ଭୁବନେଶ୍ବର: ଆଜାଦି କା ଅମୃତ ମହୋତ୍ସବ ଅବସରରେ ଭୁବନେଶ୍ବରର ଐତିହ୍ୟ ସ୍ଥଳରେ ଶୁଭିଲା ରେଲୱେ ପୋଲିସର ବ୍ୟାଣ୍ଡ ଧୁନ୍ । ମହାପ୍ରଭୁ ଲିଙ୍ଗରାଜ ମନ୍ଦିର, ଶାନ୍ତିସ୍ତୁପ ଧଉଳି ପାଦଦେଶ ସହ ରାଜାରାଣୀ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ପାହାଡ ଉପରେ ଜାତୀୟ ସଙ୍ଗୀତର ଧୁନ୍ ପରିବେଷଣ କରିଛନ୍ତି, ଆରପିଏଫ ପୋଲିସ କର୍ମଚାରୀ ।
ଗତକାଲି(ବୁଧବାର) ଆରପିଏଫ(RPF) ଭୁବନେଶ୍ଵର ତରଫରୁ ଏହି ପ୍ରଦର୍ଶନ ଐତିହ୍ୟ ସ୍ଥଳ ଗୁଡିକରେ ଆରମ୍ଭ ହୋଇଯାଇଥିଲା । ପର୍ଯ୍ୟଟନ ସ୍ଥଳରେ ଏହି ଧୁନ୍ ପର୍ଯ୍ୟଟକଙ୍କୁ ମଧ୍ୟ ବେଶ ଆକୃଷ୍ଟ କରିଥିଲା । ଅନ୍ୟପଟେ ଆରପିଏଫ କର୍ମଚାରୀ ପୋଲିସ ବ୍ୟାଣ୍ଡ ଜରିଆରେ ଜନସାଧାରଣ ସହ ଆରପିଏଫର ଭାବ ବିନିମୟ ହୋଇଛି ବୋଲି କହିଛନ୍ତି ଆରପିଏଫ ଅଧିକାରୀ । ଏନେଇ ଜାତିପ୍ରଥା ଜାଗ୍ରୁତ କରିବା ଲୋକଙ୍କ ମଧ୍ୟରେ ଦେଶପ୍ରେମ ଭରିବା ଏହାହିଁ ଲକ୍ଷ୍ୟ ବୋଲି ସେ କହିଛନ୍ତି ।