ଭୁବନେଶ୍ବର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରୁଛନ୍ତି ପର୍ଯ୍ୟଟକ। ଅନଲାଇନ ମାଧ୍ୟମରେ ନିଜ ପସନ୍ଦର ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିପାରିବେ। ତେବେ ଚଳିତ ବର୍ଷ 300ଟି ଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରାଯାଇଥିବାବେଳେ ଦିଲ୍ଲୀ, ପଞ୍ଜାବ, ହରିୟାଣା ଭଳି ରାଜ୍ୟ ବାହାରର ଲୋକ ମଧ୍ୟ ଜୀବଜନ୍ତୁଙ୍କୁ ଅନଲାଇନ ମାଧ୍ୟମରେ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି ।
ଏପରିକି କିଛି ସ୍କୁଲ ଛାତ୍ରମାନେ ନିଜେ ଜମା କରିଥିବା ଟଙ୍କାରୁ ଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ଚିଫ ଜେନେରାଲ ମ୍ୟାନେଜର ଏସବିଆଇ ପକ୍ଷରୁ 20ଟି ସମ୍ବର ଓ 8ଟି ଧଳା ବାଘକୁ 10 ଲକ୍ଷ ଟଙ୍କା ଦେଇ ପୋଷ୍ୟଭାବରେ ଗ୍ରହଣ କରିଛନ୍ତି। ଏହା ସହ 27ଟି ବାଘକୁ ପୋଷ୍ୟ ଭାବରେ ଗ୍ରହଣ କରିଛି ଜିନ୍ଦଲ। ଏଥିପାଇଁ ନନ୍ଦନକାନନକୁ 29 ଲକ୍ଷ ଟଙ୍କା ଦେଇ ପୋଷ୍ୟ ଗ୍ରହଣ କରିଛନ୍ତି । ଅନ୍ୟପଟେ ଭାରତର 10 ପ୍ରାଣୀ ଉଦ୍ୟାନକୁ ବିଶ୍ବସ୍ତରୀୟ କରାଯିବା ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏଥିରେ ନନ୍ଦନକାନନ ରହିଛି। ଏହାସହ 20 ବର୍ଷ ଭିତରେ ନନ୍ଦନକାନନର କଳେବର ବୃଦ୍ଧି ପାଇ 600 କୋଟି ଟଙ୍କାର ମାଷ୍ଟର ପ୍ଲାନ କରାଯାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ