ETV Bharat / city

ବାଇକରେ ଖସିଯାଉଥିଲା ହାଇଦର, ତେଲେଙ୍ଗାନାରେ ଗୋଡେଇ ଧରିଲା ପୋଲିସ

author img

By

Published : Apr 15, 2021, 8:29 PM IST

Updated : Apr 16, 2021, 10:10 AM IST

most wanted gangster Hyder arrested from hyderabad
ହାଇଦ୍ରାବାଦରୁ ଗିରଫ ହେଲା ମୋଷ୍ଟ ଓ୍ବାଣ୍ଟେଡ ଗ୍ୟାଙ୍ଗଷ୍ଟାର ହାଇଦର

06:44 April 16

ହାଇଦ୍ରାବାଦରୁ ଗିରଫ ହେଲା ମୋଷ୍ଟ ଓ୍ବାଣ୍ଟେଡ ଗ୍ୟାଙ୍ଗଷ୍ଟାର ହାଇଦର

ବାଇକରେ ଖସିଯାଉଥିଲା ହାଇଦର, ତେଲେଙ୍ଗାନାରେ ଗୋଡେଇ ଧରିଲା ପୋଲିସ
ବାଇକରେ ଖସିଯାଉଥିଲା ହାଇଦର, ତେଲେଙ୍ଗାନାରେ ଗୋଡେଇ ଧରିଲା ପୋଲିସ

21:48 April 15

20:25 April 15

  • Excellent work done by Commissionarate Police under leadership of CP SK Priyadarshi and DCP Cuttack Prateek G Singh in arresting fugitive convict Hyder from Hyderabad today .

    — DGP, Odisha (@DGPOdisha) April 15, 2021 " class="align-text-top noRightClick twitterSection" data=" ">

ହାଇଦ୍ରାବାଦ/ଭୁବନେଶ୍ବର: କର୍ଣ୍ଣାଟକ-ତେଲେଙ୍ଗାନା ସୀମାନ୍ତ ସାଙ୍ଗାରେଡ୍ଡୀ ଜିଲ୍ଲା ଅନ୍ତର୍ଗତ ଜହିରାବାଦ ରୁରାଲ ପୋଲିସ୍ ଏରିଆରୁ ଗୁରୁବାର ଅପରାହ୍ଣରେ ଗିରଫ ହେଲା ଫେରାର ମୋଷ୍ଟ ଓ୍ବାଣ୍ଟେଡ ଗ୍ୟାଙ୍ଗଷ୍ଟାର ହାଇଦର । ଏହାପରେ ହାଇଦରକୁ ଜହିରାବାଦ ଟାଉନ୍ ପୋଲିସ୍ ଷ୍ଟେସନରେ ଜେରା କରାଯାଉଛି ବୋଲି ତେଲେଙ୍ଗାନା ପୋଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । କମିଶନରେ଼ଟ ପୋଲିସର ଏକ ସ୍ବତନ୍ତ୍ର ଟିମ କୁଖ୍ୟାତ ହାଇଦରକୁ ଗିରଫ କରିବାରେ ସଫଳ ହୋଇଛି । ଏନେଇ ପୋଲିସ ଡିଜି ଅଭୟ ଟ୍ବିଟ କରି ସୂଚନା ଦେଇଛନ୍ତି ।  

ଗତ 10 ତାରିଖରେ କଟକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ସେଠାରୁ ଚମ୍ପଟ ମାରିଥିଲା ହାଇଦର । ପରେ ତାକୁ ଧରିବା ପାଇଁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଥିଲା କମିଶନରେଟ ପୋଲିସ । ରାଜ୍ୟର ବିଭିନ୍ନ ସୀମା ସିଲ କରି ତାକୁ ଧରିବା ପାଇଁ ଅଭିଯାନ ଜୋରଦାର କରିଥିଲା ପୋଲିସ । ତେବେ ଦେଶ ବହାରକୁ ଖସି ଯାଇଥିବା ମଧ୍ୟ ଚର୍ଚ୍ଚା ହେବା ସହ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।  

ଦୀର୍ଘ 5 ଦିନର ଛକାପଞ୍ଝା ପରେ ପୋଲସି ତାକୁ ଧରିବା ପାଇଁ ଇଣ୍ଟରପୋଲର ସହାୟତା ମଧ୍ୟ ନେଇଥିଲା । ତେବେ ସେ ହାଇଦ୍ରାବାଦରେ ଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ କମିଶନେରେଟ ପୋଲିସ ଓ ତେଲେଙ୍ଗାନା ପୋଲିସ ତାର ଗତିବିଧି ଉପରେ ନଜର ରଖିଥିଲା ।

ତେବେ ଗୁରୁବାର ହାଇଦ୍ରାବାଦ ଉପକଣ୍ଠରେ ସେ ଏକ ବାଇକରେ ଯାଉଥିବା ବେଳେ ପୋଲିସ ତାକୁ ପିଛା କରିଥିଲା । ପୋଲୁସକୁ ଦେଖି ଫେରାର ହେବା ପାଇଁ ଆପ୍ରାଣ ଚେଷ୍ଟା କରିଥିଲା ହାଇଦର । କିନ୍ତୁ ଶେଷରେ ତେଲେଙ୍ଗାନା ଓ କମିଶନରେଟ ପୋଲିସର ମିଳିତ ଟିମ ତାକୁ ଧରିବାରେ ସଫଳ ହୋଇଛି । ତାକୁ ଖୁବ ଶୀଘ୍ର ଓଡିଶା ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଛି କମିଶନରେଟ ପୋଲିସ । ସୁରକ୍ଷା ଦୃଷ୍ଟିରୁ ତାକୁ ବିମାନରେ ଓଡିଶା ଆଣିବାକୁ ପୋଲିସ ଯୋଜନା ରଖିଥିବା ସୂଚନା ମିଳିଛି । 

 ସାଙ୍ଗାରେଡ୍ଡୀରୁ କ୍ରାନ୍ତି କୁମାର, ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ  

Last Updated : Apr 16, 2021, 10:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.