ETV Bharat / city

ମହିଳା ଦିବସରେ ଏସଏଚଜି ମହିଳାଙ୍କୁ ସମ୍ବର୍ଦ୍ଧନା ଦେଲା ନାବାର୍ଡ

ଆମ ରାଜ୍ୟର ମହିଳା ମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସମୃଦ୍ଧ ତଥା ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ ନାବାର୍ଡ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି । ଆଜିର ଏହି ଅବସରରେ ନାବାର୍ଡ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ 10 ଜିଲ୍ଲାର 20 ଜଣ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅଧିକ ପଢନ୍ତୁ...

ମହିଳା ଦିବସରେ ନାବାର୍ଡ ପକ୍ଷରୁ ଏସଏଚଜି ମହିଳାଙ୍କୁ ସମ୍ବର୍ଦ୍ଧନା

author img

By

Published : Mar 8, 2021, 7:13 PM IST

ଭୁବନେଶ୍ବର : ଆଜି ହେଉଛି ଆନ୍ତର୍ଜାତିକ ମହିଳା ଦିବସ । ମହିଳା ମାନଙ୍କ ପରିବାର ଠାରୁ ଆରମ୍ଭ କରି ଦେଶ ଗଠନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ତେବେ ଏବେ ବି ଅନେକ କ୍ଷେତ୍ରରେ ସେମାନଙ୍କୁ ଉପେକ୍ଷା ଓ ହତାଦର କରାଯାଉଥିବା ବେଳେ ସେମାନଙ୍କ ସଶକ୍ତ ଓ ସମୃଦ୍ଧ କରିବା ପାଇଁ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଅନେକ ଉଦ୍ୟମ କରାଯାଉଛି ।

ମହିଳା ଦିବସରେ ନାବାର୍ଡ ପକ୍ଷରୁ ଏସଏଚଜି ମହିଳାଙ୍କୁ ସମ୍ବର୍ଦ୍ଧନା
ସେହିଭଳି ଆମ ରାଜ୍ୟର ମହିଳା ମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସମୃଦ୍ଧ ତଥା ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ ନାବାର୍ଡ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ।ଆଜିର ଏହି ପବିତ୍ର ଉତ୍ସବ ଅବସରରେ ନାବାର୍ଡ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ 10 ଜିଲ୍ଲାର 20 ଜଣ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆଜିର ଏହି ଉତ୍ସବରେ ଆସ୍କା ଲୋକସଭାର ସାଂସଦ ପ୍ରମିଳା ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହ ମହିଳା ମାନଙ୍କୁ ଘରୁ ବାହାରକୁ ଆସି ଦେଶ ପାଇଁ କାମ କରିବାକୁ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.