ETV Bharat / city

Farm law Repeal; ଖୁସି ବ୍ୟକ୍ତ କଲା ନବ ନିର୍ମାଣ କୃଷକ ସଂଗଠନ

author img

By

Published : Nov 19, 2021, 3:09 PM IST

Updated : Nov 19, 2021, 9:06 PM IST

କେନ୍ଦ୍ର ସରକାର 3 କୃଷି ଆଇନ ପ୍ରତ୍ୟାହାର କରିବା ପରେ ଖୁସି ବ୍ୟକ୍ତ କରିଛି ନବ ନିର୍ମାଣ କୃଷକ ସଂଗଠନ । ଅଧିକ ପଢନ୍ତୁ

କୃଷି ଆଇନକୁ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର: ଖୁସି ବ୍ୟକ୍ତ କଲା ନବ ନିର୍ମାଣ କୃଷକ ସଂଗଠନ

ଭୁବନେଶ୍ବର: ଆଜି କେନ୍ଦ୍ର ସରକାର 3 କୃଷି ଆଇନ ପ୍ରତ୍ୟାହାର (farm law repeal) କରିବା ନେଇ ଘୋଷଣା କରିବା ପରେ ଖୁସି ବ୍ୟକ୍ତ କରିଛି ନବ ନିର୍ମାଣ କୃଷକ ସଂଗଠନ ।

Farm law Repeal; ଖୁସି ବ୍ୟକ୍ତ କଲା ନବ ନିର୍ମାଣ କୃଷକ ସଂଗଠନ

ଏନେଇ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କେନ୍ଦ୍ର ସରକାର ବିଳମ୍ବରେ ହେଲେ ମଧ୍ୟ ଏହି ନିଷ୍ପତ୍ତି ନେଇଛି । ଏହା ଅତ୍ୟନ୍ତ ଖୁସିର ବିଷୟ । ଗତ 11 ମାସରେ ମଧ୍ଯରେ 700 ରୁ ଅଧିକ ଚାଷୀ କୃଷି ଆଇନ ପ୍ରତ୍ୟାହାର ନେଇ ଆନ୍ଦୋଳନ ବେଳେ ମୃତ୍ୟୁବରଣ କରିଛନ୍ତି । ଆଜି କେନ୍ଦ୍ର ସରକାରଙ୍କର ଏଭଳି ନିଷ୍ପତ୍ତି ପରେ ଭାରତ ବର୍ଷରେ ଚାଷୀ ଆଶ୍ୱସ୍ତ ହୋଇଛନ୍ତି ବୋଲି କହିଛି ନବ ନିର୍ମାଣ କୃଷକ ସଂଗଠନ ।

ତେବେ ଯେତେ ବେଳେ ଏହା ସଂସଦରେ ଆନୁଷ୍ଠାନିକ ଭାବେ ପ୍ରତ୍ୟାହାର ହେବ ଆମେ ଖୁସି ହେବୁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ କୃଷି ଆଇନ କରାଯାଇଥିଲା। କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ଏହାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରି ଆସୁଥିଲେ। ଏନେଇ ବିଭିନ୍ନ କୃଷକ ସଂଗଠନ ମଧ୍ୟ ଏହାକୁ ପ୍ରତ୍ୟାହାର ପାଇଁ ଅଡି ବସିଥିଲେ ।

ଏନେଇ ଆଜି ପ୍ରେସମିଟି କରି ସଂଗଠନର ରାଜ୍ୟ ସଂଯୋଜକ ଶେଷଦବ ନନ୍ଦ କହିଛନ୍ତି ଆଇନ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀ ଆଶ୍ୱସନା ଦେଇଥିବାରୁ ଆମେ ଖୁସି। ଦେଶରେ ଆନନ୍ଦର ଲହରୀ ଖେଳି ଯାଇଛି। ୧୧ ମାସ ଧରି ସରକାରଙ୍କ ସହ ଅଘୋଷିତ ଲଢେଇ ଜାରି ରହିଥିଲା । ଲଢେଇରେ ୭୦୦ ଚାଷୀ ପ୍ରାଣ ହରାଇଲେ । ବିଳମ୍ବରେ ହେଲେ ବି କେନ୍ଦ୍ର ସରକାରଙ୍କ ଜ୍ଞାନ ଉଦୟ ହୋଇଛି ବୋଲି ସେ କହିଛନ୍ତି ।

ସେହିପରି ଶେଷଦେବ କହିଛନ୍ତି କୃଷି ପ୍ରଧାନ ଦେଶରେ ଚାଷୀଙ୍କ ସହ ଲଢେଇ କରି ରାଜନୀତି କରି ହେବନାହିଁ । ହିମାଚଳ ଓ ଉତ୍ତର ପ୍ରଦେଶ ଉପ-ନିର୍ବାଚନରେ ଚୋଟ ଲାଗିବାରୁ ସରକାର ଅନୁଭବ କଲେ ଆଗାମୀ ଉତ୍ତର ପ୍ରଦେଶ ନିର୍ବାଚନ ସହଜ ହେବନାହିଁ । ସେଥିପାଇଁ ବଡ ବଡ କଥା କହୁଥିବା ସରକାର ନରମିଳେ। କେନ୍ଦ୍ର ସରକାର ନଇଁଛନ୍ତି। ନ୍ୟାୟ ପୂର୍ଣ ଲଢେଇ ସାର୍ଥକ ହୋଇଛି। ପ୍ରତିଶ୍ରୁତି ପରେ ଅଶ୍ୱସ୍ତ ହେଉଛୁ କିନ୍ତୁ ସଂସଦରେ ଅନୁଷ୍ଠାନିକ ଭାବେ ରଦ୍ଦ ଘୋଷଣା କୁ ଅପେକ୍ଷା କରିଛୁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜବ କୁମାର ରୟ, ଇଟିଭି ଭାରତ

Last Updated : Nov 19, 2021, 9:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.