ETV Bharat / city

ଆସନ୍ତାକାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ନନ୍ଦନକାନନର ସିଂହ ସଫାରୀ

ଆସନ୍ତାକାଲି ଠାରୁ ନନ୍ଦନକାନନରେ ସିଂହ ସଫାରୀ ବନ୍ଦ । ରାସ୍ତା ମରାମତି ପାଇଁ ବନ୍ଦ ରଖିବାକୁ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି । ଅଧିକ ପଢନ୍ତୁ...

ଆସନ୍ତାକାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନର ସିଂହ ସଫାରୀ ବନ୍ଦ

author img

By

Published : Nov 2, 2021, 10:07 PM IST

ଭୁବନେଶ୍ବର: ଆସନ୍ତାକାଲି ଠାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହ ସଫାରୀ ବନ୍ଦ ରହିବ । ସଫାରୀ ଭିତର ରାସ୍ତା ମରାମତି କାରଣରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ସିଂହ ସଫାରୀ ବ୍ୟତୀତ ବାଘ, ଭାଲୁ, ତୃଣଭୋଜୀ ପ୍ରାଣୀ ସଫାରୀ ଆଦି ପର୍ଯ୍ୟଟକଙ୍କ ପାଇଁ ପୂର୍ବପରି ଖୋଲା ରହିବ ।

ଅନ୍ୟପଟେ ଶିଶୁ ରେଳ ଗାଡି ଅଚଳ ହେବା ପ୍ରସଙ୍ଗରେ ଆଜି ଏକ ବୈଠକ ବସିଥିଲା । ଏହି ବୈଠକରେ RITES ସହିତ ଟ୍ରାକ୍ ମରାମତି ଏବଂ ବୈଷୟିକ ସମସ୍ୟାକୁ ସମାଧାନ କରିବାକୁ ଆହୁରି 4 ଦିନ ଲଗାଇବ ବୋଲି ସୂଚନା ମିଳିଛି । ଏହା ପରେ ଖୁବ ଶୀଘ୍ର ଶିଶୁ ରେଳ ଗାଡି ପୁନର୍ବାର କାର୍ଯ୍ୟକ୍ଷମ ହେବା ନେଇ ଆଶା ରଖିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.