ETV Bharat / city

ପୌର ନିର୍ବାଚନ ପୂର୍ବରୁ କଂଗ୍ରେସ କଳି, ସୁର କହିଲେ ସମାଧାନ ପାଇଁ ଚେଷ୍ଟା କରିବି

ରାଜ୍ୟ କଂଗ୍ରେସର ଅନ୍ତଃକନ୍ଦଳ ଧିରେ ଧିରେ ପଦାରେ ପଡିବା ଆରମ୍ଭ ହେଲାଣି । ପିସିସି ସଭାପତିଙ୍କ ବିରୋଧରେ ଦାନା ବାନ୍ଧୁଛି ଅସନ୍ତୋଷ । ସୁର କହିଲେ ସମାଧାନ ନିହାତି ଆବଶ୍ୟକ । ଅଧିକ ପଢନ୍ତୁ...

ଆସୁ୍ଛି ପୌର ନିର୍ବାଚନ, ପଦାରେ ପଡିଲାଣି କଂଗ୍ରେସ ଅନ୍ତଃକନ୍ଦଳ

author img

By

Published : Aug 22, 2021, 10:43 PM IST

Updated : Aug 23, 2021, 5:56 AM IST

ଭୁବନେଶ୍ବର: ରାଜ୍ୟ କଂଗ୍ରେସର ଅନ୍ତଃକନ୍ଦଳ ଧିରେ ଧିରେ ପଦାରେ ପଡିବା ଆରମ୍ଭ ହେଲାଣି । କଂଗ୍ରେସ ଭିତରେ ଗୋଟିଏ ବିସ୍ଫୋରକ ସ୍ଥିତି ନେଲାଣି ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ, ଏହା ତାରା ବାହିନୀପତିଙ୍କ କଥାରୁ ସ୍ପଷ୍ଟ ଜଣାପଡୁଛି । ଏହି ଆଭ୍ୟନ୍ତରୀଣ କନ୍ଦଳ ଭିତରେ ଏକ ଗୋଷ୍ଠୀ ବିବାଦ ସାମ୍ନାକୁ ଆସିଛି ଯେଉଁଥିରେ ତାରା ଖୁଲମଖୁଲା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ବିରୋଧ କରିବା ସହ ପିସିସି ମୁଖିଆ ଗାଦିରୁ ନିରଞ୍ଜନଙ୍କୁ ହଟାଇବାକୁ ଲାଗି ପଡିଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଦଳର ଅନ୍ୟତମ ବରିଷ୍ଠ ନେତା ସୁର ରାଉତରାୟ ।

ପାଖଉଛି ନିର୍ବାଚନ, ପଦାରେ ପଡିଲାଣି କଂଗ୍ରେସ ଅନ୍ତଃକନ୍ଦଳ

ସୁର କହିଛନ୍ତି ତାରା କି ଅନ୍ୟ କେହି ସଦସ୍ୟ ଚାହିଁଲେ ପିସିସି ସଭାପତି ପଦ ପରିବର୍ତ୍ତନ କରି ପାରିବେ ନାହିଁ । ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା ସମସ୍ତଙ୍କ ପାଇଁ ମାନ୍ୟ ହେବ । ତାରା ପୂର୍ବରୁ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ନିରଞ୍ଜନଙ୍କ ନେତୃତ୍ବରେ କାର୍ଯ୍ୟ କରୁଥିଲେ । କିନ୍ତୁ ଏବେ ହଠାତ କଣ ହେଲା ବୋଲି ପ୍ରଶ୍ନ କରିଛନ୍ତି ସୁର । ଆଗକୁ ପୌର ନିର୍ବାଚନ ଆସୁଛି ତେଣୁ ଦଳ ପାଇଁ ଏପରି ସ୍ଥିତି ଆଦୌ ଶୁଭଙ୍କର ନୁହେଁ । ପିସିସି ସଭାପତି ଓ ତାରା ବାହିନୀପତିଙ୍କ ମଧ୍ୟରେ ସୃଷ୍ଟି ବିବାଦକୁ ତୁରନ୍ତ ସମାଧାନ କରିବା ଦିଗରେ ସେ ବ୍ୟକ୍ତିଗତ ଭାବେ ଚେଷ୍ଟା କରିବେ ବୋଲି ମଧ୍ୟ କହିଛନ୍ତି ସୁର ।

ତାରା ନିଜେ ସ୍ପଷ୍ଟ କରିଛନ୍ତି, ସେ କଂଗ୍ରେସ ଛାଡିବେନି । ଦଳରେ ରହି ପିସିସି ସଭାପତିଙ୍କୁ ତାରାଙ୍କ ସିଧାସଳଖ ଟାର୍ଗେଟ କେଁଉଠି ନା କେଁଉଠି ପିସିସି ସଭାପତି ପରିବର୍ତ୍ତନ ପାଇଁ ଦାନା ବାନ୍ଧୁଥିବା ଜଣାପଡୁଛି । ପିସିସି ମୁଖିଆଙ୍କୁ ଗାଳି ଦେବା ଏକ ଟ୍ରେଣ୍ଡ ପାଲଟିଛି । କଂଗ୍ରେସରେ ହାଇକମାଣ୍ଡଙ୍କ କୌଣସି କର୍ତ୍ତୃତ୍ବ ରହୁ ନାହିଁ । ନିରଞ୍ଜନଙ୍କ ବିରୋଧରେ କିଛି ନେତା ଦିଲ୍ଲୀ ଯାଇ ଡେରା ପକାଉଛନ୍ତି । ସବୁ ଜାଣିଶୁଣି ମଧ୍ୟ ଏପର୍ଯ୍ୟନ୍ତ ନିରଞ୍ଜନ ମୁହଁ ଖୋଲିବାକୁ ସାହସ ବି କରୁନାହାନ୍ତି । ଏପରି ସ୍ଥିତିରେ ଦଳର ଗତି କେଉଁ ଆଡେ ଯାଉଛି ଦଳୀୟ ଅନ୍ତଃକନ୍ଦଳ ପ୍ରଶମିତ ହେଉଛି ନା ଏହା ଉଗ୍ର ରୂପ ଧାରଣ କରୁଛି ତାହା ଦେଖିବାକୁ ବାକି ରହିଲା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Aug 23, 2021, 5:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.