛକ ପାର୍କିଂ ସମୁଖ ରେ ସମୁଦ୍ର ରେ ଗାଧୋଉ ଥିବା ବେଳେ ଲହଡି ମାଡ଼ରେ 17 ବର୍ଷୀୟ ଶିବ ରାମ ସାହୁ ଓ 18 ବର୍ଷୀୟ ହର ନାଥ ରାଉତରାୟ ବୁଡି ଯାଉଥିଲେ। ସେଠାରେ ମୁତୟନ ଥିବା ଲାଇଫ ଗାର୍ଡ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ ପ୍ରାଥମିକ ଚିକିତ୍ସା କରିଥିଲେ । ଉଦ୍ଧାର ହୋଇଥିବା ଦୁଇ ଯୁବକ ହେଲେ ଯାଜପୁର ବାଲିଚନ୍ଦ୍ର ପୁର ବୋଲି ଅଗ୍ନିଶମ ବିଭାଗ ର ସିବିଚ ଆଉଟ ପୋଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗାଧୋଇବା ବେଳେ ପର୍ଯ୍ୟଟକ ମାନେ ସତର୍କତା ଅବଲମ୍ବନ କଲେ ଏଭଳି ଦୁର୍ଘଟଣା କୁ ଏଡାଇ ହେବ ବୋଲି ମତ ପ୍ରକାଶ ପାଇଛି। 

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

What's app re ଭିଜୁଆଲ ଯାଇଛି ଏହି avo ପାଇଁ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.