ETV Bharat / city

ରାଜ୍ୟ ସରକାରଙ୍କୁ ନାବାର୍ଡର ପ୍ରଶଂସା, ଶତ ପ୍ରତିଶତ ପ୍ରକଳ୍ପ କରିଛି କାର୍ଯ୍ୟାନ୍ୱୟନ

ରାଜ୍ୟ ସରକାର ଏବଂ ନାବାର୍ଡର ମିଳିତ ବୈଠକ ଅନୁଷ୍ଠିତ । ଶତ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟକୁ ନାବାର୍ଡର ପ୍ରଶଂସା । ଅଧିକ ପଢନ୍ତୁ...

ଶତ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟକୁ ନାବାର୍ଡର ପ୍ରଶଂସା

author img

By

Published : Sep 17, 2021, 10:15 AM IST

ଭୁବନେଶ୍ବର: ଶତ ପ୍ରତିଶତ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଅନ୍ତର୍ଗତ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟାନ୍ବୟନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ । ଏହା କହିଛନ୍ତି ନାବାର୍ଡର ଅଧ୍ୟକ୍ଷ ଡଃ ଜି. ଆର୍‌. ଚିନ୍ତଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାରଙ୍କ ଦୁରଦର୍ଶୀ କାର୍ଯ୍ୟ ଯୋଗୁ ଓଡ଼ିଶା ବିଗତ ଦଶନ୍ଧି ମଧ୍ୟରେ ଏକ ବଡ ଶିଳ୍ପ ଓ ବ୍ୟବସାୟିକ ରାଜ୍ୟରେ ପରିଣତ ହୋଇଛି । ଏନେଇ ଗୁରୁବାର ରାଜ୍ୟ ସରକାର ଏବଂ ନାବାର୍ଡଙ୍କ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ବିଭିନ୍ନ ବିଭାଗର ଅଭିନବ ପ୍ରଚେଷ୍ଟା ଏବଂ ତ୍ବରିତ କାର୍ଯ୍ୟାନ୍ବୟନ ଯୋଗୁଁ ରାଜ୍ୟରେ ଗତ ଦଶନ୍ଧି ମଧ୍ୟରେ 24% ଭାଗ ଦାରିଦ୍ର୍ୟ ହାର କମିଛି । ଯାହାକି ସମଗ୍ର ଦେଶରେ ସର୍ବାଧିକ ।

ଶତ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟକୁ ନାବାର୍ଡର ପ୍ରଶଂସା

ଏହା ଫଳରେ ପ୍ରାୟ 8 ନିୟୁତରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟ-ଶୃଙ୍ଖଳରୁ ମୁକ୍ତ କରାଯାଇ ପାରିଛି । ଆସୋଚାମ ରିପୋର୍ଟ 2017 ଅନୁସାରେ ପୁଞ୍ଜିନିବେଶ ପ୍ରକଳ୍ପ କାର୍ଯ୍ୟାନ୍ବୟନ ହାରରେ ରାଜ୍ୟ ପ୍ରଥମ ସ୍ଥାନ ପାଇଛି । ବର୍ତ୍ତମାନ ଦେଶର ସର୍ବଶ୍ରେଷ୍ଠ ତିନି ପୁଞ୍ଜିନିବେଶ ରାଜ୍ୟ ମଧ୍ୟରୁ ଓଡ଼ିଶା ଗୋଟିଏ । ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ, ଇତି ମଧ୍ୟରେ ରାଜ୍ୟର ଶତ ପ୍ରତିଶତ ଗ୍ରାମକୁ ବିଦ୍ୟୁତ ସଂଯୋଗ କରାଯାଇଛି । ଗ୍ରାମୀଣ ରାସ୍ତା, ଆବାସ, କୃଷକ ସଶକ୍ତିକରଣ, ମହିଳା ସଶକ୍ତିକରଣ ଏବଂ କୌଶଳ ବିକାଶ ଆଦିକ୍ଷେତ୍ରରେ ଓଡ଼ିଶା ବର୍ତ୍ତମାନ ଏକ ଆଗୁଆ ରାଜ୍ୟ । କୋଭିଡ ପରବର୍ତ୍ତୀ ସ୍ଥିତିରେ ଗ୍ରାମାଞ୍ଚଳରେ ନୂତନ ରୋଜଗାର ସୁବିଧା ସୃଷ୍ଟି, ବ୍ୟବସାୟ ଭିତ୍ତିକ କୃଷି, ସାମାଜିକ ଭିତ୍ତିଭୂମି, କୃଷି-ବ୍ୟବସାୟ, ଜଳ ସେଚନ, ଖାଦ୍ୟ ପ୍ରକ୍ରିୟାକରଣ, ଗମନାଗମନ ବିକାଶ ଆଦି କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶର ଆବଶ୍ୟକତା ରହିଛି । ଏଥିପାଇଁ ନାବାର୍ଡ଼ ସହାୟତା ଓ ଋଣ ବଢ଼ାଇବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଆରୋପ କରିଛନ୍ତି ।

ସେପଟେ ଏନେଇ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ବିଗତ ବର୍ଷମାନଙ୍କରେ ରାଜ୍ୟ ନାବାର୍ଡ ଋଣପ୍ରାପ୍ତ ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ଏବଂ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ଯ୍ୟ ଯୋଜନା ଅନ୍ତର୍ଗତ ପ୍ରକଳ୍ପଗୁଡିକୁ ସଫଳତାର ସହ କାର୍ଯ୍ୟକାରୀ କରିଛି । ଭୌଗଳିକ ସ୍ଥିତି ଦୃଷ୍ଟିରୁ ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ । ଏଥିପାଇଁ ବିପର୍ଯ୍ୟୟ ନିରୋଧ ଭିତ୍ତିଭୂମି ରାଜ୍ୟର ଏକ ଜରୁରୀ ଆବଶ୍ୟକତା । ବନ୍ୟା ଓ ସମୁଦ୍ର ଜୁଆର ଆଦି ପ୍ରାକୃତିକ ବିପର୍ଯ୍ୟୟକୁ ରୋକି ପାରିଲେ ରାଜ୍ୟର କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ପ୍ରଭୁତ ବିକାଶ ହେବ ବୋଲି ସେ କହିଛନ୍ତି । ଏଥିପାଇଁ ନାବାର୍ଡର ଅଧିକ ସହାୟତା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି ।

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ କହିଛନ୍ତି ଯେ, ରାଜ୍ୟରେ ବ୍ୟାଙ୍କ ଗୁଡିକର କମ ଋଣ ଯୋଗାଣ ହାର, ସମସ୍ତ ଗ୍ରାମ ପଞ୍ଚାୟତର ବ୍ୟାଙ୍କ ଶାଖା ବା ବ୍ୟାଙ୍କ ପ୍ରତିନିଧି ନିୟୋଜନ ଆଦି ଉପରେ ଗୁରୁତ୍ବାରୋପ କରି ନାବାର୍ଡ ଆର୍ଥିକ-ସଂପୃକ୍ତିକରଣ ପାଣ୍ଠି ବିନିଯୋଗ ବଢାଇବା ପାଇଁ କହିଛନ୍ତି । ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଶାସନ ସଚିବ ମାନେ କୃଷି, ଅର୍ଥକାରୀ ଫସଲ ଚାଷ, ମତ୍ସ୍ୟଚାଷ, ପଶୁପାଳନ, କୃଷି ଉଦ୍ୟୋଗ, କୃଷି ବିପଣନ ନିମନ୍ତେ ଗ୍ରାମୀଣ ଭିତ୍ତିଭୂମି, ମହିଳା ସଶକ୍ତିକରଣ, ସମବାୟ, କୃଷିଜାତ ଦ୍ରବ୍ୟର ଏକତ୍ରୀକରଣ ଓ ବିପଣୀ, ସମନ୍ବିତ ଫାର୍ମିଂ, ଜଳସେଚନ, ନଦୀବନ୍ଧ ଓ ଲୁଣା ଘେରି ଆଦିର ଦୃଢିକରଣ କ୍ଷେତ୍ରରେ ନାବାର୍ଡ ପାଣ୍ଠି ବିନିଯୋଗ ପାଇଁ ପ୍ରକୃଷ୍ଟ ପ୍ରକଳ୍ପଗୁଡ଼ିକ ଉପରେ ସେ ଆଲୋକପାତ କରିଛନ୍ତି ।

ନାବାର୍ଡର ଗ୍ରାମୀଣ ଭିତ୍ତିଭୂମି ପାଣ୍ଠି, ଦୀର୍ଘ ମିଆଦି ଜଳସେଚନ ପାଣ୍ଠି, ଗ୍ରାମାଞ୍ଚଳ ଭିତ୍ତିଭୂମି ନିମନ୍ତେ ରାଜ୍ୟଙ୍କୁ ସହଯୋଗ ଆଦି ପାଣ୍ଠିରେ ପ୍ରାୟ 10, 000 କୋଟି ଟଙ୍କାର ପ୍ରକଳ୍ପ ତ୍ବରିତ ଗତିରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ପୂର୍ଣ୍ଣ ପ୍ରସ୍ତୁତ ଅଛି । ନାବାର୍ଡ ଋଣ ସହାୟତା 10 ହଜାର କୋଟିକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନାବାର୍ଡ ଅଧ୍ୟକ୍ଷଙ୍କୁ ଅନୁରୋଧ କରାଯାଇଥିଲା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । କାର୍ଯ୍ୟକ୍ରମରେ ଅର୍ଥ, କୃଷି, ପଶୁପାଳନ, ମହିଳା ସଶକ୍ତିକରଣ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ, ପର୍ଯ୍ୟଟନ, ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ ଆଦି ସହ ସଂଯୁକ୍ତ ବିଭାଗ ଗୁଡ଼ିକର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ବୈଠକର ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.