ETV Bharat / city

ଆଗାମୀ 4 ମାସ ଭିତରେ ପୌର ନିର୍ବାଚନ ! ରାଜନୀତି ସରଗରମ

author img

By

Published : Nov 12, 2020, 8:54 PM IST

ରାଜ୍ୟ ସରକାର କାମ ସରିବା ପରେ ଆଗାମୀ 4 ମାସ ଭିତରେ ରାଜ୍ୟରେ ପୌର ନିର୍ବାଚନ ହେବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ । ଅଧିକ ପଢନ୍ତୁ...

ପୌର ନିର୍ବାଚନ
ପୌର ନିର୍ବାଚନ

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଧିରେ ଧିରେ ବାଟ ଫିଟୁଛି । ଆସନ୍ତା ବିଧାନସଭାର ଶୀତକାଳୀନ ଅଧୀବେଶନରେ ଆଇନ ସଂଶୋଧନ ପାଇଁ ଆସିପାରେ ବିଧେୟକ । ଦୀର୍ଘ ୩ ବର୍ଷ ଧରି ପୌର ନିର୍ବାଚନ ହୋଇନଥିବା ବେଳେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ ଏନେଇ ସୂଚନା ଦେଇଛନ୍ତି ।

ପୌର ନିର୍ବାଚନ

ତେବେ ୬୪ ପ୍ରତିଶତରୁ ଅଧିକ ସଂରକ୍ଷଣ ଥିବା କାରଣରୁ ସୁପ୍ରିମକୋର୍ଟ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ଭିତରେ ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ବି ସରକାର ପ୍ରକ୍ରିୟା ଶେଷ କରି ପାରି ନାହାନ୍ତି କି ହୋଇପାରି ନାହିଁ ନିର୍ବାଚନ । ତେବେ ଏସମ୍ପର୍କିତ ବିଧେୟକ ଚଳିତ ଅଧିବେଶନରେ ଆସିବାକୁ ଥିବାବେଳେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି।
ପୌର ନିର୍ବାଚନକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ଦୂର ହେବାକୁ ଯାଉଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ସରକାର ସଂରକ୍ଷଣ ହାର ୫୦ ପ୍ରତିଶତ ଭିତରେ ସୀମିତ ରଖିଛନ୍ତି । ତେବେ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭା ଶୀତକାଳୀନ ଅଧିବେଶନରେ ପୌର ନିୟମ ସଂଶୋଧନ ନେଇ ଆସିପାରେ ବିଧେୟକ । ଏହା ପାରିତ ହେବା ପରେ ସରକାର ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ଜଣାଇବେ ।

ଏହାକୁ ନେଇ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି । କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଉପ ନିର୍ବାଚନ ଜିତି ମାହୋଲ ବିଜେଡ଼ି ସପକ୍ଷରେ ଥିବାରୁ ଏବେ ସରକାର ପୌର ନିର୍ବାଚନ ପାଇଁ ବ୍ୟଗ୍ର । ସେହିପରି ବିଜେପି ନେତା ପୄଥୀରାଜ ହରିଚନ୍ଦନ କହିଛନ୍ତି ପୌର ନିର୍ବାଚନକୁ ନେଇ ଶାସକ ଦଳ ଭୟରେ ଅଛି । ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ ନିର୍ବାଚନ ଠିକଣା ସମୟରେ ହେବା କଥା । ଏହା ନହେଲେ କେନ୍ଦ୍ରୀୟ ଅନୁଦାନ କମିବ ବୋଲି ପୄଥୀରାଜ ହରିଚନ୍ଦନ କହିଛନ୍ତି । ସେପଟେ ବିରୋଧିଙ୍କ ପ୍ରତିକ୍ରିୟାର ଜାବାବ ଦେଇ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ପୋୖର ନିର୍ବାଚନରେ 67 ପ୍ରତିଶତ ସଂରକ୍ଷଣ କଥା ଥିଲା । ହେଲେ ହାଇକୋର୍ଟ 50 ପ୍ରତିଶତରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଲେ । ରାଜ୍ୟ ସରକାର ସୁପ୍ରିମକୋର୍ଟ ଗଲେ । ସୁପ୍ରିମକୋର୍ଟ ବି ହାଇକୋର୍ଟଙ୍କ ନିଷ୍ପତ୍ତି କାଏମ ରଖିଲେ । ଦ୍ଵିତୀୟ ଥର ରାଇଟ ପିଟିସନ ଦାଖଲ କରିଥିଲେ । ହେଲେ ଖାରଜ ହୋଇଥିଲା । ଏବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ବିଧାନସଭାକୁ ସଂଶୋଧନ ପାଇଁ ଯିବ । ସେଠି ପାରିତ ହେଲା ପରେ ବିଲ ହୋଇ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଯିବ। ଏହାପରେ ଯିବା ନିର୍ବାଚନ କମିଶନଙ୍କ ପାଖକୁ। ତାଙ୍କ ନିର୍ଦ୍ଦେଶ ଅନୁସାରେ କାମ ହେବ।

ସେପଟେ ନିର୍ବାଚନ କମିଶନଙ୍କ କହିବା କଥା ପୋୖର ନିର୍ବାଚନ ପାଇଁ 3ଟି ଷ୍ଟେଜ ଥାଏ । ସୀମା ପୁନଃନିର୍ଦ୍ଧାରଣ ଓ ୱାର୍ଡ ସଂରକ୍ଷଣ, ଭୋଟର ଲିଷ୍ଟ ପ୍ରସ୍ତୁତି । ଶେଷରେ ନିର୍ବାଚନ । ସୀମା ପୁନଃନିର୍ଦ୍ଧାରଣ ଓ ୱାର୍ଡ ସଂରକ୍ଷଣ ରାଜ୍ୟ ସରକାରଙ୍କ କାମ । ସେହି କାମ ସରିବା ପରେ ଆମ ଅଧୀନରେ ଭୋଟର ଲିଷ୍ଟ ପ୍ରସ୍ତୁତି ଓ ନିର୍ବାଚନ କରାଇବା କାମ । ରାଜ୍ୟ ସରକାରଙ୍କ କାମ ସରିବା ପରେ 4 ମାସ ଭିତରେ ନିର୍ବାଚନ ହେବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.