ଭୁବନେଶ୍ବର: ଆଜି (ଶୁକ୍ରବାର) ପବିତ୍ର ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ । ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ଧାରଣ କରୁଥିବା ଶ୍ରୀଜୀଉଙ୍କ ଏହା ଏକ ବିଶେଷ ବେଶ । ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ଠାକୁରମାନେ ଅଣସର ଘରେ ଯାଇ ରହନ୍ତି । ପନ୍ଦର ଦିନ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୁଅନ୍ତି । ଅଣସର ଶେଷ ହେବାପରେ ପୁଣି ଯେଉଁଦିନ ଭକ୍ତମାନଙ୍କୁ ମହାପ୍ରଭୁ ଦର୍ଶନ ଦିଅନ୍ତି, ତାହାକୁ ନବଯୌବନ ଦର୍ଶନ କୁହାଯାଏ । ଭୁବନେଶ୍ୱର ଇସ୍କନ ମନ୍ଦିରରେ ମହାପ୍ରଭୁଙ୍କ ଏହି ନବଯୌବନ ଦର୍ଶନ ହୋଇଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ