ଭୁବନେଶ୍ବର : ଧୀରେ ଧୀରେ ସାମ୍ନାକୁ ଆସୁଛି ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତ୍ୟୁକୁ ନେଇ ନୂଆ ନୂଆ ତଥ୍ୟ । ଏନେଇ ଶନିବାର ପୋଲିସ ସ୍ବର୍ଗତଃ ରାଇମୋହନଙ୍କ ପଳାଶୁଣୀସ୍ଥିତ ଘରେ ପହଞ୍ଚି ପତ୍ନୀ ଓ ଦୁଇ ଝିଅଙ୍କ ସମେତ ପୁତୁରା, ଭିଣୋଇ, ଭଉଣୀ ଏବଂ ଜ୍ବାଇଁଙ୍କୁ ପ୍ରାରମ୍ଭିକ ପଚରାଉଚରା ପରେ ପୋଲିସ ପାଇଛି ଅନେକ ତଥ୍ୟ । ସେଦିନ ୧୦ଟା ୩୦ରେ ଡ୍ରାଇଭର ସହ ପତ୍ନୀ ଓ ଦୁଇ ଝିଅ ବାହାରିଯାଇଥିଲେ ସପିଂ ପାଇଁ କଟକ ।
୧୧ଟା ୧୮ରେ ପତ୍ନୀ ଓ ଦୁଇ ଝିଅଙ୍କୁ ବାଏ ଲେଖି ମେସେଜ କରିଥିଲେ ଅଭିନେତା ରାଇମୋହନ । ତେବେ ପୁଣିଥରେ ୧୧.୫୭ମିରେ ପତ୍ନୀଙ୍କୁ ଶେଷ କଲ କରିଥିଲେ ରାଇମୋହନ । ପ୍ରଥମେ ବାଏ ଓ ପରେ କଲ୍ କରି ପାଖାପାଖି ୧୨ଟାରେ ଝୁଲିପଡ଼ିଥିଲେ ପାଖାପାଖି ଅଭିନେତା ରାଇମୋହନ । କଥା ଏତିକିରେ ଅଟକି ନଥିଲେ ଏ ସବୁ ଭିତରେ ପୋଲିସ ମଧ୍ୟ ଉକ୍ତ ଘଟଣା ସମ୍ପର୍କରେ ୧୧ଟା ୪୫ରୁ ଜାଣିଥିଲା । ହେଲେ ଏହି ତିନିଜଣଙ୍କ କଥାକୁ ନେଇ ସାଧାରଣରେ ଏବେ ଅନେକ ପ୍ରଶ୍ନ ଉଠୁଛି । ୧୧ଟା ୧୮ରୁ ୧୨ଟା ପାଖାପାଖି ୩୦ମିନିଟ ବ୍ୟବଧାନ।
ଯଦି ପତ୍ନୀ ଓ ଝିଅ ଚାହିଁଥାନ୍ତେ ରାଇମୋହନଙ୍କୁ ବଞ୍ଚାଇପାରିଥାନ୍ତେ । ତେବେ କେଉଁ କାରଣ ଯୋଗୁଁ ରାଇଙ୍କ ଏପରି ବାଏ ମେସେଜ ତିନି ଜଣ ଦେଖି ଚୁପ୍ ରହିଲେ । ଆଉ ପରେ ୧୧ଟା ୫୭ରେ ଶେଷ କଲ ପତ୍ନୀଙ୍କୁ କରିଥିଲେ। ଯଦି ଶେଷ ମେସେଜ ପରେ କାହାକୁ ଯୋଗାଯୋଗ କରି ରାଇମୋହନଙ୍କ ପାଖକୁ ପଠାଇ ଥାଇପାରିଥାନ୍ତେ ଅଥବା କାହାକୁ ଯୋଗାଯୋଗ କରିଥାଇପାରିଥାନ୍ତେ ହୁଏତ ଆଜି ସିଏ ଜୀବିତ ଥାନ୍ତେ ବୋଲି ସାଧାରଣରେ ଆଲୋଚନା ହେଉଛି ।
ଅନ୍ୟପଟେ ପୋଲିସ କହୁଛି ଏ ସମ୍ପର୍କରେ ପୋଲିସ ପାଇଥିଲା ୧୧ଟା ୪୫ରେ ଖବର । ରାଇଙ୍କ ମୃତ୍ୟୁହେବାର ୧୫ ମିନିଟ ପୂର୍ବରୁ ପୋଲିସ ଖବର ପାଇଥିଲେ ମଧ୍ୟ କାହିଁକି ସେଠାରେ ପହଁଞ୍ଚି ନଥିଲା । ରାଇମୋହନଙ୍କ ଘରେ ପହଁଞ୍ଚିବାରେ ବିଳମ୍ବ କରିଥିଲା କି? ତେବେ ପୋଲିସକୁ କିଏ ସୂଚନା ଦେଲା ସେ ଆତ୍ମହତ୍ୟା କରିଛନ୍ତି ବୋଲି ।
ମୃତ୍ୟୁର ସମୟ କେତେବେଳେ ଥିଲା । ପରିବାର ଲୋକ କାହିଁକି ସିସିଟିଭି ଫୁଟେଜ ଦେଉନାହାନ୍ତି ନା ପୋଲିସ ତଦନ୍ତରେ କିଛି ଲୁଚାଉଛି ତାହା ଏବେ ଅନେକ ପ୍ରଶ୍ନ ଠିଆ କରିଛି । ଅନ୍ୟପଟେ ଗତ ୨୧ତାରିଖରେ ଥାନାକୁ ଯାଇଥିଲେ ରାଇମୋହନ। କ'ଣ ଥିଲା କାରଣ? କିଛି ଡିସପୁଟ ବା ପୋଲିସ ଝାମେଲା ରହିଥିଲା କି ତାକୁ ନେଇ ଏବେ ପ୍ରଶ୍ନ ଉଠୁଥିବାବେଳେ ଏନେଇ ମଞ୍ଚେଶ୍ବର ଥାନା କହିଛି ସେ ଜଣେ ଜଣାଶୁଣା ପରିଚିତ ଅଭିନେତା ଥିଲେ । ସେଥିପାଇଁ ପୋଲିସ ତାଙ୍କ ପାଖକୁ ଯା ଆସ କରେ।
ତେବେ ତମାମ ଦିଗ ସାମ୍ନାକୁ ଆସୁଥିବାବେଳେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର ସମୟ କେବେ ଏବଂ ପୋଲିସ ଥାନା ସହ ରାଇମୋହନଙ୍କର ଯିବା ଆସିବା ପଛର ରାଜ୍ କ'ଣ ଏବେ ଅନେକ ସନ୍ଦେହ ଘେରକୁ ଟାଣୁଛି ।
ଇଟିଭି ଭାରତ, ଭୁବନେଶ୍ବର