ETV Bharat / city

ମରୁଡି ପ୍ରସଙ୍ଗକୁ ନେଇ ନରସିଂହ-ମହାଲିଙ୍ଗ ମୁହାଁମୁହିଁ

ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିକୁ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି । ସରକାର ଯାହା କୁହନ୍ତି କରନ୍ତି ନାହିଁ ବୋଲି ସେ କଟାକ୍ଷ କରିଛନ୍ତି । କେନ୍ଦ୍ର ସରକାରଙ୍କ ଉପରେ କଟାକ୍ଷ ପରେ କାଉଣ୍ଟର କରିଛନ୍ତି ବିଜେପି ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ । ଅଧିକ ପଢ଼ନ୍ତୁ...

author img

By

Published : Sep 6, 2021, 7:41 PM IST

ମରୁଡି ଆଲୋଚନା ବେଳେ ନରସିଂହ-ମହାଳିଙ୍ଗ ମୁହାଁମୁହିଁ

ଭୁବନେଶ୍ବର: ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିକୁ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି । ସରକାର ଯାହା କୁହନ୍ତି କରନ୍ତି ନାହିଁ ବୋଲି ସେ କଟାକ୍ଷ କରିଛନ୍ତି । ଏହାର ଉଦାହରଣ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ରାଜ୍ୟପାଳଙ୍କ ବକ୍ତବ୍ୟରେ ରାଜ୍ୟ ସରକାର ରାଜ୍ୟରେ ୩୫ ପ୍ରତିଶତ ଜମିକୁ ଜଳସେଚନ କରିବା କଥା କହିଥିଲେ ତାହା ଏପର୍ଯ୍ୟନ୍ତ ହୋଇନି। ଜଳସେଚନ ନଥିଲେ ପ୍ରତ୍ୟେକ ଗାଁକୁ ବର୍ଷକୁ ୫ ଲକ୍ଷ ଟଙ୍କା ଓ ଚାଷୀଙ୍କୁ ମାଗଣା ବିଜୁଳି ଓ କେବିକେରେ କୃଷି ବିଦ୍ୟାଳୟ ଘୋଷଣା କାର୍ଯ୍ୟରେ ପରିଣତ ହେଲାନି।

ମରୁଡି ପ୍ରସଙ୍ଗକୁ ନେଇ ନରସିଂହ-ମହାଲିଙ୍ଗ ମୁହାଁମୁହିଁ

ଗୃହରେ କୁହାଯାଇଥିଲା ମହାନଦୀ ଉପରେ ଛତିଶଗଡ଼ର ବନ୍ଧ କରାଇ ଦିଆଯିବ ନାହିଁ। ହେଲେ ତାହା ହେଲାନି। ଏହା ସହ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ହେଲା । ହେଲେ ଦିନେ ହେଲେ ଏହି ଗୃହ କମିଟିର ବୈଠକ ବସିନି। ଯଦି ବର୍ଷା ହେଉନି ସେଥିପାଇଁ ସରକାର ବିକଳ୍ପ ବ୍ୟବସ୍ଥା କରିବା କଥା, ଯାହା ହୋଇନାହିଁ ବୋଲି କହିଛନ୍ତି ନରସିଂହ ମିଶ୍ର । । ଲୋୟର ସୁକତେଲ ପ୍ରକଳ୍ପ ୨୧ ବର୍ଷ ହେବ ଶେଷ ହୋଇନି, ଲୋୟର ଇନ୍ଦ୍ର ପ୍ରକଳ୍ପ ଉଦଘାଟନ ହେଲା ତାହା ଚାଲୁନି । ଏବେ ଗୃହରେ ଅନୁକମ୍ପା କଥା ଉଠୁଛି, ଅନୁକମ୍ପା ଥିଲେ ରାଜ୍ୟସଭାରେ ସହଯୋଗ କରାଯାଏ । ବିଜେଡି ସହଯୋଗ କରିଛି ବିଜେପିକୁ, କେନ୍ଦ୍ର ଉପରେ ଚାଷୀଙ୍କ ପାଇଁ ଚାପ କାହିଁକି ପକା ଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର ।

କେନ୍ଦ୍ରୀୟ ଅନୁଦାନ ଜଳସେଚନ ପାଇଁ କମୁଛି, UPA ସରକାର ବେଳେ ଯେମିତି ବିରୋଧ ହେଉଥିଲା ଏବେ କାହିଁ ରାଜ୍ୟ ସରକାର କରୁ ନାହାନ୍ତି। ସ୍ବାମୀନାଥନ କମିଟି ଅନୁଯାୟୀ MSP ବୃଦ୍ଧି ନେଇ ସଂକଳ୍ପ ହୋଇଥିଲା ତାହା ହେଲାନି ଓଲଟି କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ବିଲକୁ ସମର୍ଥନ କଲେ ବୋଲି ନରସିଂହ କହିଥିଲେ । ସେପଟେ ଏହାକୁ ନେଇ ବରିଷ୍ଠ କଂଗ୍ରେସ ନେତାଙ୍କୁ କାଉଣ୍ଟର କରିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ।

ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ସମସ୍ତ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଦୋଷ ଦେବା ଠିକ୍ ହେଉନାହିଁ । ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଫସଲ ବୀମା ଯୋଜନା ରହିଛି । କିନ୍ତୁ ଏହି ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ଦାୟିତ୍ବ ରାଜ୍ୟ ସରକାରଙ୍କର । ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ତତ୍ପର ରହିଛନ୍ତି । ରାଜ୍ୟ ସରକାର "ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା" ଶବ୍ଦର ଅର୍ଥ ବୁଝି ପାରିନାହାନ୍ତି । ଏଥିପାଇଁ କେନ୍ଦ୍ର ସରକାର କୌଣସିମତେ ଦାୟୀ ନୁହଁନ୍ତି ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.