ଭୁବନେଶ୍ବର: ଆସନ୍ତା 8ରେ ହେବାକୁ ଥିବା ଭାରତ ବନ୍ଦକୁ ସଫଳ କରିବାକୁ ଅପିଲ କଲା ନବନିର୍ମାଣ କୃଷକ ସଙ୍ଗଠନ । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚ ତରଫରୁ ଦିଆଯାଇଛି ସର୍ବଭାରତୀୟ ବନ୍ଦ ଡ଼ାକରା । ଏହାକୁ ସଫଳ କରିବା ପାଇଁ ନବନିର୍ମାଣ କୃଷକ ସଂଗଠନ ତରଫରୁ ନିବେଦନ କରାଯାଇଛି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଲେ ଯେ,କେନ୍ଦ୍ର ସରକାର ଯେଉଁ ନୂତନ କୃଷି ବିରୋଧୀ କଳା ଆଇନ ଆଣିଛନ୍ତି, ଏହା କୃଷକ ସମାଜର ସର୍ବନାଶ କରିବ ।
ଏହି ବିଲ ବଳରେ କର୍ପୋରେଟମାନେ କୃଷି କ୍ଷେତ୍ରରେ ଆଧପତ୍ୟ ବିସ୍ତାର କରିବେ । ଖାଲି ଏତିକି ନୁହେଁ, ଭବିଷ୍ୟତରେ ବଡ଼ ବଡ଼ କର୍ପୋରେଟ ସହ ବ୍ୟବସାୟରେ ପ୍ରତିଦ୍ବନ୍ଦିତାରେ ଚାଷୀମନେ ବିଫଳ ହୋଇ ଗଛ ଛାଡ଼ି ନିଜ ଜମିରେ ମୂଲିଆ ହୋଇଯିବେ । ଦେଶର ବହୁ ଅମୂଲ୍ୟ ସମ୍ପଭିକୁ ଶାଗମୁଗ ଦରରେ ନିଜ ବନ୍ଧୁ ଅମ୍ବାନୀ ଓ ଅଦାନୀକୁ ଟେକି ଦେଉଥିବା ନରେନ୍ଦ୍ର ମୋଦି ଏବେ ତାଙ୍କ ଦୁଇବନ୍ଧୁଙ୍କ ହାତକୁ ସାରା ଭାରତର କୃଷିକ୍ଷେତ୍ରକୁ ଟେକିଦେବା ପାଇଁ ଷଡ଼ଯନ୍ତ୍ର କରିଛନ୍ତି । ଏହି ଷଡଯନ୍ତ୍ର ବିରୋଧରେ ସର୍ବଭାରତୀୟ ବନ୍ଦ ନାକରା ଦିଆଯାଇଛି । ଚାଷୀମାନଙ୍କ ଏହି ଆନ୍ଦୋଳନକୁ କେବଳ ଦେଶ ଭିତରୁ ନୁହେଁ, ସାରା ବିଶ୍ବରୁ ସମର୍ଥନ ସୁଅ ଛୁଟିଛି । କଳା କୃଷି ବିଲ ପ୍ରତ୍ୟାହାର ପାଇଁ ପ୍ରତିଶ୍ରୁତି ନଦେଇ ତାରିଖ ଗଡ଼ାଇ ଚାଲିଛନ୍ତି ।
ସ୍ବାଧୀନତା ଆନ୍ଦୋଳନରେ ଯେଉଁ ଋଷୀମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିଲା, ସେହିଚାଷୀମାନଙ୍କୁ ଦ୍ବିତୀୟ ଶ୍ରେଣୀର ନାଗରିକ ଭାବେ ଦେଶରେ ଗଣାଯାଉଛି । ପ୍ରଧାନମନ୍ତ୍ରୀ ଦେଶରେ ଗୃହଯୁଦ୍ଧ ହେବା ଭଳି ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛନ୍ତି । ପ୍ରବଳ ଶୀତ କାକରରେ ହଜାର ହଜାର ଚାଷୀ ଦିଲ୍ଲୀରେ ଖୋଲା ଆକାଶ ତଳେ ପଡ଼ି ରହିଥିଲେ ବି ସରକାର ଅନ୍ନଦାତାଙ୍କ ପ୍ରତି ସମବେଦନା ଦେଖାଉ ନାହାଁନ୍ତି । ଏହା ବିରୋଧରେ ଡ଼ିସେମ୍ବର ୮ ତାରିଖରେ ସର୍ବଭାରତୀୟ ବନ୍ଦ ଡ଼ାକରା ଦିଆଯାଇଛି । ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ ଓ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନର ଅଲ୍ଲୀ କହିଥିଲେ ଯେ,ଭାରତ ବନ୍ଦରେ ସ୍ପଷୀ ଓ ଛାତ୍ର ଯୁବକମାନଙ୍କର ଯେତେ ସକ୍ରିୟ ଭାଗିଦାରିତା ବଢିବ, ତେବେ ଯାଇ କେନ୍ଦ୍ର ସରକାର ଚାପଗ୍ରସ୍ତ ହୋଇ ଚାଷୀ ବିରୋଧୀ ନିଷ୍ପତ୍ତିରୁ ଓହରିବେ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ