ETV Bharat / city

କୋରୋନା ସଂକ୍ରମଣ କାଳରେ 48 କୋଟି ତଣ୍ଡ ଆଦାୟ

author img

By

Published : Feb 22, 2021, 6:43 PM IST

ନିୟମ ଉଲ୍ଲଂଘନକାରୀଙ୍କ ନିକଟରୁ ମୋଟା ଅଙ୍କର ତଣ୍ଡ ଆଦାୟ କରିଛନ୍ତି ରାଜ୍ୟ ସରକାର। କୋରୋନା ସଂକ୍ରମଣ କାଳରେ କୋରୋନା ଗାଇଡଲାଇନକୁ କଡାକଡି ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ରହିଥିଲା। ଅଧିକ ପଢ଼ନ୍ତୁ...

more than 48 crore rupees collected from the covid 19 guideline violators in odisha
କୋରୋନା ସଂକ୍ରମଣ କାଳରେ 48 କୋଟି ତଣ୍ଡ ଆଦାୟ

ଭୁବନେଶ୍ବର: ନିୟମ ଉଲ୍ଲଂଘନକାରୀଙ୍କ ନିକଟରୁ ମୋଟା ଅଙ୍କର ତଣ୍ଡ ଆଦାୟ କରିଛନ୍ତି ରାଜ୍ୟ ସରକାର। କୋରୋନା ଭାଇରସ ସଂକ୍ରମଣ କାଳରେ କୋରୋନା ଗାଇଡଲାଇନକୁ କଡାକଡି ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ରହିଥିଲେ ସୁଦ୍ଧା କିଛି ବ୍ୟକ୍ତିବିଶେଷ ଏଥିରେ ବାରମ୍ବାର ଖିଲାପ କରୁଥିଲେ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ 48 କୋଟି 49 ଲକ୍ଷ 48 ହଜାର 370 ଟଙ୍କା ତଣ୍ଡ ଆଦାୟ କରାଯାଇଛି। ଏହାକୁ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର।

ବିଧାନସଭାରେ କୋରୋନା କାଳରେ ନିୟମ ଉଲ୍ଲଂଘନକାରୀ ଓ ଆଦାୟ ହୋଇଥିବା ତଣ୍ଡ ବିଷୟରେ ତଥ୍ୟ ଦେବାକୁ ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ମହୋନ ଚରଣ ମାଝୀ। ଏହାର ଉତ୍ତର ରଖି କୋରୋନା କାଳରେ କୋଭିଡ ନିୟମ ଉଲ୍ଲଂଘନକାରୀ ଓ ଆଦାୟ ହୋଇଥିବା ତଣ୍ଡ ବିଷୟରେ ସୂଚନା ଦେଇଛନ୍ତି ମନ୍ତ୍ରୀ। ମାର୍ଚ୍ଚ 1 ତାରିଖ 2020ରୁ ଚଳିତ ବର୍ଷ ଫେବ୍ରୁଆରୀ 11 ତାରିଖ ସୁଦ୍ଧା 24 ହଜାର 685ଟି କୋଭିଡ ନିୟମ ଉଲ୍ଲଂଘନ ମାମଲା ରୁଜୁ ହୋଇଛି। ସେଥିମଧ୍ୟରେ 20 ହଜାର 693 ନିୟମ ଉଲ୍ଲଂଘନକାରୀଙ୍କୁ ଗିରଫ ମଧ୍ୟ କରାଯାଇଛି ।

ଖାଲି ସେତିକି ନୁହେଁ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ କେବଳ ରାଜଧାନୀ ଭୁବନେଶ୍ବରରେ 171ଟି କୋଭିଡ ନିୟମ ଉଲ୍ଲଂଘନ ମାମଲା ରୁଜୁ ହୋଇଛି। ଏହି ମାମଲା ଆଧାରରେ 174 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଭୁବନେଶ୍ବର ପୋଲିସ 2 କୋଟି 35 ଲକ୍ଷ 1940 ତଣ୍ଡ ଆଦାୟ କରିଛି।

ସେହିଭଳି କଟକ ସହରରେ 288ଟି କୋଭିଡ ନିୟମ ଉଲ୍ଲଂଘନ ମାମଲା ରୁଜୁ ହୋଇଥିଲା। ଏହି ମାମଲା ଆଧାରରେ 253ଜଣଙ୍କୁ ଗିରଫ କରାଯାଇଛି। କଟକ ପୋଲିସ ନିୟମ ଉଲ୍ଲଂଘନକାରୀଙ୍କ ନିକଟରୁ 16 କୋଟି 94 ଲକ୍ଷ 79 ହଜାର 55 ଟଙ୍କା ତଣ୍ଡ ଆଦାୟ କରାଯାଇଛି।

ଏହାଛଡ଼ା ମାର୍ଚ୍ଚ 1 ତାରିଖ 2020ରୁ ଡିସେମ୍ବର 31 ତାରିଖ 2020 ମଧ୍ୟରେ ରାଜ୍ୟର ଅନ୍ୟ ଜିଲ୍ଲା ପୋଲିସ ପକ୍ଷରୁ 1 ଲକ୍ଷ 13 ହଜାର 410ଟି ମାମଲା ରୁଜୁ କରାଯାଇଥିଲା। ରୁଜୁ ହୋଇଥିବା ମାମଲା ଆଧାରରେ 5 ହଜାର 618 ଜଣଙ୍କୁ ଗିରଫ କରାଯାଇଛି। କେବଳ ଚଳିତ ବର୍ଷ ଜାନୁଆରୀ ମାସରୁ ଫେବ୍ରୁଆରୀ 11 ତାରିଖ ମଧ୍ୟରେ 16 ହଜାର 370ଟି ମାମଲା ରୁଜୁ ହୋଇଛି । ସେହିଭଳି 5 ହଜାର 918 ଜଣଙ୍କୁ ଗିରଫ କରାଯାଇଛି । କୋରୋନା କାଳରେ 10 ହଜାର 810 ଜଣ ମଦ୍ୟପଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହାକୁ ନେଇ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଧାନସଭାରେ ସୂଚନା ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.