ETV Bharat / city

ରାଜ୍ୟବାସୀଙ୍କୁ ରଜ ଶୁଭେଚ୍ଛା ଜଣାଇଲେ ଅପରାଜିତା - mp Aparajita wishes to all

ରଜ ପର୍ବ ଉପଲକ୍ଷେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ସାଂସଦ ଅପରାଜିତା ଷଡଙ୍ଗୀ। ଏହି ଅଵସରରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଓଡିଶାବାସୀଙ୍କୁ ରଜ ମହୋତ୍ସରେ ଶୁଭେଚ୍ଛା ଜଣାଇବା ସହ ସରକାରଙ୍କ ନିର୍ଦ୍ଦେଶନାମା ପାଳନ କରିବାକୁ କହିଛନ୍ତି ।

mp Aparajita
ଶୁଭେଚ୍ଛା ଜଣାଇଲେ ଅପରାଜିତା
author img

By

Published : Jun 14, 2020, 5:20 PM IST

Updated : Jun 14, 2020, 5:30 PM IST

ଭୁବନେଶ୍ବର: ଓଡିଶାର ଗଣପର୍ବ କୁହାଯାଉଥିବା ରଜ ପର୍ବ ଉପଲକ୍ଷେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ସାଂସଦ ଅପରାଜିତା ଷଡଙ୍ଗୀ। ମହାମାରୀ କୋରୋନା ଯୋଗୁଁ ବିଗତ ବର୍ଷ ଠାରୁ ଚଳିତବର୍ଷ ଭିନ୍ନ ଥିବାରୁ ଏଥର ଲୋକମାନେ ସୁସ୍ଥ ରହିବା ଅତ୍ୟନ୍ତ ଆବଶ୍ୟକ ରହିଛି। ଏହି ଅଵସରରେ ଭୁବନେଶ୍ବର ସାଂସଦ ଅପରାଜିତା ଷଢଙ୍ଗୀ ରାଜ୍ୟବାସୀଙ୍କୁ ରଜ ମହୋତ୍ସରେ ଶୁଭେଚ୍ଛା ଜଣାଇବା ସହ ସରକାରଙ୍କ ନିର୍ଦ୍ଦେଶନାମା ପାଳନ କରିବାକୁ କହିଛନ୍ତି ।

ଶୁଭେଚ୍ଛା ଜଣାଇଲେ ଅପରାଜିତା

ଏହାସହ ସମସ୍ତଙ୍କୁ ଘରେ ରହି ପରିବାର ସହ ସମୟ କାଟିବାକୁ ଅପରାଜିତା ପରାମର୍ଶ ଦେଇଛନ୍ତି। କାରଣ ଏହି ଅସମୟରେ ଆମକୁ ଅଧିକ ସତର୍କ ଓ ସାବଧାନତା ଅବଲମ୍ବନ କରିବାକୁ ପଡିବ। କୋରୋନା ମହାମାରୀ ଚାଲିଗଲେ ଆସନ୍ତାବର୍ଷକୁ ଧୁମଧାମରେ ପାଳନ କରିହେବ। କିନ୍ତୁ ସେଥିପାଇଁ ଜୀବନ ବଞ୍ଚାଇ ରଖିବା ଆବଶ୍ୟକ ବୋଲି ସାଂସଦ କହିଛନ୍ତି।

ରବିବାର ତିନି ଦିବସୀୟ ରଜ ମହୋତ୍ସବର ପହିଲି ରଜ । ତେବେ କୋରୋନା କଟକଣା ଓ ସଟଡାଉନ ପାଳନ ହେତୁ ଗାଁ ଠାରୁ ସହର ସବୁ ଖାଁଖାଁ ଦେଖିବାକୁ ମିଳୁଛି। ପୂର୍ବବର୍ଷ ପରି ଲୋକମାନେ ଆନନ୍ଦଉଲ୍ଲାସର ସହ ରଜ ପର୍ବ ପାଳନ କରିପାରୁ ନାହାଁନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Jun 14, 2020, 5:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.