ETV Bharat / city

ପୂରିଲା କଣ୍ଟ, ପୁଣି ସାବାଡ ହେବେ ଟ୍ରାଫିକ ଉଲ୍ଲଙ୍ଘନକାରୀ - traffic violators will be punished again

ଏଣିକି ଆଉ ନିସ୍ତାର ମିଳିବନି ଟ୍ରାଫିକ୍‌ ଉଲ୍ଲଙ୍ଘନକାରୀଙ୍କୁ । ପୁଣି ଥରେ କଡାକଡି ହେବେ ଯାଞ୍ଚ । ଆଉ ସଠିକ କାଗଜପତ୍ର ନଥିଲେ ଗଣିବେ ତଣ୍ଡ । ଅଧିକ ପଢନ୍ତୁ...

MV Act expired, traffic violators will be punished again
ପୂରିଲା କଣ୍ଟ, ପୁଣି ସାବାଡ ହେବେ ଟ୍ରାଫିକ୍‌ ଉଲ୍ଲଙ୍ଘନକାରୀ
author img

By

Published : Feb 29, 2020, 9:09 PM IST

ଭୁବନେଶ୍ବର: ପୂରିଲା କଣ୍ଟ । ଏଣିକି ଆଉ ନିସ୍ତାର ମିଳିବନି ଟ୍ରାଫିକ୍‌ ଉଲ୍ଲଙ୍ଘନକାରୀଙ୍କୁ । ଏଥର କଡାକଡି ହେବ ଯାଞ୍ଚ । ରାଜ୍ୟ ସରକାର ମୋଟର ଯାନ ଆଇନକୁ ସାମୟିକ ସମୟ ପାଇଁ କୋହଳ କରିଥିବା ବେଳେ ମାର୍ଚ୍ଚ 1ରୁ ପୁଣି ଥରେ କଡାକଡି ଯାଞ୍ଚ କରାଯିବ । ଏନେଇ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

MV Act expired, traffic violators will be punished again
ଆଉ ସଠିକ କାଗଜପତ୍ର ନଥିଲେ ଗଣିବେ ତଣ୍ଡ

କେନ୍ଦ୍ର ସରକାର ମୋଟର ଯାନ ଆଇନ ଲାଗୁ କରିବା ପରେ ସାରା ଦେଶରେ ଏହା କାର୍ଯ୍ୟକାରୀ ହୋଇଥିଲା । ମାତ୍ର ଗାଡି ପଞ୍ଜିକରଣ, ଗାଡିର ଫିଟନେସ୍ ସାର୍ଟିଫିକେଟ୍ କିମ୍ବା ନିଜର ଡ୍ରାଇଭିଂ ଲାଇସେନ୍ସ ନଥିବା ଲୋକମାନେ ସରକାରଙ୍କ କଠୋର ନୀତି ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

ଆଉ ଜନଅସନ୍ତୋଷ ଦେଖି ସରକାର ପ୍ରଥମେ 3 ମାସ ଏହି ଆଇନକୁ କୋହଳ କରିଥିଲେ ପରେ ପୁଣି ଥରେ ଆଉ 3 ମାସ ଏହାକୁ କୋହଳ କରିଥିଲେ । ଆଇନକୁ 6 ମାସ କୋହଳ କରି ସରକାର ଲୋକଙ୍କୁ ନିଜ ଗାଡି ସହ ସମ୍ପୃକ୍ତ ସମସ୍ତ କାଗଜପତ୍ର ଠିକ୍‌ କରିବାକୁ ସମୟ ଦେଇଥିଲେ । ତେବେ ଏହି କଣ୍ଟ ପୂରିବାକୁ ମାତ୍ର ଗୋଟିଏ ଦିନ ଅଛି ।

ସଠିକ କାଗଜପତ୍ର ନଥିଲେ ଗଣିବେ ତଣ୍ଡ

ଏଣିକି ଏହି ଆଇନ କୋହଳ କରାଯିବ ନାହିଁ । ନୂଆ ମୋଟର ଯାନ ଆଇନ ଅନୁସାରେ ଟ୍ରାଫିକ ନିୟମ ଭାଙ୍ଗିଲେ ଡବଲ ତଣ୍ତ ଗଣିବାକୁ ପଡିବ । ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜ୍ୟରେ ଦୁର୍ଘଟଣା ଓ ମୁତ୍ୟୁ ସଂଖ୍ୟା କମିବାରେ ଲାଗିଛି । ୨୦୧୮ ଡିସେମ୍ବରରେ ୧୦୮୧ ଦୁର୍ଘଟଣା ଘଟି ୫୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୧୯ ଡିସେମ୍ବରରେ ୧୦୪୭ ଟି ଦୁର୍ଘଟଣା ଘଟି ୪୩୦ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.