ETV Bharat / city

ବିଜେଡି ସଭାପତି ନିର୍ବାଚନ; ନବୀନଙ୍କ ନାମାଙ୍କନ ପତ୍ର ଦାଖଲ

author img

By

Published : Feb 23, 2020, 10:26 AM IST

Updated : Feb 23, 2020, 10:51 AM IST

bjd president election
ବିଜେଡି ସଭାପତି ନିର୍ବାଚନ; ନବୀନଙ୍କ ନାମାଙ୍କନ ପତ୍ର ଦାଖଲ

10:19 February 23

ବିଜେଡି ସଭାପତି ପଦ ପାଇଁ ନବୀନଙ୍କ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ବର: ବିଜେଡି ସଭାପତି ପଦ ଲାଗି ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତାଙ୍କ ଗହଣରେ ନବୀନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କୁ ନିଜର ପ୍ରାର୍ଥିପତ୍ର ଦେଇଛନ୍ତି ନବୀନ ।  

ବିଜେଡିର ସମସ୍ତ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଥିବାବେଳେ ନବୀନ ଆଜି ଆଞ୍ଚଳିକ ଦଳର ସଭାପତି ପାଇଁ ନାମାଙ୍କନ ଭରିଛନ୍ତି । ସେହିପରି କାର୍ଯ୍ୟକାରିଣୀ ସଦସ୍ୟ ପାଇଁ ମଧ୍ୟ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିଥିବା ଜଣାପଡିଛି ।  

ତେବେ ଆସନ୍ତାକାଲି ପ୍ରାର୍ଥିପତ୍ର ଯାଞ୍ଚ ହେବାକୁ ଥିବାବେଳେ 26 ତାରିଖରେ ସଭାପତିଙ୍କ ନାମ ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।  

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Feb 23, 2020, 10:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.