ଭୁବନେଶ୍ବର: ବିଶିଷ୍ଟ ସ୍ଥପତି, ରାଜ୍ଯସଭା ସାଂସଦ ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଦୁଃଖଦ ବିୟୋଗରେ ଶିଳ୍ପୀ ଜଗତକୁ ଏକ ଦାରୁଣ ଆଘାତ ଲାଗିଛି । ଝୁରି ହେଉଛନ୍ତି ତାଲିମ କେନ୍ଦ୍ର ସହ ତାଙ୍କ ହାତ ତିଆରି କଳା ଓ ସ୍ଥାପତ୍ଯର ପ୍ରତିଷ୍ଠାନ ଅନ୍ତେବାସୀ । ତାଙ୍କର କଳା ନୈପୁଣ୍ୟ, ଯୁବ ଶିଳ୍ପୀଙ୍କୁ ତାଲିମ, ଓଡିଆ କଳା, ସଂସ୍କୃତିକୁ ବିଶ୍ବ ଦରବାରରେ ପହଞ୍ଚାଇବା ପ୍ରୟାସ ସବୁଦିନ ପାଇଁ ଅଭୁଲା ହୋଇ ରହିବ ବୋଲି କହିଛନ୍ତି ଅନ୍ତେବାସୀ ।
ଭୁବନେଶ୍ବର ସ୍ଥିତ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ତାଲିମ କେନ୍ଦ୍ରରେ ରାଜ୍ୟର କୋଣଅନୁକୋଣରୁ 50 ରୁ ଅଧିକ ଛାତ୍ରଛାତ୍ରୀ ତାଲିମ ନେଉଥିଲେ । ତାଙ୍କ ଅନ୍ତରେ ସ୍ତବ୍ଦ ହୋଇଯାଇଛି ପୁରା ତାଲିମ କେନ୍ଦ୍ର । ପରିବାରରୁ ବାପା ଚାଲିଗଲା ପରି ଲାଗୁଛି ବୋଲି କହିଛନ୍ତି ଜଣେ ଅନ୍ତେବାସୀ । ତେବେ ବାପା ପରି ସ୍ନେହ କରୁଥିବା ଗୁରୁଙ୍କୁ ହରାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ଶିଷ୍ୟ । ଖାଲି ଶିଷ୍ୟମାନେ ନୁହନ୍ତି ସେଠାରେ ଥିବା ପଶୁ, ପକ୍ଷୀମାନେ ବି ନୀରବି ଗଲା ପରି ଲାଗୁଛନ୍ତି । ଆଉ ତାଙ୍କ ସ୍ପର୍ଶର କାରିଗରୀ କଳା ବି ନୀରବି ଯାଇଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ