ETV Bharat / city

ଟ୍ବିନ ସିଟିରେ ମେଟ୍ରୋ ସେବା ପାଇଁ ନବୀନଙ୍କୁ ଚିଠି ଲେଖିଲେ ଅପରାଜିତା

author img

By

Published : Sep 26, 2022, 1:49 PM IST

ମେଟ୍ରୋ ସେବା ପାଇଁ ଲୋକସଂଖ୍ୟା ଅତିକ୍ରମ କରିଛି ଭୁବନେଶ୍ବର ଓ କଟକ । ଟ୍ବିନ ସିଟିରେ ମେଟ୍ରୋ ସେବା ପାଇଁ ନବୀନଙ୍କୁ ଚିଠି ଲେଖିଲେ ସ୍ଥାନୀୟ ସାଂସଦ ଅପରାଜିତା ଷଡଙ୍ଗୀ । କହିଲେ ରାଜ୍ୟ ତତ୍ପରତାର ସହ ସହଯୋଗ କଲେ କେନ୍ଦ୍ର-ରାଜ୍ୟ ଭାଗିଦାରୀ ମେଟ୍ରୋ ସେବା ହେବ ସମ୍ଭବ । ଅଧିକ ପଢନ୍ତୁ

ଟ୍ବିନ ସିଟିରେ ମେଟ୍ରୋ ସେବା ପାଇଁ ନବୀନଙ୍କୁ ଚିଠି ଲେଖିଲେ ଅପରାଜିତା
ଟ୍ବିନ ସିଟିରେ ମେଟ୍ରୋ ସେବା ପାଇଁ ନବୀନଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ବର: ଟ୍ବିନ ସିଟି ଭୁବନେଶ୍ୱର ଏବଂ କଟକରେ ମେଟ୍ରୋ ସେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଏ ସମ୍ପର୍କରେ ଏକ ପ୍ରେସମିଟ କରି ସାଂସଦ ଅପରାଜିତା ବିସ୍ତୃତ ସୂଚନା ମଧ୍ୟ ଦେଇଛନ୍ତି ।

ଅପରାଜିତା କହିଛନ୍ତି, ‘‘କଟକ ଓ ଆଖପାଖ ମ୍ୟୁନସିପାଲିଟି ପାଇଁ ମେଟ୍ରୋ ଚଳାଚଳ ହେବା କଥା ମାତ୍ର ଏଠାରେ ରାପିଡ ଟ୍ରାଞ୍ଜିଟ ସିଷ୍ଟମ ନାହିଁ । ମେଟ୍ରୋ ରେଲ ପଲିସି-2017କୁ ସେ ସମୀକ୍ଷା କରିଛନ୍ତି । ବର୍ତ୍ତମାନ ଭୁବନେଶ୍ୱର ଓ କଟକର ଲୋକସଂଖ୍ୟା ମିଶି ପ୍ରାୟ ୨୦ ଲକ୍ଷ ଅତିକ୍ରମ କରିସାରିଛି । ଯେଉଁ ସହରରେ 20 ଲକ୍ଷ ଲୋକସଂଖ୍ୟା ଅଛି ସେଠାରେ ମେଟ୍ରୋ ଟ୍ରେନ ଚାଲିପାରିବା ନେଇ ପଲିସିରେ ଉଲ୍ଲେଖ ରହିଛି । ଆବଶ୍ୟକ ଲୋକସଂଖ୍ୟା ଦୃଷ୍ଟିରୁ ଖୋର୍ଦ୍ଧା, ଜଟଣୀ ଓ ଆଖ ପାଖରେ ଥିବା ମ୍ୟୁନସିପାଲିଟିକୁ ମଧ୍ୟ ଟ୍ବିନସିଟି ମେଟ୍ରୋ ପ୍ରକଳ୍ପରେ ଯୋଡି ହେବ’’ ବୋଲି ଅପରାଜିତା ମତ ଦେଇଛନ୍ତି ।

ଅପରାଜିତା କହିଛନ୍ତି, ରାଜ୍ୟ ସରକାର ସହଯୋଗ କଲେ ଭାରତ ସରକାରଙ୍କ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଅନୁଧ୍ୟାନ କରି ଏକ ରିପୋର୍ଟ ଦେଇପାରିବ । ବିଗତ ଦିନରେ ଗୋଟେ ସର୍ଭେ ହେଇଥିଲା । ଆମ ସରକାରକୁ ଆହୁରି ଦୂରଦୃଷ୍ଟି ସମ୍ପନ୍ନ ହେବାକୁ ପଡ଼ିବ । ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ପ୍ରସ୍ତୁତ ହେଲେ ମେଟ୍ରୋ ରେଳ ସେବା ସମ୍ଭବ ହେଇପାରିବ । ମେଟ୍ରୋ ରେଳ ସିଷ୍ଟମ ସ୍କିମରେ ମିଳିତ ଭାବେ ରାଜ୍ୟ ଓ କେନ୍ଦ୍ରର ଭାଗିଦାରୀ ରହିବ । ଯଦି ରାଜ୍ୟ ସରକାରଙ୍କ ତରଫରୁ ଡିପିଆର ପ୍ରସ୍ତୁତ ହେଇ କେନ୍ଦ୍ରକୁ ଯାଇଥାନ୍ତା ତାହେଲେ ମେଟ୍ରୋ ସେବା ସମ୍ଭବ ହୋଇପାରିଥାନ୍ତା । ଯଦି କୋଲକାତାରେ ମେଟ୍ରୋ ହୋଇପାରୁଛି ତାହେଲେ ଭୁବନେଶ୍ୱରରେ କାହିଁକି ସମ୍ଭବ ନୁହେଁ ବୋଲି ମଧ୍ୟ ଅପରାଜିତା ପ୍ରଶ୍ନ କରିଛନ୍ତି । ସେହିପରି ସହ ତାଙ୍କ ଚିଠିକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ବିଚାର କରିବା ନେଇ ସେ ଆଶାବାଦୀ ଥିବା ମଧ୍ୟ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.