ETV Bharat / city

ସ୍ମାର୍ଟସିଟିରେ ହୋଇଛି ୧୭୦୦ରୁ ଊର୍ଦ୍ଧ୍ବ ବର୍ଷାଜଳ ଅମଳ ପ୍ରକଳ୍ପ

ସ୍ମାର୍ଟସିଟିକୁ ଅଧିକରୁ ଅଧିକ ପରିବେଶ ଅନୁକୂଳ କରିବା ପାଇଁ ଭୁବନେଶ୍ୱରରେ ୧୭୦୦ରୁ ଊର୍ଦ୍ଧ୍ବ ବର୍ଷା ଜଳ ଅମଳ ପ୍ରକଳ୍ପ । ଅଧିକ ପଢନ୍ତୁ...

author img

By

Published : Jul 20, 2021, 7:38 AM IST

ସ୍ମାର୍ଟସିଟିରେ  ୧୭୦୦ ରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପ

ଭୁବନେଶ୍ବର: ସ୍ମାର୍ଟସିଟିକୁ ଅଧିକରୁ ଅଧିକ ପରିବେଶ ଅନୁକୂଳ କରିବା ପାଇଁ ଅଣ୍ଟା ଭିଡିଲା ଭୁବନେଶ୍ୱର ମହାନଗର ନିଗମ । ଭୁବନେଶ୍ୱରରେ ୧୭୦୦ରୁ ଊର୍ଦ୍ଧ୍ବ ବର୍ଷା ଜଳ ଅମଳ ପ୍ରକଳ୍ପ କରାଯାଇଛି । ରାଜ୍ୟ ସରକାରଙ୍କ କର୍ମ ତତ୍ପର ଅଭିଯାନ "ମୁକ୍ତା"କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ ଗୁଡିକ କରାଯାଇଛି । କୋରୋନା ମହାମାରୀ ସମୟରେ ଜୀବନ ଜୀବିକା ପ୍ରଭାବିତ ହୋଇଥିବାବେଳେ ସହରାଞ୍ଚଳରେ ବାସ କରୁଥିବା କୁଶଳୀ ଏବଂ ଅଣକୁଶଳୀ ଶ୍ରମିକ ତଥା ତୃଣମୂଳ ମହିଳା ଏବଂ ଅନ୍ୟ କେତେକ ବର୍ଗଙ୍କୁ କର୍ମ ନିଯୁକ୍ତି ଯୋଗାଇବା ସହିତ ସହରାଞ୍ଚଳରେ ପରିବେଶ ଗତ ବିକାଶକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ମୁକ୍ତା କାର୍ଯ୍ୟକ୍ରମ ଅଧିନରେ ଏହା ଆରମ୍ଭ ହେବ।

ଏହି ଯୋଜନାରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବ, କର୍ମ ନିଯୁକ୍ତ, ପରିବେଶ ଅନୁକୂଳ ବିକାଶକୁ ଗୁରୁତ୍ବ ଦେବା ମୁକ୍ତା କାର୍ଯ୍ୟକ୍ରମର ସଫଳତା ଶୀର୍ଷରେ ପହଞ୍ଚାଇବାର ପ୍ରଚେଷ୍ଟା କରାଯାଇଛି । ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଆଞ୍ଚଳିକ ନାଗରିକଙ୍କ ଭାଗିଦାରୀରେ ଭୁବନେଶ୍ୱର ଭିତରେ ୧୬୧୭ ଗୋଟି ପ୍ରକଳ୍ପ ସରିଛି । ଭୁବନେଶ୍ୱରର ସମୁଦାୟ ୬୭ ଗୋଟି ୱାର୍ଡ଼ ଥିବାବେଳେ ବର୍ଷାଜଳ ଅମଳ ପ୍ରକଳ୍ପ ସମସ୍ତ ୱାର୍ଡରେ କରାଯାଇଛି । ୱାର୍ଡ଼ ଗୁଡ଼ିକରେ ଥିବା ବିଭିନ୍ନ ପାର୍କ, ସରକାରୀ ଖୋଲା ସ୍ଥାନ ଅନୁଷ୍ଠାନ ଇତ୍ୟାଦି ପଡିଆ ମାନଙ୍କରେ ଏହି ପ୍ରକଳ୍ପ କରାଯାଇଛି।

ବର୍ତ୍ତମାନର ଭୂତଳ ଜଳସ୍ତର ବା ୱାଟର ଲେବୁଲ ନିମ୍ନଗାମୀ ହେଉଥିବା ବେଳେ ମୁକ୍ତା କାର୍ଯ୍ୟକ୍ରମ ଅଧୀନରେ ଭୂପୃଷ୍ଠ ଜଳକୁ ଆଣି ଭୂତଳକୁ ଛାଡିବ ଯଦ୍ୱାରା ଏହା ଭିତର ଜଳସ୍ତର ବୃଦ୍ଧି କରିବାରେ ନିଶ୍ଚିତ ସହାୟକ ହେବ । ଏହା ଏକ ଗୋଷ୍ଠିଭିତିକ କାର୍ଯ୍ୟକ୍ରମ ଯଦ୍ବାରା ଏଥିରେ ସାମିଲ ହୋଇଛନ୍ତି ପ୍ରାୟ ୩୦୦୦ ମହିଳା SHG ସଦସ୍ୟା । ଏମାନେ ୨.୨୫ ଟି SHGକୁ ଉପସ୍ଥାପନ କରୁଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.