ETV Bharat / city

ଦଳୀୟ ବିଧାୟକଙ୍କୁ ନବୀନଙ୍କ ଆହ୍ବାନ, ଛାତ୍ରଛାତ୍ରୀଙ୍କୁ କର ସହଯୋଗ

author img

By

Published : Aug 30, 2020, 1:56 PM IST

ଜେଇଇ ଓ ନିଟ ପରୀକ୍ଷାର୍ଥୀଙ୍କୁ ସହଯୋଗ କରିବାକୁ ଦଳୀୟ ବିଧାୟକଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ । କହିଲେ ଆମ ପାଖରେ 48 ଘଣ୍ଟାରୁ କମ ସମୟ ରହିଛି । ସବୁ ପିଲା ଆମ ପରିବାର ଓ ସେମାନଙ୍କ ଦାୟିତ୍ବ ଆମର । ଏହି ସମୟରେ ସେମାନଙ୍କ ସାଥିରେ ରହିବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଜେଇଇ ଓ ନିଟ ପରୀକ୍ଷାର୍ଥୀଙ୍କୁ ସହଯୋଗ କରିବାକୁ ଦଳୀୟ ବିଧାୟକଙ୍କୁ ନବୀନଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଦଳୀୟ ବିଧାୟକଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ବୈଠକ । ବୈଠକରେ ଜେଇଇ ଓ ନିଟ ପରୀକ୍ଷା ମେନ୍‌ ପରୀକ୍ଷାର୍ଥୀଙ୍କୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଲେ ନବୀନ । ବର୍ତ୍ତମାନ ଆମ ପାଖରେ 48ଘଣ୍ଟାରୁ କମ୍‌ ସମୟ ରହିଛି । ସବୁ ପିଲା ଆମ ପରିବାରର ଓ ସେମାନଙ୍କ ସୁରକ୍ଷା ଆମ ଦାୟିତ୍ବ । ଏହି ସମୟରେ ସେମାନଙ୍କ ସାଥିରୁ ରୁହନ୍ତୁ ଓ ସହଯୋଗ କରନ୍ତୁ । ପିଲାମାନେ ଯେପରି ଭଲରେ ପରୀକ୍ଷା ଦେବେ ସେଥିପାଇଁ ରାଜ୍ୟ ସରକାର ମାଗଣାରେ ପରିବହନ ଓ ରହିବାର ବ୍ୟବସ୍ଥା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ‘ଓଡିଶା – ମୋ ପରିବାର’ କାର୍ଯ୍ୟକ୍ରମରେ ଏ ସମୟରେ ପିଲାଙ୍କୁ ସବୁ ସହଯୋଗ ଯୋଗାଇ ଦିଆଯିବ ।

କୋଭିଡ ଯୋଦ୍ଧାମାନଙ୍କର ତ୍ୟାଗ ଓ ପରିଶ୍ରମ ଏବଂ ଜନତାଙ୍କ ସହଯୋଗ ଯୋଗୁ ରାଜ୍ୟରେ ଆରୋଗ୍ୟ ହାର ବଢୁଛି ଓ ମୃତ୍ୟୁ ହାର ସବୁଠାରୁ କମ୍‌ ଅଛି । କୋଭିଡ ଯୋଦ୍ଧାଙ୍କ ସାଥିରେ ରୁହନ୍ତୁ ଓ ସେମାନଙ୍କୁ ପ୍ରଶଂସା କରନ୍ତୁ । ମୃତ କୋଭିଡ ରୋଗୀଙ୍କ ଅନ୍ତିମ ସଂସ୍କାର କ୍ଷେତ୍ରରେ କେତେକ ଅସୁବିଧା ହେଉଛି । ଏଥିପାଇଁ ଆପଣ ଲୋକଙ୍କୁ ବୁଝାନ୍ତୁ ଏବଂ ମୃତ ଦେହ ସଂସ୍କାରରେ ସହଯୋଗ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି ।

ସେପଟେ ଆଜି ଠାରୁ ଗଞ୍ଜାମରେ ୫ଟି କୋଭିଡ ଗୃହ ବନ୍ଦ କରାଯାଇଛି । ସେଠାରେ ପରିସ୍ଥିତିରେ ଉନ୍ନତି ଆସିଛି। କିନ୍ତୁ ଖୋର୍ଦ୍ଧା ଓ କଟକରେ ପରିଚାଳନା କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। କୋଭିଡ ମୁକାବିଲା ପାଇଁ ସଚେତନା ଓ ଯତ୍ନବାନ ହେବାକୁ ପଡିବ । କୋଭିଡ ଯୋଗୁଁ ଅନ୍ୟ ରାଜ୍ୟରେ ଥିବା ଆମ 10 ଲକ୍ଷ ଭାଇ ଭଉଣୀ ଓଡିଶା ଫେରିଛନ୍ତି । ସେମାନଙ୍କ ମଧ୍ୟରୁ କୌଣସି ଯୋଗ୍ୟ ଲୋକ ଯେପରି ଖାଦ୍ୟ ସୁରକ୍ଷା ବଞ୍ଚିତ ନୁହେଁ ସେ ଉପରେ ମଧ୍ୟ ଧ୍ୟାନ ଦେବାକୁ ସେ କହିଛନ୍ତି ।

ସେହିପରି ଅନ୍ୟ ରାଜ୍ୟରୁ ଆସୁଥିବା ଭାଇଭଉଣୀ ଯେପରି ନିର୍ମାଣ ଶ୍ରମିକ ଯୋଜନା ପାଇଁ ସୁବିଧାରେ ପଞ୍ଜିକରଣ କରିପାରିବେ, ସେଥି ପ୍ରତି ବିଧାୟକଙ୍କୁ ସହଯୋଗ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ଲଘୁଚାପ ବର୍ଷାରେ ରାଜ୍ୟରେ ବନ୍ୟା ଆସିଛି । ଲୋକଙ୍କ ଏ ଅସୁବିଧା ସମୟରେ ଆପଣ ଲୋକଙ୍କ ସାଥିରେ ରୁହନ୍ତୁ । ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇ ଦେବେ। ବର୍ତ୍ତମାନ କେବଳ ସାରା ଓଡିଶା ନୁହେଁ, ସାରା ଭାରତର ଅର୍ଥନୀତି ଆହ୍ବାନମୂଳକ ସମୟ ଦେଇ ଗତି କରୁଛି। ତଥାପି ଲୋକଙ୍କ କଲ୍ୟାଣ ପାଇଁ ବିଧାୟକ ପାଣ୍ଠିକୁ ଆଉ ୧ କୋଟି ଟଙ୍କା ଦେବା ପାଇଁ ଦିଆଯାଇଛି। ଏହି ଟଙ୍କାରେ ସ୍ବୟଂ ସହାୟକ ଗୋଷ୍ଠୀରୁ ମାସ୍କ ମଧ୍ୟ କିଣା ଯାଇ ପାରିବ । ଏହାଦ୍ବାରା ସ୍ବୟଂ ସହାୟକ ଗୋଷ୍ଠୀର ମା’ ମାନେ ରୋଜଗାର ପାଇବେ ଏବଂ ଲୋକମାନେ ମଧ୍ୟ ନିରାପଦ ରହିବେ। ରାଜ୍ୟରେ ଅଧିକ ରକ୍ତଦାନ କ୍ୟାମ୍ପ ପାଇଁ ବିଧାୟକ ମାନଙ୍କୁ କାମ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.