ଭୁବନେଶ୍ବର: ଚନ୍ଦକାରେ ଅବସ୍ଥିତ ଅନମୋଲ୍ ବିସ୍କୁଟ କମ୍ପାନୀରେ କାର୍ଯ୍ୟରତ ଶ୍ରମିକସଙ୍ଘ ଅନମୋଲ୍ ବିସ୍କୁଟସ୍ ୱାର୍କସ ୟୁନିୟନ ଗତ 16 ନଭେମ୍ବର 2019ରେ ଟ୍ରେଡ୍ ୟୁନିୟନ ଆଇନ-1926 ଅନୁସାରେ ପଞ୍ଜିକୃତ ହୋଇ ରେଜିଷ୍ଟ୍ରେସନ୍ ନମ୍ବର 08-ଖୋର୍ଦ୍ଧା ଏବଂ ପଞ୍ଜିକରଣ ସାର୍ଟିଫିକେଟ ପାଇ ସାରିଛନ୍ତି । ଏଥିସହ ଏହି ୟୁନିୟନ ଟ୍ରେଡ୍ ୟୁନିୟନ ସେଣ୍ଟର ଅଫ୍ ଇଣ୍ଡିଆ(ଟି.ୟୁ.ସି.ଆଇ) ସହ ଅନୁବନ୍ଧିତ ହୋଇ ଆଫିଲିଏସନ୍ ସାର୍ଟିଫିକେଟ ମଧ୍ୟ ପାଇସାରିଛି । ୟୁନିୟନ ପଞ୍ଜିକରଣ ପରିପ୍ରେକ୍ଷୀରେ ଏହି ଶ୍ରମିକଙ୍କ ପକ୍ଷରୁ 15 ଡ଼ିସେମ୍ବର 2019 ତାରିଖରେ ଶ୍ରମିକ ଏକତା ଓ ଦାବି ସମାବେଶ ଆୟୋଜନ କରାଯାଇଛି ।
ଏନେଇ ରବିବାର ଶିଳ୍ପ ଶ୍ରମିକଙ୍କର ଶୋଭାଯାତ୍ରା ଶ୍ରମିକ ବିରୋଧୀ ଲେବର କୋଡ୍ ବାତିଲ ସହ ଶ୍ରମ ଆଇନକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା, ସର୍ବନିମ୍ନ ମଜୁରୀ 25 ହଜାର, ସବୁ ଶ୍ରମିକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ, ସ୍ଥାୟୀ କାର୍ଯ୍ୟରେ ସ୍ଥାୟୀ ନିଯୁକ୍ତି, ଶ୍ରମ ଆଇନ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତି, ଧର୍ମ ଓ ଜାତି ନାମରେ ଶ୍ରମିକଙ୍କୁ ଭାଗ ଭାଗ କରିବା ବନ୍ଦ କରିବା ଆଦି ନେଇ ସ୍ଳୋଗାନ୍ ଦେଇଥିଲେ ଶ୍ରମିକ ।
ଚନ୍ଦକା ଇଣ୍ଡିଆନ୍ ପେଟ୍ରୋଲ ପମ୍ପଠାରୁ ବାହାରି ଚନ୍ଦକା ବଜାର, ନିଟ୍ କଲେଜ, କୁର୍ଲ ଅନ୍ କମ୍ପାନୀ ଆଦି ଦେଇ ଅଁଳାପାଟଣା କମ୍ପାନୀ ଗେଟ୍ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଅନମୋଲ ବିସ୍କୁଟସ୍ ୱାର୍କର୍ସ ୟୁନିୟନର ସଙ୍ଗଠନ ସମ୍ପାଦକ ଚିତ୍ତରଞ୍ଜନ ସ୍ବାଇଁଙ୍କ ପ୍ରସ୍ତାବ କ୍ରମେ ୟୁନିୟନର ଉପସଭାପତି ବିକ୍ରମ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶ୍ରମିକ ସଭା ଅନୁଷ୍ଠିତ ହୋଇଥିଲା ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ