ETV Bharat / city

ନବୀନ ଆଉ ସମଦୂରତ୍ବରେ ନାହାନ୍ତି: ନିରଞ୍ଜନ

କାହାକୁ ବାଛିବେ ନବୀନ ? ଏନଡିଏ ନା ୟୁପିଏ । ଶୁଣନ୍ତୁ କଣ କହୁଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 22, 2019, 8:41 PM IST

ଭୁବନେଶ୍ବର: ସୋନିଆ ଗାନ୍ଧୀ ଡକାଇଥିବା ମିଟିଂକୁ ଯିବେ କି ନବୀନ ? ରାଜନୈତିକ ମହଲରେ ବର୍ତ୍ତମାନ ଏହି ଚର୍ଚ୍ଚା ଲାଗି ରହିଛି । ମହାମେଣ୍ଟ ଲାଗି ଅଣ୍ଟା ଭିଡ଼ିଥିବା ସମସ୍ତ ଦଳ ବର୍ତ୍ତମାନ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତି ଚାହୁଁଛନ୍ତି । ତେବେ ବର୍ତ୍ତମାନ ସ୍ଥିତିରେ ନବୀନ ଏନଡିଏ ଆଡ଼କୁ ବେଶୀ ଢଳିବା ନେଇ ଆଶା କରାଯାଉଛି । ନିଜେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏହି କଥା କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନିରଞ୍ଜନ ଆଶା କରୁନାହାନ୍ତି କି ନବୀନ ମିଟିଂକୁ ଯିବେ । ତାଙ୍କ କହିବାନୁଯାୟୀ ସରକାର ଯିଏ ଗଢ଼ିବ ବିଜେଡି ତାହା ଆଡ଼କୁ ଢଳିବ । ତାଙ୍କର ସମଦୂରତ୍ବ ବୋଲି ଆଉ କିଛି ନାହିଁ । ସୂଚନାଯୋଗ୍ୟ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆସନ୍ତାକାଲି ସମସ୍ତ ଆଞ୍ଚଳିକ ଦଳମାନଙ୍କୁ ବୈଠକକୁ ଆମନ୍ତ୍ରଣ କରିଛନ୍ତି । କେନ୍ଦ୍ରରେ ସରକାର ଗଠନ କରିବାକୁ ଶକ୍ତି ସାଉଣ୍ଟୁଛି ୟୁପିଏ ।

ତେବେ ଏକଜିଟ ପୋଲ ପରେ ଏବେ ନବୀନ କି ନିଷ୍ପତ୍ତି ନେଉଛନ୍ତି ତା' ଉପରେ ସମସ୍ତଙ୍କ ନଜର । କାରଣ ପ୍ରାୟ ସମସ୍ତ ସର୍ଭେରେ ଏନଡିଏ ପୂର୍ଣ୍ଣ ବହୁମତ ପାଇବା ନେଇ ରିପୋର୍ଟ ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.